ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ପକ୍ଷରୁ ବିଶ୍ଵ ପରିବେଶ ଦିବସ, ୨୦୨୫ ପାଳନ 

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ପକ୍ଷରୁ ବିଶ୍ଵ ପରିବେଶ ଦିବସ, ୨୦୨୫ ପାଳନ 

ନବରଙ୍ଗପୁର:(୦୫/୦୬/୨୦୨୫)(ରବି ନାରାୟଣ ମହାନ୍ତି)ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ବିଦ୍ୟା ନିକେତନ ସେକେଣ୍ଡାରୀ ସ୍କୁଲ, ନବରଙ୍ଗପୁର ପରିସର ଠାରେ ବିଶ୍ଵ ପରିବେଶ ଦିବସ, ୨୦୨୫ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସ୍କୁଲ ପରିସରରେ ବୃକ୍ଷ ରୋପଣ ଓ ଆଇନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ଯୋଗ ଦେଇଥିଲେ ଓ ସମସ୍ତଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରିଥିଲେ। ପ୍ରଥମେ ଜିଲ୍ଲା ଆଈନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ବିଶ୍ଵ ସୁରକ୍ଷା ଆଇନ ଏବଂ ପରିବେଶ ସୁରକ୍ଷା ଆଇନ ଉପରେ ପିଲା ମାନଙ୍କୁ ସଚେତନ କରାଇଥିଲେ । ଅନ୍ୟାନ୍ୟ ଅତିଥି ରୂପେ ଶ୍ରୀ ପ୍ରଶନ ପ୍ରସାଦ ପଟ୍ଟନାୟକ, ମୁଖ୍ୟ ଏଲଏଡ଼ିସିଏସ, ନବରଙ୍ଗପୁର ଶ୍ରୀମତୀ କିଶୋରୀ ପଟ୍ଟନାୟକ, ପ୍ଯାନେଲ ଲଇୟାର, ନବରଙ୍ଗପୁର ଶ୍ରୀ ସଦାସିବ ସାହୁ, ଉପ ସଭାପତି, ଜିଲ୍ଲା ଓକିଲ ସଙ୍ଗ ନବରଙ୍ଗପୁର, ଶ୍ରୀ ତନୟ ରଣା, ଅଧକ୍ଷ, ବିଦ୍ୟା ନିକେତନ ସେକେଣ୍ଡାରୀ ସ୍କୁଲ ବିନୋଦ ବିହାରୀ ସାହୁ, ନବରଙ୍ଗପୁର, ମିସ ରାଖୀ ଜୈନ, ଏସିସ୍ଟେନ୍ଟ ଏଲଏଡ଼ିସି, ନବରଙ୍ଗପୁର ପ୍ରମୁଖ ଯୋଗ ଦେଇଥିଲେ ଓ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପାରା ଲିଗାଲ ସ୍ଵଚ୍ଛାସେବୀ ଆଇନଜୀବି ଓ ବନ ବିଭାଗର କର୍ମଚାରୀ ମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆମ୍ବେଦକର ଙ୍କ ସ୍ମୃତିରେ ସମ୍ବିଧାନ ସୁରକ୍ଷା ସମ୍ପର୍କିତ ଆଲୋଚନା ଚକ୍ର

masiha

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମ୍ ବିଏ ଓ ଏମ୍ ଏସ୍ ସି କମ୍ପ୍ୟୁଟର ସାଇନସ୍ ବୃତ୍ତିଗତ ଶିକ୍ଷା ବିଭାଗ ପକ୍ଷରୁ ଏକଦିବସୀୟ ଆଲୋଚନାଚକ୍ର-୨୦୨୫ ଉଦ୍ ଯାପିତ 

Sunil Chandra Nayak

କୁଅ ରୁ ଜଙ୍ଗଲି ବାରାହା ଉଦ୍ଧାର    

Sunil Chandra Nayak

Leave a Comment

error: Content is protected !!