ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନର୍ଲା ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକେଟ୍ ଦେବାପାଇଁ ଜୋର୍ ଧରିଲା ଦାବୀ

ନର୍ଲା ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକେଟ୍ ଦେବାପାଇଁ ଜୋର୍ ଧରିଲା ଦାବୀ

ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଦଳ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିବା ପାଇଁ ଦ୍ୱନ୍ଦରେ ବିଜେଡି ସୁପ୍ରିମୋ ,ସ୍ଥାନୀୟ ପ୍ରାର୍ଥୀ ଭାବରେ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ଟିକେଟ୍ ପ୍ରଦାନ କରିବାକୁ ହେଉଛି ଦାବି

ରୁପ୍ରା, ୫/୪ (ମନିସ) : କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଗୁରୁତ୍ବପୂର୍ଣ୍ଣ ଆସନ ଭାବରେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ତେବେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ୨୦୧୯ ନିର୍ବାଚନର ପରାଜିତ ପ୍ରାର୍ଥୀ ଶ୍ରୀଯୁକ୍ତ ଅନିଋଦ୍ଧ ପଧାନଙ୍କୁ ଟିକେଟ୍ ପ୍ରଦାନ କରିଥିବା ବେଳେ କଂଗ୍ରେସ ଦଳର ହେଭିୱେଟ୍ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ନର୍ଲା ବିଧାନସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି। ଏପଟେ ବିଜେଡି ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ନର୍ଲା ବିଧାନସଭା ପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଘୋଷଣା ହୋଇନଥିବାରୁ ନର୍ଲା ଅଞ୍ଚଳରେ ଏହି ବିଷୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ନର୍ଲା ବିଧାନସଭା ପାଇଁ ବିଜେଡିରେ ଆଶାୟୀଙ୍କ ତାଳିକା ଲମ୍ୱା ଥିବାବେଳେ ଟିକେଟ୍ ବଣ୍ଟନକୁ ନେଇ କସରତ ଚାଲିଥିବା ଜଣାପଡିଛି, ସେହିପରି ଆଶାୟୀ ମାନଙ୍କୁ ବୁଝାସୁଝା କରି ଜଣଙ୍କ ପ୍ରାର୍ଥୀତ୍ୱ ଉପରେ ସହମତି ଆଣିବାକୁ ଶୀର୍ଷ ନେତୃତ୍ୱ ଉଦ୍ୟମ ଚଳାଇଛନ୍ତି। ତେବେ ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକେଟ୍ ପ୍ରଦାନ କରିବାକୁ ଦାବି ଜୋର୍ ଧରିଛି। ନର୍ଲା ଆସନରେ କଂଗ୍ରେସର ହେବିଓ୍ବେଟ ନେତା ଶ୍ରୀ ଦାସ ପ୍ରତିଦ୍ବନ୍ଦିତା କରୁଥିବାରୁ ଲୋକାଲ୍ ପ୍ରାର୍ଥୀ ଭାବେ ବିଜେଡ଼ିର ଦୁର୍ଗାପ୍ରସାଦ ମହାନ୍ତି ଓରଫ୍ ମୁନା ହିଁ ଟକ୍କର ଦେଇ ନର୍ଲାରେ ବିଜେଡ଼ିର ଦୁର୍ଗ ରକ୍ଷା କରିପାରିବେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ହେଉଛି।

ରିପୋର୍ଟ:-ଅଜୟ କୁମାର ସେନାପତି

 

Related posts

ଶୈଖିକ ବାତାବରଣକୁ ନଷ୍ଟ କରୁଛି ଏଭିବିପି 

masiha

କଂଗ୍ରେସର ପ୍ରସ୍ତୁତି ବୈଠକ

ବସ୍ତା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ରାହୁଲଙ୍କ କୁଶ ପୁତ୍ତଳିକା ଦାହ

masiha

Leave a Comment

error: Content is protected !!