ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିପେଟ୍- ଆଇପିଟି ତରଫରୁ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ

ଲାଞ୍ଜିଗଡ଼,୦୯/୦୨(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଗରିବ ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀର ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ଯୁବକ ଯୁବତୀଙ୍କୁ ତାଲିମ, ପ୍ରଶିକ୍ଷଣ ସହିତ କର୍ମସଂସ୍ଥାନ ଯୋଗାଇଦେବାକୁ ଆଗେଇ ଆସିଛି ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ବା ସିପେଟ୍ ! ସିପେଟ ତଥା ଏହା ସହିତ ଅନୁବନ୍ଧିତ ସଂସ୍ଥା ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଷ୍ଟିକ୍ ଟେକ୍ନୋଲୋଜି ପକ୍ଷରୁ ଆଜି ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷ ପରିସରରେ ଆଜି ନିଯୁକ୍ତି ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି ! ଏଥିରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, କୁମଖାଲ ସରପଞ୍ଚ ସାନ୍ଦ୍ରୁ ମାଝୀ, ଲାଞ୍ଜି ସରପଞ୍ଚ ଯମୁନା ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ! ଲାଞ୍ଜିଗଡ଼ ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳୀୟାର ସିଂହଙ୍କ ତତ୍ବାବଧାନରେ ଆୟୋଜିତ ଶିବିରରେ ସିପେଟ୍-ଆଇପିଟିର ସ୍ବାଧୀନ କୁମାର ସାମଲ ତାଲିମଦାତା ଭାବେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ ! ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନାର ଲାଞ୍ଜିଗଡ଼ ବ୍ଲକ ସଂଯୋଜକ ଅୟସକାନ୍ତ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଏଥିରେ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ୪୪ ଜଣ ଯୁବକ ଯୁବତୀ ନିଜ ନିଜର ନାମ ପଞ୍ଜିକରଣ କରିବା ସହିତ ନିଯୁକ୍ତି ଓ ପରାମର୍ଶ ସଂପର୍କିତ ତାଲିମ ଗ୍ରହଣ କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ହକି ପ୍ରତିଯୋଗିତା ପାଇଁ ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

୪୨ ମୌଜା ଧୂଳିସ୍ଵର ଗ୍ରାମ ରଥ ଯାତ୍ରାରେ ଯୋଗଦେଲେ ବିଧାୟକ 

masiha

ସରପଞ୍ଚଙ୍କ ସ୍ୱାମୀ ତଥା ବିଜେପି ମଣ୍ଡଳ ସଭାପତି ନାଁରେ ସାଙ୍ଘାତିକ ଦୁର୍ନୀତି ଅଭିଯୋଗ, ଶ୍ରମିକଙ୍କ ଟଙ୍କା ହଡ଼ପ କରିଥିବା ଗୁରୁତର ଅଭିଯୋଗ ଆଣିଲେ ଶ୍ରମିକ l ଅଭିଯୋଗ ପରେ , ତଦନ୍ତ କଲେ ବିଡିଓ

masiha

Leave a Comment

error: Content is protected !!