= ପଞ୍ଜୁରୀ____
ପଞ୍ଜୁରୀରେ ଯେବେ ରହିଥିଲି ମୁହିଁ,
ପୋଷା ସାରି ଟିଏ ହୋଇ,
ସ୍ୱାଧୀନତା ମଜା ଚାଖି ମୁଁ ନଥିଲି,
କେଡ଼େ ନିରିମମ ତୁହି ।
ଏବେ ଦେଖୁଛି ମୁଁ ବାହାର ଦୁନିଆ,
ନଦୀ ବନ ଗୀରି କେତେ,
ବଗିଚାରେ କେତେ ଫୁଲ ଫଳ ଭରା,
ଖାଉଛି ଆନନ୍ଦେ ଯେତେ ।
ମଣିଷ ସମାଜ କେଡ଼େ ନିରିଦୟ,
ନାହିଁ ତା ମନରେ ଦୟା,
ନିତି ନିତି କେତେ ପ୍ରାଣୀ ବଧ କରି,
ଉଦର ପୁରାଏ ଯାହା।
ତଥାପି ତୋତେ ମୁଁ ଭୁଲିବିନି କେବେ,
ଖୋଉ ଥିଲୁ ମୋତେ ଦାନା,
ପ୍ରାଣ ପକ୍ଷୀଟିକୁ ବଞ୍ଚାଇ ଥିଲୁ ତୁ,
ପାଏ ପଛେ ମୁଁ ଯାତନା ।।
___ଚିତ୍ରା ରାଣୀ ପାତ୍ର __
ବାଲେଶ୍ଵର