ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ୍ୟୁଜିକ ସର୍କଲ ରାଉରକେଲା ସାଂସ୍କୃତିକ ପରିମଣ୍ଡଳର ପ୍ରାଣକେନ୍ଦ୍ର

ରାଉରକେଲା/ମ୍ୟୁଜିକ ସର୍କଲର ବସନ୍ତ ସମାରୋହର ଦ୍ବିତୀୟ ସଂନ୍ଧ୍ୟାକୁ ମୁଖ୍ୟ ଅତିଥି ରାଉରକେଲା ଇସ୍ପାତ କାରଖାନାର ସମାଜ ମଙ୍ଗଳ ବିଭାଗର ମହାପ୍ରବନ୍ଧକ ବିଜୟ କୁମାର ରାଉତ, ଉପଦେଷ୍ଟା ଭବେଶ ଚନ୍ଦ୍ର ସାହୁ ଏବଂ ସମ୍ମାନୀତ ଅତିଥି ଗଣେଶ ପ୍ରସାଦ ବାଗେଡିଆ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଉପଦେଷ୍ଟା ଶ୍ରୀ ସାହୁଙ୍କ ସ୍ବାଗତ ଅଭିଭାଷଣ ପରେ ଅସୁସ୍ଥତା କାରଣରୁ ସଭାରେ ଯୋଗ ଦେଇ ପାରିନଥବା ଅନୁଷ୍ଠାନର ସାଧାରଣ ସମ୍ପାଦିକା ଅଳକା ଚାନ୍ଦ ଆଭାଷୀ ମାଧ୍ୟମରେ ବାର୍ଷିକ ବିବରଣୀ ପାଠ ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଡାକ୍ତର ପ୍ରଭାତ କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସାରସ୍ଵତ ସମାରୋହରେ ଅତିଥି ମାନେ ମ୍ୟୁଜିକ ସର୍କଲ ରାଉରକେଲାର ସାଂସ୍କୃତିକ ପରିମଣ୍ଡଳର ପ୍ରାଣକେନ୍ଦ୍ର ଏବଂ ଅଳକା ଚାନ୍ଦ ଏହାର ଆତ୍ମା ଭାବେ ଅଭିହିତ କରିଥିଲେ।

ଏହି ଅବସରରେ ଅତିଥି ମାନେ ବିଶିଷ୍ଟ ସଙ୍ଗୀତଜ୍ଞ ବି.ବୁଦ୍ଧପ୍ରସାଦ ରାଓଙ୍କୁ ବସନ୍ତ ସମ୍ମାନ -୨୦୨୩, ବିଶିଷ୍ଟ ନାଟ୍ୟକାର ପ୍ରଫେସର ଡ଼. ସମର ମୁଦାଲିଙ୍କୁ ମୁକ୍ତିକାନ୍ତ ନାଟ୍ୟ ସମ୍ମାନ -୨୦୨୩ ଏବଂ ବିଶିଷ୍ଟ କବୀ ଅଙ୍ଗୁର ବାଳା ପରିଡ଼ାଙ୍କୁ ପ୍ରଭାତ ନଳିନୀ ସାହିତ୍ୟ ସମ୍ମାନ -୨୦୨୩ରେ ସମ୍ମାନିତ କରାଯିବା ସହ ସମ୍ମାନିତ ଅତିଥି ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଗଣେଶ ପ୍ରସାଦ ବାଗେଡିଆଙ୍କୁ ବସନ୍ତ ଉତ୍ତରୀୟ -୨୦୨୩ରେ ସମ୍ମାନିତ କରାଯାଇଥିଲା। ସ୍ନେହଲତା ନାୟକ, ଅନୀଲ କୁମାର ମଲ୍ଲିକ ଏବଂ ସୁଶାନ୍ତ କୁମାର ନାୟକ ମାନପତ୍ର ପାଠକରିଥିଲେ। ସ୍ନେହଲତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସଭା ପ୍ରାରମ୍ଭରେ ଅଳକା ଚାନ୍ଦଙ୍କ ଦ୍ବାରା ରଚିତ ଏବଂ ବାବାଜୀ ଚରଣ ବିଶ୍ବାଳ ଓ ବିଭୂତି ପତିଙ୍କ ସ୍ବର ସଂଯୋଜନରେ ‘ବସନ୍ତ ସଂଗୀତ ‘ ‘ଏ ବସନ୍ତ ଋତୁ ରାଜ…’ ଅନୁଷ୍ଠାନର ଛାତ୍ରଛାତ୍ରୀ ସରସ୍ଵତୀ ନାଗ, ସୁଶ୍ରୀ ସଙ୍ଗୀତା ପଣ୍ଡା, ତନୁଶ୍ରୀ ସ୍ବାଇଁ, ଅଙ୍କିତା ବେହେରା, ବିପିନ ନାୟକ, ଦୀପକ ରାଉତ, ପ୍ରତ୍ୟୁଷ ପଦାରବିନ୍ଦ ଚତୁର ସାହୁ ଏବଂ ଦେବରଞ୍ଜନ ସାମଲ ପରିବେଷଣ କରିଥିଲେ। ବାଦ୍ୟଯନ୍ତ୍ରରେ ଗୁରୁ ବାବାଜୀ ଚରଣ ବିଶ୍ବାଳ, ମନୋଜ କୁମାର ନାୟକ, ବିବେକାନନ୍ଦ ପଣ୍ଡା , ବିଭୂତି ପତି ଏବଂ ଗୁରୁ ବି.ଚନ୍ଦ୍ରଶେଖର ରାଓ ସହାୟତା କରିଥିଲେ। 

ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁ ବି. ବୁଦ୍ଧ ପ୍ରସାଦ ରାଓ ଶାସ୍ତ୍ରୀୟ ସଙ୍ଗୀତ ଗାନ ଏବଂ ଅନୁଷ୍ଠାନର ଶିଳ୍ପୀ ମାନଙ୍କର ମନୋମୁଗ୍ଧକର ନୃତ୍ୟ ପରିବେଷଣ ଉପସ୍ଥିତ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା। ଅନୀଲ ମଲ୍ଲିକ ମଞ୍ଚ ସଂଯୋଜନା କରିଥିବା ବେଳେ ଅଭୟ କୁମାର ଦାସ, ପ୍ରତାପ କୁମାର ରାୟ, ଅନିନ୍ଦିତା ମାଇତି, ଲକ୍ଷ୍ମଣ ନାଥ ଦାସ, ସନ୍ତୋଷ କୁମାର ମଲ୍ଲିକ, ଜୟଶ୍ରୀ ଦାସ, ସୁପ୍ରଭା ରାୟ, ରାଜଲକ୍ଷ୍ମୀ ଦାଶ, କସ୍ତୁରୀକା ତ୍ରିପାଠୀ ଏବଂ ସୁନୀତା ସିଂ ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନାରେ ସହାୟତା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶିକ୍ଷକଙ୍କୁ ଅବସର କାଳୀନ ସମ୍ଭର୍ଦ୍ଧନା ବୈଠକ

Sunil Chandra Nayak

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ପରିସରରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

Sunil Chandra Nayak

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିକାଶ ଦିବସ ପାଳନ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort