ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ୍ୟୁଜିକ ସର୍କଲ ରାଉରକେଲା ସାଂସ୍କୃତିକ ପରିମଣ୍ଡଳର ପ୍ରାଣକେନ୍ଦ୍ର

ରାଉରକେଲା/ମ୍ୟୁଜିକ ସର୍କଲର ବସନ୍ତ ସମାରୋହର ଦ୍ବିତୀୟ ସଂନ୍ଧ୍ୟାକୁ ମୁଖ୍ୟ ଅତିଥି ରାଉରକେଲା ଇସ୍ପାତ କାରଖାନାର ସମାଜ ମଙ୍ଗଳ ବିଭାଗର ମହାପ୍ରବନ୍ଧକ ବିଜୟ କୁମାର ରାଉତ, ଉପଦେଷ୍ଟା ଭବେଶ ଚନ୍ଦ୍ର ସାହୁ ଏବଂ ସମ୍ମାନୀତ ଅତିଥି ଗଣେଶ ପ୍ରସାଦ ବାଗେଡିଆ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଉପଦେଷ୍ଟା ଶ୍ରୀ ସାହୁଙ୍କ ସ୍ବାଗତ ଅଭିଭାଷଣ ପରେ ଅସୁସ୍ଥତା କାରଣରୁ ସଭାରେ ଯୋଗ ଦେଇ ପାରିନଥବା ଅନୁଷ୍ଠାନର ସାଧାରଣ ସମ୍ପାଦିକା ଅଳକା ଚାନ୍ଦ ଆଭାଷୀ ମାଧ୍ୟମରେ ବାର୍ଷିକ ବିବରଣୀ ପାଠ ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଡାକ୍ତର ପ୍ରଭାତ କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସାରସ୍ଵତ ସମାରୋହରେ ଅତିଥି ମାନେ ମ୍ୟୁଜିକ ସର୍କଲ ରାଉରକେଲାର ସାଂସ୍କୃତିକ ପରିମଣ୍ଡଳର ପ୍ରାଣକେନ୍ଦ୍ର ଏବଂ ଅଳକା ଚାନ୍ଦ ଏହାର ଆତ୍ମା ଭାବେ ଅଭିହିତ କରିଥିଲେ।

ଏହି ଅବସରରେ ଅତିଥି ମାନେ ବିଶିଷ୍ଟ ସଙ୍ଗୀତଜ୍ଞ ବି.ବୁଦ୍ଧପ୍ରସାଦ ରାଓଙ୍କୁ ବସନ୍ତ ସମ୍ମାନ -୨୦୨୩, ବିଶିଷ୍ଟ ନାଟ୍ୟକାର ପ୍ରଫେସର ଡ଼. ସମର ମୁଦାଲିଙ୍କୁ ମୁକ୍ତିକାନ୍ତ ନାଟ୍ୟ ସମ୍ମାନ -୨୦୨୩ ଏବଂ ବିଶିଷ୍ଟ କବୀ ଅଙ୍ଗୁର ବାଳା ପରିଡ଼ାଙ୍କୁ ପ୍ରଭାତ ନଳିନୀ ସାହିତ୍ୟ ସମ୍ମାନ -୨୦୨୩ରେ ସମ୍ମାନିତ କରାଯିବା ସହ ସମ୍ମାନିତ ଅତିଥି ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଗଣେଶ ପ୍ରସାଦ ବାଗେଡିଆଙ୍କୁ ବସନ୍ତ ଉତ୍ତରୀୟ -୨୦୨୩ରେ ସମ୍ମାନିତ କରାଯାଇଥିଲା। ସ୍ନେହଲତା ନାୟକ, ଅନୀଲ କୁମାର ମଲ୍ଲିକ ଏବଂ ସୁଶାନ୍ତ କୁମାର ନାୟକ ମାନପତ୍ର ପାଠକରିଥିଲେ। ସ୍ନେହଲତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସଭା ପ୍ରାରମ୍ଭରେ ଅଳକା ଚାନ୍ଦଙ୍କ ଦ୍ବାରା ରଚିତ ଏବଂ ବାବାଜୀ ଚରଣ ବିଶ୍ବାଳ ଓ ବିଭୂତି ପତିଙ୍କ ସ୍ବର ସଂଯୋଜନରେ ‘ବସନ୍ତ ସଂଗୀତ ‘ ‘ଏ ବସନ୍ତ ଋତୁ ରାଜ…’ ଅନୁଷ୍ଠାନର ଛାତ୍ରଛାତ୍ରୀ ସରସ୍ଵତୀ ନାଗ, ସୁଶ୍ରୀ ସଙ୍ଗୀତା ପଣ୍ଡା, ତନୁଶ୍ରୀ ସ୍ବାଇଁ, ଅଙ୍କିତା ବେହେରା, ବିପିନ ନାୟକ, ଦୀପକ ରାଉତ, ପ୍ରତ୍ୟୁଷ ପଦାରବିନ୍ଦ ଚତୁର ସାହୁ ଏବଂ ଦେବରଞ୍ଜନ ସାମଲ ପରିବେଷଣ କରିଥିଲେ। ବାଦ୍ୟଯନ୍ତ୍ରରେ ଗୁରୁ ବାବାଜୀ ଚରଣ ବିଶ୍ବାଳ, ମନୋଜ କୁମାର ନାୟକ, ବିବେକାନନ୍ଦ ପଣ୍ଡା , ବିଭୂତି ପତି ଏବଂ ଗୁରୁ ବି.ଚନ୍ଦ୍ରଶେଖର ରାଓ ସହାୟତା କରିଥିଲେ। 

ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁ ବି. ବୁଦ୍ଧ ପ୍ରସାଦ ରାଓ ଶାସ୍ତ୍ରୀୟ ସଙ୍ଗୀତ ଗାନ ଏବଂ ଅନୁଷ୍ଠାନର ଶିଳ୍ପୀ ମାନଙ୍କର ମନୋମୁଗ୍ଧକର ନୃତ୍ୟ ପରିବେଷଣ ଉପସ୍ଥିତ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା। ଅନୀଲ ମଲ୍ଲିକ ମଞ୍ଚ ସଂଯୋଜନା କରିଥିବା ବେଳେ ଅଭୟ କୁମାର ଦାସ, ପ୍ରତାପ କୁମାର ରାୟ, ଅନିନ୍ଦିତା ମାଇତି, ଲକ୍ଷ୍ମଣ ନାଥ ଦାସ, ସନ୍ତୋଷ କୁମାର ମଲ୍ଲିକ, ଜୟଶ୍ରୀ ଦାସ, ସୁପ୍ରଭା ରାୟ, ରାଜଲକ୍ଷ୍ମୀ ଦାଶ, କସ୍ତୁରୀକା ତ୍ରିପାଠୀ ଏବଂ ସୁନୀତା ସିଂ ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନାରେ ସହାୟତା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବନ୍ଧୁଗାଁ ବ୍ଲକ ସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା ଅନୁଷ୍ଠିତ 

Sunil Chandra Nayak

କୁସୁମି ବ୍ଳକ ସମ୍ମୁଖରେ ମୟୂରଭଞ୍ଜ ଜିଲ୍ଲା ଦିଵ୍ଯାଙ୍ଗ ସଂଘ ତରଫରୁ ବିଭିନ୍ନ ଦାବି ନେଇ ଧାରଣା

masiha

ଝାଡଖଣ୍ଡ ରାଜ୍ୟର ପ୍ରାକ୍ତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତରେ ରାଇରଙ୍ଗପୁର ରେ ଜେଏମଏମ ତରଫରୁ ଗଭୀର ଶୋକ ଓ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!