ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

   ଜଣାଣ

ମାନଗୋବିନ୍ଦ ସ୍ବାଇଁ

ତୁମକୁ ଦେଖିଲେ ମନରେ ଆସୁଛି
      ଅନେକ ଭକ୍ତି ମୋଶ୍ରଦ୍ଧା
ମୁଣ୍ଡିଆ ମାରିଲେ ହୃଦୟ ପବିତ୍ର
    ମୋ ଆଶା ପୁଣ୍ୟ ସୁବିଧା।
ତୋଆଖି ମୋଆଖି ମିଶି ଗଲା ପରେ
        ଭାବ ଆଦାନ ପ୍ରଦାନ
କିଛି ଗୀତ ନୃତ୍ୟ ସଂଗୀତ ପାଠରେ।  
         ଭକ୍ତି ମିଳଇ ଚୂମ୍ବନ।
ବସିଛ ନୀରବ ଗମ୍ଭୀର ଭିତରେ
     ଗଜ ଉଦ୍ଧାର ଜୀବନ
ଦେଖାଇ କହିଲ ଧରମ ବିଚାର
       ସଭିଙ୍କ ପାଇଁ ସମାନ।
ପ୍ରଭୁ ପଣ ଟାଣ ସବୁ ଯାଏ ମେଣ୍ଟି
      ଧରମ ପ୍ରଭୁଙ୍କ ହାତ
ବିପଦ ଆସିଲେ ଡରି ଯାଓ ନାହିଁ
        ଧର୍ଯ୍ୟ କାଳିଆ ସଙ୍ଗାତ।
ଅନ୍ୟାୟ ଅନୀତି ବଢୁଛି ଦିନକୁ
       ନୀରବ ରୁହ କାହିଁକି
ପରାଣ ଦୁଃଖରେ କେମିତି ସହୁଛ
       ଏ କ’ଣ ପଡ ପଣକି ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ତୃପ୍ତି ରାଣୀ ପାତ୍ର ଙ୍କ କବିତା//ହେ ତେଇଶି

Sunil Chandra Nayak

ଚନ୍ଦ୍ରକଳା ଙ୍କ କବିତା // ମହା ଜାଗର 

Sunil Chandra Nayak

ମଧୁମିତା ମିଶ୍ର ଙ୍କ କବିତା // ସନେଟରେ ପ୍ରକୃତ ବନ୍ଧୁ

Sunil Chandra Nayak

Leave a Comment

error: Content is protected !!