ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନଲାଇନରେ ଶିଶୁକୁ କରାଯାଉଥିବା ଯୌନ ଶୋଷଣ ଓ ଦୁର୍ବ୍ୟବହାର ସୁରକ୍ଷା ସମ୍ପର୍କ ରେ ଆଇନଗତ ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ

ଅନଲାଇନରେ ଶିଶୁକୁ କରାଯାଉଥିବା ଯୌନ ଶୋଷଣ ଓ ଦୁର୍ବ୍ୟବହାର ସୁରକ୍ଷା ସମ୍ପର୍କ ରେ ଆଇନଗତ ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡା , ତା୦୬.୦୬. ୨୦୨୫:— ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଚାଇଲଡ ଫଣ୍ଡ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସଭା ଗୃହରେ ଶିଶୁ ସୁରକ୍ଷା ଉପରେ ଅନଲାଇନରେ ଶିଶୁକୁ କରାଯାଉଥିବା ଯୌନ ଶୋଷଣ ଓ ଦୁର୍ବ୍ୟବହାର ସମ୍ପର୍କରେ ଆଇନ ଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି I ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ସଭାପତି ସୁଶ୍ରୀ ଲିଳିତା ଦାସ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲିକ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ସଚେତନ ରଥର ଉଦଘାଟନ କରିଥିଲେ I ଏହା ପରେ ସଚେତନତା ରଥ ସହର ପରିକ୍ରମା କରିଥିଲI I ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ବିଜୟ କେତନ ସାହୁ ଜିଲ୍ଲା ପରିଷଦ ସମିଳନୀ କକ୍ଷରେ ଆୟୋଜିତ ବୈଠକକୁ ପରିଚାଳନା କରିଥିଲେI ଏହି କାର୍ଯ୍ୟକ୍ରମରେ ଶିଶୁମାନଙ୍କର ସାମ୍ପ୍ରତିକ ସ୍ଥିତି ଓ ପରିସ୍ଥିତି ଏବଂ ସେମାନଙ୍କ ଭବିଷ୍ୟତ କିଭଳି ଉଜ୍ଜଳମୟ ହୋଇପାରିବ ସେ ସମ୍ପର୍କରେ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ I ଜିଲ୍ଲାରେ ସମସ୍ତ ଶିଶୁ ସୁରକ୍ଷିତ ରହି ତାଙ୍କର ଭବିଷ୍ୟତ ଗଠନ କରିବେ ତା ଉପରେ ସମସ୍ତ ବିଭାଗର ଅଧିକାରୀମାନେ ଯତ୍ନଶୀଳ ହେବI ଉଚିତ I ବାଲ୍ୟ ବିବାହ ନିରାକରଣ, ନାରୀ ନିର୍ଯାତନା, ଶିଶୁ ଯୌନ ଶୋଷଣ ଓ ଦୁର୍ବ୍ୟବହାର ସମ୍ପର୍କରେ ଥିବା ଆଇନ ଗତ ନିୟମାବଳୀ ସମ୍ପର୍କରେ ଡାକ୍ତର ବେଣୁଧର ସେନାପତି ସଂସାଧନ ଅଧିକାରୀଭାବେ ଯୋଗ ଦେଇ ଆଲୋଚନା କରିବା ସହ ସଦସ୍ୟମାନଙ୍କର ବିଭିନ୍ନ ସମସ୍ୟା ଗତ ପ୍ରଶ୍ନଗୁଡିକର ଉତର ରଖିଥିଲେ I ଶିଶୁ ଆଶା, ସରଳତା ଓ ଭବିଷ୍ୟତର ପ୍ରତିନିଧିତ୍ୱ କରନ୍ତି I ସେମାନଙ୍କ ସ୍ୱପ୍ନ , ଜିଜ୍ଞାସା ଏବଂ ସେମାନଙ୍କ ମଧ୍ୟରେ ଥିବା ସମ୍ଭାବନା ଆମକୁ ଏକ ଉତ୍ତମ ବିଶ୍ୱ ଗଠନ କରିବାପାଇଁ ପ୍ରେରଣା ଦିଏ I ଡିଜିଟାଲ ଦୁନିଆରେ ଇଣ୍ଟେର୍ନେଟ ର ବିକଶିତ ଉପଲବ୍ଧତା ଏବଂ ସଚେତନତା ଓ ସୁରକ୍ଷାତ୍ମକ ଉପାୟର ଅଭାବ ଯୋଗୁଁ ଶିଶୁମାନେ ଅନଲାଇନର ଶୋଷକ ମାନଙ୍କଦ୍ୱାରା ବିପଦ ଗ୍ରସ୍ତ ହୋଇଥାନ୍ତି I ଶିଶୁ ସହିତ ହେଉଥିବା ଅନଲାଇନ ଅପରାଧ ଓ ଯୌନ ଶୋଷଣ କୁ ମୁକ୍ତ କରିବାରେ ଆଇନଗତ ଧାରା ସମ୍ପର୍କରେ ଯୋଗ ଦେଇଥିବା ପୋଲିସ ଓ ସ୍ଵେଛାସେବି ସଂଗଠନ କର୍ମକର୍ତାମାନେ ପ୍ରଶିକ୍ଷଣ ନେଇଥିଲେ I ଏହି ଅବସରରେ ହେଡ କ୍ୱାର୍ଟଏର କନ୍ଷ୍ଟେବଳ ପ୍ରଦୀପ କୁମାର ନାୟକ ଓ ନିକିରାଇ ଆଇ ଆଇ ସି ଶ୍ରୀମତୀ ପଦ୍ମାଳୟା ପ୍ରଧାନଙ୍କୁ ଶିଶୁମିତ୍ର ପୋଲିସ ଅଧିକାରୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା I ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧକ୍ଷା ଶ୍ରୀମତୀ ସ୍ଵାଗତିକା ପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଚାଇଲଡ ଫଣ୍ଡ ଇଣ୍ଡିଆର କର୍ମ କର୍ତ୍ତା ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରାଜ୍ୟର ଜଣାଶୁଣା ଶିଶୁ ସୁରକ୍ଷା ସକ୍ରିୟ କର୍ମକର୍ତା ବେଣୁଧର ସେନାପତି DCPU, CWC, JJB, CHL, WHL, SJPU, ଶିକ୍ଷକ, ପୋଲିସ ଅଧିକାରୀମାନଙ୍କୁ SLIDE ମାଧ୍ୟ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ I ସଂସାଧନ ଅଧିକାରୀ ଭାବେ ମଧ୍ୟ ବରିଷ୍ଠ ଆଇନ ଜୀବି ଭୀମସେନ ଭୁଆଁ ଓ ଚାଇଲଡ଼ ଫଣ୍ଡ ଇଣ୍ଡିଆର ଇସ୍ରାଏଲ ନନ୍ଦ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ |

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

କୋକସରା ବ୍ଲକ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ପ୍ରଦର୍ଶିତ କଲେ ଅଗ୍ନିଶମ ବିଭାଗ କର୍ମଚାରୀ

Sunil Chandra Nayak

ନବରଙ୍ଗପୁରଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବିଧାୟକ ଙ୍କ ସ୍ମାରକପତ୍ର ପ୍ରଦାନ 

masiha

Leave a Comment

error: Content is protected !!