l l ନୂଆ ସକାଳ l l
ନୂଆ ସକାଳ ର ସୁନେଲି କିରଣ
ନୂଆ ଆଶା ଦିଏ ବୁଣି ।
କାଲି ହୁଡିଥିବା କର୍ମର ପଥ ଟି
ଆଜି ଆରମ୍ଭିବା ପୁଣି ।।
ଆଉ ଥରେ ପୁଣି ମଉକା ଦେଇଛି
ନୂଆ କିଛି କରି ଯିବା ।
ଆଜି ଯଦି କିଛି କରି ନ ପାରିଲେ
କାଲି ଯାଏଁ ଚାହିଁ ଥିବା ।।
ନୂଆ ସକାଳ ଟି ନୂଆ ଉଦ୍ଦୀପନା
ନୂଆ ସମ୍ଭାବନା ଧରି ।
କାଲି ଯାଇଥିଲା ମୁହଁ ମୋଡ଼ି ଦେଇ
ଆଜି ସେ ଆସିଛି ଫେରି ।।
ସାଙ୍ଗିତିକ କରି ଆଗମନ ତାର
ପକ୍ଷୀ ଙ୍କ କୂଜନ ଶୁଭେ ।
ସର୍ବ ପ୍ରାଣୀ ଗଣ କରିବେ ଭ୍ରମଣ
ବାହାରି ପ୍ରଭାତୁ ଶୁଭେ ।।
ବର୍ଷ ଶେଷ ଦିନ ନୂଆ ସକାଳ ର
ନୂତନ ବାରତା ଏହି ।
ନୂଆ ବରଷ ର ନୂଆ ସକାଳ କୁ
ଯେମିତି ଭୁଲିବେ ନାହିଁ ।।
ଶୁଭଭିନନ୍ଦନ ଜଣାଇ ସଭିଙ୍କୁ
କରି ଦେବ ମନ ତୋଷ ।
ପୁରୁଣା ବର୍ଷ ର ରାଗ ୠଷା ଛାଡ଼ି
କ୍ଷମା କରିଦେବ ଦୋଷ ।।
ଚିତ୍ତ ରଞ୍ଜନ ଦେହୁରୀ
ଅନୁଗୋଳ