ସାହିତ୍ୟ ଅଗଣାଗୀତାଞ୍ଜଳି ପୃଷ୍ଟି ଙ୍କ କବିତା// ନୂଆ ବର୍ଷ ଆସିଲାଣି by Sunil Chandra NayakJanuary 1, 20230135 Share0 ନୂଆ ବର୍ଷ ଆସିଲାଣି ଗୀତାଞ୍ଜଳି ପୃଷ୍ଟି ନୂଆ ବରଷର ଶୀତୁଆ ସକାଳେ କୁହୁଡି ଗାଆଁ ର ପ୍ରାନ୍ତେ ସୁନେଲି ସୂରୁଜ ଉଙ୍କି ମାରିଲେଣି ଘୋର ତମସାର ଅନ୍ତେ ll ଧରଣୀ ବକ୍ଷରେ ତରୁଲତା ଡାଳେ ନବ ଅରୁଣିମା ସ୍ପର୍ଶ ଘୁଞ୍ଚି ଯାଉଛନ୍ତି କାକର ଗାଲିଚା ସବୁ ଦିଶିଲାଣି ସ୍ୱଚ୍ଛ ll ସୋରିଷ ଫୁଲର ଶିରାରେ ଶିରାରେ ହଳଦୀର ରଙ୍ଗ ବୁଣି ପାଦ ଚିପି ଚିପି ନୂଆ ବରଷଟା ଧରା ପରେ ଆସିଲାଣି ll ଦୂର ଦେବାଳୟେ ଭକତ ଗହଳେ ଘଣ୍ଟ ଘଣ୍ଟା ଧ୍ୱନି ସହ ନୂଆ ସକାଳରେ ଶୁଭ ମାନସୀ କି ପୂଜିଲେଣି କେତେ ଦିଅଁ ll ଶୁଭରେ ଶୁଭରେ କଟିଯାଉ ବର୍ଷ ସୌଭାଗ୍ୟ ସମୃଦ୍ଧି ଧରି ପ୍ରାଣେ ପ୍ରାଣେ ଭରି ସଂପ୍ରୀତି ସୋହାଗ ହସିଉଠୁ ସୁଖ ଶିରୀ ll ହିଂସା ଦ୍ୱେଷ ଭାବ ଅପସରି ଯାଉ ପ୍ରତି ହୃଦୟରୁ ଦୂରେ ସୌହାର୍ଦ୍ଧ୍ୟ ଶୁଭେଚ୍ଛା ସ୍ବର୍ଗୀୟ ସମ୍ପତ୍ତି ଭରୁ ଏ ମାନବ ଠାରେ ll ଏମିତି ବରଷ ଆସି ଯାଉଥିବ ସମୟ ସୁଅରେ ଚାଲି କେତେବେଳେ କିଏ ଛାଡ଼ି ଚାଲିଯିବ ଆସିଯିବ କାହା ପାଳି ll ଜଗତର ନାଥ କାଳିଆ ସାଆନ୍ତ ଶୁଭ ଦୃଷ୍ଟି ଦେଇ ବାରେ ଭରି ଦିଅ ଖୁସି ଏ ନୂଆ ବର୍ଷରେ ତଵ ସୃଷ୍ଟ ଏ ସଂସାରେ ll “ସୂର୍ଯ୍ୟସ୍ନାତା” ଡିହସାହି ଗତିରାଉତ ପାଟଣା, କଟକ – 754100