ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ଏଥର ଓଡ଼ିଶାରେ ୧୫ ଲୋକସଭା ଓ ୭୫ ବିଧାନସଭା ଆସନ ଜିତିବ: ଶାହା

ବିଜେପି ଏଥର ଓଡ଼ିଶାରେ ୧୫ ଲୋକସଭା ଓ ୭୫ ବିଧାନସଭା ଆସନ ଜିତିବ: ଶାହା

ରାଉରକେଲା: କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ରାଉରକେଲା ଗ୍ରସ୍ତ ଅବସରରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରି କହିଲେ ଯେ ଚଳିତ ନିର୍ବାଚନରେ ୧୫ ଲୋକସଭା ଓ ୭୫ ବିଧାନସଭା ଜିତିବ ଓ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ। ବର୍ତ୍ତମାନ ୪ କ୍ଷେପରେ ନିର୍ବାଚନ ପରେ ମୋଦି ୨୭୦ସିଟ ପାର କରିସାରିଲେଣି, ତେଣୁ ଏଥର ୪୦୦ ପାର ନିଶ୍ଚିତ। ସେହିପରି ଓଡ଼ିଶାର ଆଦିବାସୀ ଝିଅକୁ ରାଷ୍ଟ୍ରପତି କରିଛି। ଓଡ଼ିଶାରେ ଓଡିଆରେ ଶାସନ ନା ତାମିଲ ଶାସନ ଚାଲିବ ବୋଲି ସେ ଜନସାଧାରଣଙ୍କୁ ପଚାରିଥିଲେ। ରତ୍ନଭଣ୍ଡାର ର ଡୁପ୍ଲିକେଟ ଚାବି କାହିଁକି ତିଆରି କରାଗଲା ? ଅରଜିନାଲ ଚାବି କୁଆଡେ଼ ଗଲା ତଥା ଏ ସମ୍ପର୍କରେ ତଦନ୍ତ ରିପୋର୍ଟ କାହିଁକି ଚାପି ରଖାଯାଇଛି ବୋଲି ସେ ନବୀନ ପଟ୍ଟନାୟକ ଙ୍କୁ ପ୍ରଶ୍ନ କରିଥିଲେ। ସେହିପରି ମୋଦି ସରକାର ୫କେଜି ଚାଉଳ ଦେଉଛି। ବିଜେଡ଼ି ଖାଲି ବ୍ୟାଗ ଦେଉଛି। ଲୋକେ କ’ଣ ବ୍ୟାଗ ଖାଇବେ ବୋଲି ବ୍ୟଙ୍ଗୋପ୍ତି କରିବା ସହ ବିଜେଡି ସରକାର କାହିଁକି ୨କେଜି ଚାଉଳ ଅଧିକ ଦେଉନାହିଁ ବୋଲି କହିଥିଲେ। ଜଗନ୍ନାଥ ଧାମ କୁ ପରିକ୍ରମା ନାଁ ରେ ପର୍ଯ୍ୟଟନ ସ୍ଥଳୀ କରାଯାଉଛି। ଜଗନ୍ନାଥ ମନ୍ଦିର ର ସବୁ ଦ୍ବାର ଖୋଲାଯାଉନାହି । ଓଡ଼ିଶାର ଚାଷୀଙ୍କ ଆୟ ସର୍ବନିମ୍ନ ରହିଛି। ବିଜେପି ସରକାର ଆସିଲେ ଚାଷୀଭାଇମାନେ ଉପଯୁକ୍ତ ନ୍ୟାୟ ପାଇବେ ବୋଲି ଶାହା କହିଥିଲେ। ସମ୍ପ୍ରତି ଓଡ଼ିଶାରେ ଅଫିସର ରାଜ ଚାଲିଛି। ଓଡ଼ିଶାର ସଂସ୍କୃତି କୁ ପ୍ରତି ଦିନ ନବୀନ ସରକାର ନଷ୍ଟ କରିଚାଲିଛି। ଓଡ଼ିଶାରେ ନକ୍ସଲବାଦରୁ ମୁକ୍ତି କରିଛନ୍ତି ମୋଦିଜୀ। ତେଣୁ ଚଳିତ ନିର୍ବାଚନରେ ବିଜେପିର ପଦ୍ମ ଚିହ୍ନରେ ଭୋଟ ଦେଇ ଏକ ସୁସ୍ଥ ଓ ସ୍ଥିର ସରକାର ଗଠନ କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ ସୁନ୍ଦରଗଡ ଜିଲ୍ଲାର ସାଂସଦ ପ୍ରାର୍ଥୀ ଜୁଏଲ ଓରାମ, ରାଉରକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲିପ ରାୟ, ରଘୁନାଥପାଲି, ବିରମିତ୍ରପୁର , ରାଜଗାଙ୍ଗପୁର, ସୁନ୍ଦରଗଡ, ତଳସରା,ବଣେଇର ବିଧାୟକ ପ୍ରାର୍ଥୀ ମାନେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ଠାରେ ଭାଜପା ର ମିଶ୍ରଣ ପର୍ବ ଅନୁଷ୍ଠିତ

masiha

କୋଇଲାରୀରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ 

masiha

ରାଜ୍ୟସଭା ନିର୍ବାଚନ ୨୦୨୬ରେ ଦ୍ୱିତୀୟ ବାଲାଟ୍ ପେପର ଜାରି ପ୍ରସଙ୍ଗ , ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ

Leave a Comment

error: Content is protected !!