ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମୋତିଲାଲ ସାହୁ ଙ୍କ କବିତା = ଅନୁତାପ

        ଅନୁତାପ

ଏମିତି ହୁଅନ୍ତାନି… ପୁଣି ଥରେ ପିଲା ଦିନ ଫେରିଆସନ୍ତାନି…
ସଜାଡି ଦିଅନ୍ତି.. ମୁଁ ମୋ ନିଜକୁ…..!!
ହେଇଜାନ୍ତି.. ବାପା ବୋଉ ଙ୍କର ବାଧ୍ୟ ସନ୍ତାନ…!
ଅବଧାନେ ଙ୍କର ଗେହ୍ଲା ଛାତ୍ର….!
ନୀତି ଚାଲିଯାନ୍ତି.. ଚାଟ ଶାଳୀ.. କୁ ସୁନା ପିଲା ଟିଏ.. ପରି…!!
ଭାଙ୍ଗନ୍ତିନି.. ମୁଁ ବାରମ୍ବାର… ସିଲଟ… ଆଉ ନୀତି ହଜାନ୍ତିନି… ଖଡ଼ି…..!!
କେବେବି ଅଳି କରନ୍ତିନି କି ଗୋଡ କଚାଡି କାନ୍ଦନ୍ତିନି…. ଗଣେଶ ପୂଜା ଆଉ ସ୍ୱରସ୍ବତୀ ପୂଜା ରେ କିଣି ଦେବାକୁ ନୂଆ Dress…..!!
ବାପାଙ୍କୁ କେବେବି ବାଧ୍ୟ୍ୟ କରନ୍ତିନି ବୁଲେଇ ନେବାକୁ ମୀନା ବଜାର….. ଆଉ କିଣି ଦେବାକୁ ନାନା ରଙ୍ଗର ଖେଳନା….!!
ମୁଖସ୍ତ କରିଦିଅନ୍ତି ବର୍ଣ୍ଣ ବୋଧ ର ସବୁ ବର୍ଣ୍ଣ ମାଳା..!
ଆଉ ମନ ଦେଇ ଘୋଷି ଦିଅନ୍ତି… ଗଣିତର ସବୁ ସୂତ୍ର…!
ମୁଖସ୍ତ.. କରି ପକାନ୍ତି.. Present…, past…ଆଉ Future.. Tense ଵା Time.. ର ସବୁ ନିୟମାବଳୀ….!!
ଆଉ ମୋତେ ଭୟ ଲାଗନ୍ତାନି….ସାମ୍ନା କରିବାକୁ…
ଆଜି ଯେମିତି ଲାଗୁଛି…….!

ମୋତିଲାଲ ସାହୁ

ଡାମରପୁର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା. ମୋବାଇଲ ନମ୍ବର-9668545491.

Related posts

ସତ୍ୟ ରଞ୍ଜନ ସ୍ୱାଇଁ ଙ୍କ କବିତା = ମନ

Sunil Chandra Nayak

ଅରୂପ କୁମାର ବିଶ୍ବାଳ ଙ୍କ କବିତା // ମହା ଶିବରାତ୍ରୀ

Sunil Chandra Nayak

ଜଗଜ୍ୱିବନ ସା ଙ୍କ କବିତା = ଧ୍ବଂସ ମୁଖୀ ମାନବ

Sunil Chandra Nayak

Leave a Comment

error: Content is protected !!