ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ରଞ୍ଜିତା ପତି ଙ୍କ କବିତା l l l ଶୀତ l l l

l l l ଶୀତ l l l

                             ରଞ୍ଜିତା ପତି

    ସୋରିଷ ଫୁଲ ର
         ସ୍ଵର୍ଣ୍ଣିମ ଆଭାରେ
          ପ୍ରକୃତି ନଵଵର୍ଣ୍ଣାଳୀ
ହେମନ୍ତ ର ଅନ୍ତେ
     ଶୀତ ରାଣୀ ଵିଜେ
       ନେଇ ଶୁଭ୍ର ମୁକ୍ତାଵଳୀ
ଗୋଧୂଳି ଵେଳାର
      ସିକ୍ତ ସଞ୍ଜ ବେଳା
         ଦିଏ ଶୀତଳ ପରଶ
ଲାବଣ୍ୟ ମୟୀ ସେ
       ପ୍ରକୃତି ସୁନ୍ଦରୀ
        ଅପୂର୍ବ କୁଆଁରୀଵେଶ
କୁମୁଦ କମଳ
      ସରୋଵରେ ନୀଳ
           ନିମିଳିତ ଚକ୍ଷୁ ଫେଇ
ଵର୍ଣ୍ଣମୟୀ ପ୍ରିୟା
       ପ୍ରୀତି ଅନୁରାଗେ
          ଅନୁକ୍ଷଣେ ଯାଏ ଛୁଇଁ
ତପନ କିରଣ
      ଦିନୁ ଦିନ କ୍ଷୀଣ
       ଦିବସ ଶରୀର କୃଶ
ରଚେ ଵିଭାବରୀ
        ସୁନୀଳ ଆକାଶେ
           ରୋଷଣୀ ର ଚନ୍ଦ୍ରହାସ
ନାନାଵର୍ଣ୍ଣ ପୁଷ୍ପ
       ଵନେ ଉପଵନେ
        ରଙ୍ଗ ର ଫୁଆରା ଧରା
ସୁରଭିତ ତନୁ
       ପ୍ରକୃତି ବିଭବ
        ବିପୁଳ ତନ୍ଦ୍ରା ପସରା
କିଏ ସେ ବିନ୍ଧାଣୀ
      ବିଚିତ୍ର କରଣୀ
          ଋତୁପର୍ଯ୍ୟାୟ ର ସ୍ରଷ୍ଟା
ଅଭିନଵ ରୂପ
      ଚିତ୍ର ଅପରୂପ
        ମାନଵ ନୀରବ ଦ୍ରଷ୍ଟା
ଆସିଅଛି ଶୀତ
     ବିଧି ଅଭିପ୍ରେତ
       ସୁଖ ଦୁଃଖ ସମାହାର
ସ୍ବାସ୍ଥ୍ୟ ର ସମ୍ମତ
    ଏ ଋତୁ ସର୍ଜନା
       ଶୃଙ୍ଖଳିତ ପ୍ରକୃତିର ।

        ଗଞ୍ଜାମ

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା କିଛି ରହିଗଲା ବାକି 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ମତ୍ସ୍ୟ ଗନ୍ଧା

Sunil Chandra Nayak

Leave a Comment

error: Content is protected !!