ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ୍‌ ଓଡିଶା ଅଙ୍ଗନଓ୍ବାଡି ମହିଳା ଓ୍ବାର୍କର ଆସୋସିଏସନ୍‌ର ବୈଠକ 

ଢେଙ୍କାନାଳ, ଡା. ୧୯,୦୩, ୨୦୨୩ରିଖ : ଅଦ୍ୟ ରବିବାର ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣରେ ଅଲ ଓଡିଶା ଅଙ୍ଗନଓ୍ବାଡି ମହିଳା ୱର୍କର ଆସୋସିଏସନ୍‌ର ସଭାନେତ୍ରୀ ପଙ୍କଜିନୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅଙ୍ଗନବାଡ଼ି ମହିଳା ୱ।ର୍କରମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ବିଷୟରେ ବିସଦ ଭାବେ ଆଲୋଚନା ହୋଇଥିଲା । ୱାର୍କର ଭଉଣୀମାନଙ୍କ ଆର୍ଥିକ ସମସ୍ୟା ଓ ସଂଘର ଅଗ୍ରଗତି ନିମନ୍ତେ ସମସ୍ତେ ମତାମତ ପ୍ରଦାନ କରିଥିଲେ । ଢେଙ୍କାନାଳ ଜିଲ୍ଲାର ପାଞ୍ଚଟି ବ୍ଲକ ଯଥା ପରଜଙ୍ଗ, କାମାକ୍ଷାନଗର, ହିନ୍ଦୋଳ, ଭୁବନ, କଙ୍କଡ଼ାହାଡ଼ ଭାରତୀୟ ମଜଦୁର ସଂଘର ସଭାପତି, ସଂପାଦକ, କୋଷାଧକ୍ଷ ଓ କର୍ମୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଉକ୍ତ ବୈଠକରେ ସଂପାଦିକା ମାନସୀ ମହାପାତ୍ରଙ୍କ ନେତୃତ୍ଵରେ କାର୍ଯ୍ୟ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସ୍ବର୍ଣପ୍ରଭା ମିଶ୍ର, କିରଣ ସାହୁ, ଅରୁଣା ପୃଷ୍ଟି, ଶାନ୍ତିଲତା ଶତପଥୀ, ସଂଧରାଣୀ ସାହୁ, ହରପ୍ରିୟା ଓଝା, ସଂଧ୍ୟାରାଣୀ ମହାନ୍ତି, ସୁନିତା କଅଁର, କମଳା ସର୍ଦ୍ଦାର ପ୍ରମୁଖ ଯୋଗଦେଇଥିଲେ ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ଓ ସାରସ୍ୱତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

masiha

ମହିଳା ଦିବସ ପାଇଁ ବିଭିନ୍ନ ପ୍ରତିଯୋଗିତା

Sunil Chandra Nayak

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା,ରାଜ୍ୟ ଆଇନଜୀବୀ ପରିଷଦ ଆହ୍ୱାନ ରେ ରାଜ୍ୟବ୍ୟାପୀ ଓକିଲ ଙ୍କ ଆନ୍ଦୋଳନ ରେ ସାମିଲ ହେଲା ରାଉରକେଲା ଓକିଲ ସଂଘ

Sunil Chandra Nayak

Leave a Comment

error: Content is protected !!