ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଙ୍କ କବିତା // ଆସ ହେ ନୂଆ ବରଷ

ଆସ ହେ ନୂଆ ବରଷ

ଆନନ୍ଦ ଉଲ୍ଲାସେ ଆସି ନବ ବର୍ଷ
       ଭରିବ କେତେ ଆନନ୍ଦ
ଗଲାବେଳେ ଯିବ ଦେଇ ମନଦୁଃଖ
         ପାଇବା ସର୍ବେ ବିଷାଦ ।୧।
କିଏ କରେ ସୁଖ ଅବା ପାଏ ଦୁଃଖ
           ତଥାପି ଚାଖନ୍ତି ସ୍ବାଦ
ଯିବା ବେଳେ କେହି କରେନି ଆଦର
           ସମସ୍ତେ କହନ୍ତି ଖେଦ ।୨।
ସମୟ କା ପାଇଁ ହୁଏନି ନିଷ୍ଠୁର 
         ସବୁତ କର୍ମର ଦୋଷ
କର୍ମେ ଯାହା ବିଧି ଲେଖିଛି ଘଟିବ
          ରହିଯିବ ଅବସୋସ ।୩।
ମୁଣ୍ଡଟେକି ଆଜି ସଜେଇ ହେଲାଣି
        ଆସିବ ନୂଆ ବରଷ
ନୂଆ ପରଶରେ ମସଗୁଲ ହେଵା
        ମୁଖରେ ଫୁଟାଇ ହସ ।୪।
ରାତି ତ ପାହିବ ପାହିବା ହେଲାଣି
       ଆସ ହେ ଭଉଣୀ ଭାଇ
ହସିହସି ଆମ୍ଭେ ବିଦାୟ ଯେ ଦେବା
         ନୂଆ ବର୍ଷକୁ ଅନାଇ ।୫।
ରଖିବାନି ମନେ ରାଗ ଅହଂକାର
      ସବୁକୁ ପାଶୋରି ଦେବା
ପୁରୁଣା ବର୍ଷର ଯେତେ ଅଭିମାନ
      ସେସଵୁ ଭୁଲିଣ ଯିବା ।୬।
ବିଦାୟ ବେଳାରେ ସଦୟ ହୋଇବା
         କରିବାରେ ଆଲୋଚନା
ଜଗତ ବାସୀଙ୍କ ମଙ୍ଗଳ ପାଇଁକି
      ଲେଖିବା ନୂଆ ରଚନା ।୭।
ବୋହି ଯିବ ନୀର ହୋଇ ଖରଖର
        ଆଖିର ଲୋତକ ଧାର
ଜଗତ ଠାକୁର କରିବେନି ପର
       ଶୁଝିବା ଧାର ଉଧାର ।୮।
ମନରେ ଆନନ୍ଦ ଭରିଦେବେ ପ୍ରଭୁ
       ସମସ୍ତେ ହୋଇବା ଧନ୍ଯ
କରିବେନି ହେଳା ପ୍ରଭୁ ଚକାଡୋଳା
       ମଣନି ତାଙ୍କୁ ସାମାନ୍ୟ ।୯।
ବାଜିଲାଣି ଘଣ୍ଟି ହେଲାଣି ତ ବେଳ
        ମନକୁ କର ଉଶ୍ୱାସ
ରାଗ ଭୁଲି ମନୁ ଆହ୍ବାନ କରିବା
      ଆସ ହେ ନୂଆ ବରଷ ।୧୦।

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,

ସମ୍ପାଦକ – ମୋ ଆଳଦା, ଆଳଦା, ଖଇରା, ବାଲେଶ୍ବର

Related posts

ଆଦରମଣି ପ୍ରଧାନ ଙ୍କ କବିତା // ତୁମେ ଆସୁଛ

Sunil Chandra Nayak

ରାକେଶ ସାହୁ ଙ୍କ କବିତା // ମିଛେଇ ଝିଅ

Sunil Chandra Nayak

ଚନ୍ଦ୍ର ଶେଖର ଶବର ଙ୍କ କବିତା = ବସନ୍ତ ନିବସରେ ବସନ୍ତ ପ୍ରବେଶ

Sunil Chandra Nayak

Leave a Comment

error: Content is protected !!