ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବନ୍ଧୁଗାଁରେ ମହିଳା ବିଶାଳ ସମାବେଶ 

ବନ୍ଧୁଗାଁରେ ମହିଳା ବିଶାଳ ସମାବେଶ 

ବନ୍ଧୁଗାଁ ତା,୩୦/୪/୨୪, ଆଗାମୀ ୨୦୨୪ ନିର୍ବାଚନକୁ ନେଇ ଭୋଟଦାତାଙ୍କୁ ନେଇ ଆଜି କୁମ୍ଭାରିପୁଟ ସାପ୍ତାହିକ ବଜାର ଠାରେ ଜୋନ-୧ର ମହିଳା ସମାବେଶ ବୈଠକ ଆୟୋଜନ କରାଯାଇଥିଲା I ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ପ୍ରକାର ଭାବରେ ସରକାରଙ୍କ ଯୋଜନାକୁ ନେଇ ଭୋଟ ଦାତାଙ୍କ ପାଖରେ କରିଥିବା ଯୋଜନା ବିଷୟରେ ବୁଝେଇବା ସହ ବର୍ତମାନ ଚାଲିଥିବା ସରକାରଙ୍କ ଅନେକ ଯୋଜନା ହୋଇଥିବାରୁ ସେୟାକୁ ନେଇ ଲୋକେ ଉପକୃତ ହୋଇଥିବା ଓ ଛୁଆ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ସୁବିଧା ଯୋଗାଇବା ସହ ମହିଳାଙ୍କ ପାଇଁ ବିନା ସୁଧରେ ଏସ.ଏଚ.ଜି. ଗ୍ରୁପର ମହିଳାଙ୍କୁ ୫ ଲକ୍ଷ ଟଙ୍କାର ଋଣ, ମହିଳାଙ୍କୁ ଶଷକ୍ତି କରିବା ପାଇଁ ଅନେକ ମାଧ୍ୟମ ଦେଇ (ବି.ଏସ.କେ.ୟାଇ)କାର୍ଡ ଦ୍ୱାରା ପୁରୁଷଙ୍କ ପାଇଁ ୫ଲକ୍ଷ ଓ ମହିଳାଙ୍କ ପାଇଁ ବିନା ମୂଲ୍ୟରେ ୧୦ ଲକ୍ଷ ଟଙ୍କାର ଚିକିତ୍ସିତ ହେବା ପାଇଁ  ମୁଖ୍ୟମନ୍ତ୍ରୀ ଆମ ପାଇଁ କରିଥିବା ଯୋଜନା, ଲଷ୍ମୀ ବସରେ ନିଜ ପଞ୍ଚାୟତ ଠାରୁ ହେଡ଼ କ୍ୱାଟର ଯିବା ପାଇଁ ହେଲେ ମହିଳାଙ୍କୁ ପାଞ୍ଚ ଟଙ୍କା ଓ ପୁରୁଷଙ୍କ ପାଇଁ ୧୦ ଟଙ୍କା, ଓ ସହର ମାନଙ୍କ ଠାରେ ୫ ଟଙ୍କାର ଆହାର ଦିଆଯାଉଥିବା, ଅନେକ ପ୍ରକାର ଭାବରେ ଆର୍ଥିକ ସହାୟତ ମଧ୍ୟ ଯୋଗାଈ ଦେଇଥିବାର କହିଥିଲେ I ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସୁଶ୍ରୀ ମୀରା ପରିଡା, ଓ ପୂର୍ବତନ ସାଂସଦ ତଥା ଜିଲା ବିଜେଡି ସଭାପତି ଶ୍ରୀ ଝିନ ହିକକା ଉପସ୍ଥିତ ରହିଥିଲେ I ଏଥିରେ କାର୍ଯ୍ୟକ୍ରମର ଦାୟୀତ୍ୱକୁ ସୂଚାରୁ ରୂପେ ତୁଳାଇଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା ୫୦୦ ରୁ ଉର୍ଦ୍ଧ ମହିଳାଙ୍କୁ ନେଇ ଆଜି ଆୟୋଜନ କରିଥିଲେ I ଏଥିରେ ମୁଖ୍ୟତ ଥିଲା ୨୦୨୪ ନିର୍ବାଚନ ପାଇଁ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ସାଂସଦ ଓ ବିଧାୟକ ପାଇଁ ଦୁଇଟି ସଂଖରେ ଯେମିତି କି ଭୋଟ ଦେଇ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପୁନର୍ବାର ବିଜୟ କରାଇ ୬ଷ୍ଟ ଥର ପାଇଁ ମୁଖ୍ୟମନ୍ତ୍ରୀ  କରିବା ପାଇଁ  ଶପଥ ନେଇ ଥିଲେ I ଏଁଣୁକରି ଆଜିର ମହିଳା ସମାବେଶ କରାଯିବାର ମୁଖ୍ୟତ ରାଜ୍ୟ ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେସକ୍ରମେ ସମସ୍ତ ବ୍ଲକରେ କରାଯାଇଅଛି I ସେଥିରୁ ବନ୍ଧୁଗାଁ ବ୍ଲକ ମଧ୍ୟ ବାଦ ପଡି ନଥିବାର ଦେଖିବାକୁ ମିଳିଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ରାଜନଗର ନିର୍ବାଚନ ସଭାରେ ବିଜେଡ଼ିର ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ବିଜେପିକୁ କଟାକ୍ଷ

masiha

ବଡ଼ଗୁଣ୍ଡୁରୀ ପଞ୍ଚାୟତ ସମ୍ମୁଖରେ ବିଜେପିର ବିକ୍ଷୋଭ

masiha

ଵହଳଦାରେ ବିଜେପି ତରଫରୁ ସନ୍ଥ ଶିରୋମଣି ରବିଦାସଙ୍କ ଜୟନ୍ତୀ ଓ ସମରସିତା ସଙ୍କଳ୍ପ ଅଭିଯାନ

Sunil Chandra Nayak

Leave a Comment

error: Content is protected !!