ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମସ୍ୟା ଘେରରେ ଚିଲିଗୁଡ଼ା ଅଲେଖ ମହିମା ମଠ

ସମସ୍ୟା ଘେରରେ ଚିଲିଗୁଡ଼ା ଅଲେଖ ମହିମା ମଠ

ଚିଲିଗୁଡ଼ା //  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡ଼ା ଗ୍ରାମରେ ଥିବା ଅଲେଖ ମହିମା ମଠ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଜଣ ପଡିଛି ।ପ୍ରକାଶ ଥାଉକି ଖସିଗୁଡା ଗ୍ରାମର ଉଗ୍ରେସେ ନ ଦୁର୍ଗା ନିଜ ଜମିରେ ଚିଲିଗୁଡ଼ା ମୌ ଜା ରେ ଦୀର୍ଘ ବର୍ଷ ତଳେ ନିଜସ୍ୱ ଖର୍ଚରେ ଏକ ଅଲେଖ ମହିମା ମଠ ତିଆରି କରିଥିଲେ । ଏହି ମଠ ତିଆରି କରି ସେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଅଲେଖ ମହିମା ନୀତି ଉଚ୍ଚାରଣ କରି ଅଲେଖ ମହିମା କୃପା ଲାଭ କରି ଅଲେଖ ମହିମା ଧର୍ମର ପ୍ରଚାର ପାଇଁ ସେ ନିଜକୁ ସମର୍ପିତ କରିଛନ୍ତି ।ଏପରିକି ପ୍ରତି ମାସ ଚତୁର୍ଦଶରେ ଦ୍ବନି ଅଖଣ୍ଡ ଯଜ୍ଞ କରିଥାନ୍ତି ।ଯାହାକି ଏହି କାର୍ଯ୍ୟକ୍ରମ ରେ ଲୋକେ ସାମିଲ ହୋଇ ଅଲେଖ ମହିମା କୃପା ଲାଭ କରିଥାନ୍ତି ।ବର୍ତ୍ତମାନ କହିବାକୁ ଗଲେ ଏହି ମଠ ପକ୍ଷରୁ ଲୋକେ ଜ୍ଞାନ ଆହରଣ କରୁଥିବା ବେଳେ ଏହି ମଠ ରେ ଲୋକଙ୍କ ପାଇଁ କୌଣସି ସୁବିଧା ନାହିଁ ।ଚିଲିଗୁଡ଼ା ମୁଖ୍ୟ ରାସ୍ତରୁ ପ୍ରାୟ ୧ କିମି ଦୂରରେ ଏହି ଅଲେଖ ମହିମା ମଠ ରହି ଅଛି ।ଏହି ମଠ ଭିତରେ ପାଣି ସମସ୍ୟା ରହି ଥିବା ବେଳେ ନଳ କୂଅ ଗୋଟିଏ ମଧ୍ୟ ନାହିଁ ।ମଠ ଚାରିପଟେ ବାଡ଼ ନାହିଁ ।ଏପରିକି ଭକ୍ତ ମାନଙ୍କ ପାଇଁ ରହିବା ପାଇଁ ଆବଶ୍ୟକ ଘର ନାହିଁ ।ଯାହା ଫଳରେ ଏହି ମଠ ପକ୍ଷରୁ ଅଖଣ୍ଡ ଦୀପ ଯଜ୍ଞ ହେଲେ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଲେଖ ମହିମା ମଠର ମୁଖ୍ୟ ସେବକ ଉଗ୍ରେସେ ନ ଦୁର୍ଗା ଅଭିଯୋଗ କରିଛନ୍ତି ।ଏହି ମଠର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅନେକ ଥର ଲୋକ ପ୍ରତିନିଧି ମାନଙ୍କୁ ଜଣାଇଥିଲେ ମଧ୍ୟ ପ୍ରତିଶୃତି ଛଡା କିଛି ମିଳୁନାହିଁ ବୋଲି ଭକ୍ତ ଉଗ୍ରେସେ ନ ଦୁର୍ଗା ପ୍ରକାଶ କରିଛନ୍ତି ।ଏଣୁ ଏହି ଅଲେଖ ମହିମା ମଠ ପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ଜିଲା ସ୍ତରୀୟ ବିଜ୍ଞାନ ମେଳରେ ଛାତ୍ରଙ୍କ କୃତିତ୍ଵ

Sunil Chandra Nayak

ନୂତନ ଏବିଇଓଙ୍କ ଯୋଗଦାନ

Sunil Chandra Nayak

ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଲେ ୨.୯ବର୍ଷ ର ଭବାନୀପାଟଣାର କୁନି ଝିଅ କଶିସ

Sunil Chandra Nayak

Leave a Comment

error: Content is protected !!