ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାନସଭାରେ ନର୍ଲା ବିଧାୟକଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର

ନର୍ଲା (ମନିସ) ବିଭିନ୍ନ ପ୍ରସଙ୍ଗରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଚଳିତ ବିଧାନସଭା କାର୍ଯ୍ୟକାଳ ସମୟରେ ପ୍ରଶ୍ନ ଉତ୍ଥାପନ କରିଥିବା ବେଳେ ବିଭାଗୀୟ ମନ୍ତ୍ରୀ ମାନେ ଏହାର ଉତ୍ତର ରଖିଛନ୍ତି। ନର୍ଲା ବିଧାୟକଙ୍କ ଏକ ପ୍ରଶ୍ନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଅଙ୍ଗନବାଡ଼ି କେନ୍ଦ୍ର ସମ୍ପର୍କିତ ଉତ୍ତର ରଖି ଗୃହରେ ଜଣାଇଥିଲେ ଯେ ବର୍ତ୍ତମାନ ସୁଦ୍ଧା ୨୮ଟି ଜିଲ୍ଲାରୁ ୨୯୫୬ଟି ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଓ ୩୨୩୫ଟି ନୂତନ ମିନି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲାପାଳମାନଙ୍କ ସ୍ଵାକ୍ଷରରେ ପ୍ରସ୍ତାବ ଗୁଡିକ ବିଭାଗରେ ହସ୍ତଗତ ହୋଇଅଛି। ଆବଶ୍ୟକ ଯାଂଚ କରାଯିବା ପରେ ୨ଟି ପର୍ଯ୍ୟାୟରେ ୨୮୪୨ଟି ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଓ ୩୧୩୯ଟି ନୂତନ ମିନି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ନିମନ୍ତେ ପ୍ରସ୍ତାବ ପଠାଯାଇଛି। ସେହିପରି ନର୍ଲା ବିଧାୟକଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଉତ୍ତରରେ ରଖିଥିଲେ ଯେ ସରକାର ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ଜର୍ଜ କଳାହାଣ୍ଡି ଏବଂ ଜିଲ୍ଲାପାଳ କଳାହାଣ୍ଡିଙ୍କ ସହିତ ଆଲୋଚନା କରି ନର୍ଲା ଓ କର୍ଲାମୁଣ୍ଡା ଠାରେ ଅସ୍ଥାୟୀ ସରକାରୀ ଗୃହରେ ଜେଏମଏଫସି କୋର୍ଟ ଖୋଲିବା ପାଇଁ ବିହିତ ପଦକ୍ଷେପ ମାନ ଗ୍ରହଣ କରିବେ।ଏତତ ବ୍ୟତୀତ ମ.ରାମପୁର ଓ କେସିଙ୍ଗା ଠାରେ ସିନିୟର୍ ସିଭିଲ କୋର୍ଟ ଖୋଲିବା ପ୍ରସ୍ତାବ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ସକ୍ରିୟ ବିଚାରାଧୀନ ଅଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଠାରୁ ପ୍ରସ୍ତାବ ଗୃହୀତ ହେଲାପରେ ସରକାର ମ.ରାମପୁର ଓ କେସିଙ୍ଗା ଠାରେ ଉକ୍ତ କୋର୍ଟ ଖୋଲିବା ପାଇଁ ବିହିତ ପଦକ୍ଷେପ ମାନ ଗ୍ରହଣ କରିବେ।

ଦୀପକ କୁମାର ଠାକୁର ନର୍ଲା ମସୀହା ପ୍ରତିନିଧି

Related posts

ଓଡିଶା ଚତୁର୍ଥ ଜାତୀୟ ଇଏମଆରଏସ କ୍ରୀଡା ପ୍ରତିଯୋଗିତା ୨୦୨୫ ଆୟୋଜନ

Sunil Chandra Nayak

ରାଷ୍ଟ୍ରବାଦୀ ସଂଘ ତରଫରୁ ମହାବୀରଙ୍କ ଜନ୍ମ ଉତ୍ସବ ଓ ଓଡ଼ିଆ ନବବର୍ଷ ପାଳନ ଓ ସମ୍ବର୍ଧନା ପର୍ବ 

masiha

ଖୁଣ୍ଟିଆ ଗ୍ରାମର ଦାଦନ ଖଟିବାକୁ ଯାଇଥିବା ଯୁବକଙ୍କ ଶବ ହାଇଦ୍ରାବାଦ ନିକଟରେ ଥିବା ଟ୍ରେନ ଲାଇନରୁ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!