ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ର ବାତ୍ସଲ୍ୟ ଶିକ୍ଷକ ବିଶ୍ୱମ୍ୱର ସେନାପତିଙ୍କ ଅବସର କାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ 

ଛାତ୍ର ବାତ୍ସଲ୍ୟ ଶିକ୍ଷକ ବିଶ୍ୱମ୍ୱର ସେନାପତିଙ୍କ ଅବସର କାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ 

ରୁପ୍ରା, ୧/୫ (ମନିସ) : ନର୍ଲାବ୍ଲକ୍ ଅଧିନ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ରୁପ୍ରାର ହିନ୍ଦୀ ଶିକ୍ଷକ ବିଶ୍ୱମ୍ୱର ସେନାପତି ମଙ୍ଗଳବାର ଦିନ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଶିକ୍ଷକ ଶ୍ରୀ ସେନାପତି ଡହଗାଁ ହାଇସ୍କୁଲରେ ନିଜର ଶିକ୍ଷକ ଜୀବନ ଆରମ୍ଭ କରିଥିଲେ, ପରବର୍ତ୍ତୀ ସମୟରେ ନର୍ଲାରୋଡ୍ ସ୍ଥିତ ଜୟଦୁର୍ଗା ହାଇସ୍କୁଲକୁ ବଦଳି ହୋଇ ଆସିଥିଲେ ଓ ପରେ ୨୦୦୩ ମସିହାରେ ମିଳିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରୁପ୍ରା କୁ ବଦଳି ହୋଇ ଆସିଥିଲେ। ସେ ଉକ୍ତ ବିଦ୍ୟାଳୟରେ ଯୋଗଦାନ କରିବା ଦିନଠାରୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଛାତ୍ର ଛାତ୍ରୀଙ୍କୁ ଭଲ ପାଇବା ସହିତ ସହକର୍ମୀ ତଥା କର୍ମଚାରୀ ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଆସୁଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀ ସେନାପତିଙ୍କ ଅବସର କାଳୀନ ସମ୍ୱର୍ଦ୍ଧନା ସଭାରେ ଉପସ୍ଥିତ ଥିବା ସମସ୍ତ ସହକାରୀ ଶିକ୍ଷକ ତଥା କର୍ମଚାରୀ ଭାବ ବିହ୍ବଳ ହେବା ସହ ନିଜର ମତାମତ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଯାନୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ, ଜୁନାଗଡ଼ ବ୍ଲକର ଅବସରପ୍ରାପ୍ତ ବିଇଓ ବିଜୟ ସେନାପତି, ଡହଗାଁ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନାଦୀ ଚରଣ ପଧାନ, ମିପ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ କୁମୁଦ ଚନ୍ଦ୍ର ସେନାପତି, ଘୋଡାବନ୍ଧ ହାଇସ୍କୁଲର ପ୍ରଧାନ ଶିକ୍ଷକ କିଶୋର ସାହୁ ଓ ମୋହନଗିରି ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ କ୍ଷୀରସିନ୍ଧୁ ନାଏକ  ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ଅବସର ନେଇଥିବା ଶିକ୍ଷକ ବିଶ୍ୱମ୍ୱର ସେନାପତିଙ୍କ କାର୍ଯ୍ୟଧାରା ଉପରେ ମତାମତ ଉପସ୍ଥାପନ କରିଥିଲେ। ଉକ୍ତ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ  ଗିରିଧାରୀ ନାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷକ କେ ଗଣେଶ ଆଚାରୀ, ବିଦ୍ୟାଧର ଭୋଇ, ସୁଶାନ୍ତ କୁମାର ଦେବ, ସମୀର ରଞ୍ଜନ ନାଏକ, କାର୍ତ୍ତିକେଶ୍ୱର ମିଶ୍ର, କେ. ଜ୍ୟୋତିରଞ୍ଜନ ପାତ୍ର, ଡିସେନ୍ଦ୍ର ପଟେଲ, ତୀର୍ଥ ସାହୁ, ସୁଚନ୍ଦ୍ରମଣି ସାହୁ, ଶିକ୍ଷୟତ୍ରୀ ସୁଜ୍ଞାନୀ ଦଳେଇ ଓ ଅର୍ପିତା ସାହା ତଥା କର୍ମଚାରୀ ବଶିଷ୍ଠ ସାହୁ, ତ୍ରିଲୋଚନ ମାଝୀ ଓ ରୋହିତ ସା ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଖେଳ ଶିକ୍ଷକ ସମୀର ରଞ୍ଜନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ଦକ୍ଷିଣି ଶୌଣ୍ଢିକ ମହାସଂଘ,କଳାହାଣ୍ଡି ଓ ଟିଟଲାଗଡ୍ ଡିଭିଜନ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ

masiha

ସବିତା ରାୟ ମେମୋରିଆଲ ତରଫରୁ ଆଲୋଚନାଚକ୍ର

masiha

ଧର୍ମଗଡ କୁ ରେଳ ଲାଇନ ସମ୍ପ୍ରସାରଣ ଆଶା ଉଜ୍ଜୀବିତ ହେଲା , ଧର୍ମଗଡ ସହର ଠାରୁ ୭କିମି ମଧ୍ୟ ରେ ହେବ ରେଳ ଷ୍ଟେସନ, କଥା ଦେଲେ ନବରଙ୍ଗପୁର ସାଂସଦ 

masiha

Leave a Comment

error: Content is protected !!