ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସୁଜାତା ଦାସ  ଙ୍କ କବିତା// କିଛି ବ୍ୟଥା କିଛି କଥା 

  କିଛି ବ୍ୟଥା କିଛି କଥା 

ଯେଦିନୁ ଯନ୍ତ୍ରଣା 
      ଛୁଇଁଛି ହୃଦୟ 
           ଲେଖନୀ ଧରିଛି ହାତେ 
ଲେଖୁଛି କବିତା 
      ହୃଦୟର ବ୍ୟଥା 
            ଝରିପଡ଼େ ଶବ୍ଦ କେତେ l
ଜୀବନ ସଂଗୀତ 
     ବ୍ୟଥା ପ୍ରସ୍ପୁଟିତ 
          ଲେଖନୀରୁ ପଡେ ଝରି 
ଭାବର ସାଗରେ 
     ବେଦନା ତରଙ୍ଗେ 
          ସାଜି ଉପଶମ ତରୀ l
କେବେ ପ୍ରୀତି ହସେ 
      ମହ ମହ ବାସେ 
…… ଫୁଟେ ଅନୁରାଗ ଫୁଲ 
କେବେ ପ୍ରତାରଣା 
    ମିଥ୍ୟା ପ୍ରବଞ୍ଚନା 
          ଉଡାଏ ଯନ୍ତ୍ରଣା ଝୁଲ l
ଲୁହର ସାମ୍ରାଜ୍ୟେ 
     ପରିଚୟ ଖୋଜେ 
        . ଅଭିମାନେ ଯାଏ ହଜି 
ପାରେନାହିଁ ଧୋଇ 
      ଅନ୍ତରର କ୍ଷତ 
           ଲହୁରେ ଯାଏ ଯେ ଭିଜି l
ଓଠ ହସୁଥାଏ 
      ଅମୃତ ବର୍ଷାଏ 
            ସମ୍ପର୍କର ସେତୁ ପରେ 
ଅଦୃଶ୍ୟ ସେ କୋହ 
     ତଥାପି ଅସହ୍ୟ 
            ଝରି ଆସେ ଅଗୋଚରେ l
ଲୁହର ଭାଷା କୁ 
    ପଢିକି ପାରଇ 
    ….. ଓଠ ଛୁଇଁ ଯାଏ ଶୁଖି 
ହୃଦୟର ଭାଷା 
     କଲମ ଜାଣଇ 
          ଶବ୍ଦର ଛନ୍ଦରେ ଯୋଖି l

       ସୁଜାତା ଦାସ 

            ବାଲେଶ୍ୱର

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଆଦରମଣି ପ୍ରଧାନ ଙ୍କ କବିତା // ତୁମେ ଆସୁଛ

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା l l ପୌଷ ପୂର୍ଣ୍ଣିମା l l

Sunil Chandra Nayak

Leave a Comment

error: Content is protected !!