ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲେଶ୍ଵର,୨୮/୦୧/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରୀ ସ୍ଥିତି ସରକାରୀ ଉଚ୍ଚ ବିଦ୍ୟାଳୟ, ଗଡପୋଖରୀର ୬୩ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରମାକାନ୍ତ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଯୁଧିଷ୍ଠିର କୁଅଁର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସ, ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡ଼ା, ପୁରାତନ ଛାତ୍ର ସଭାପତି ଶତ୍ରୁଘ୍ନ କୁମାର ଦାସ, ଦୀନବନ୍ଧୁ ଦାସ, ଜିତେନ୍ଦ୍ର ବେହେରା, ସିଆରସିସି ରଘୁନାଥ ଦଳେଇ, ସରପଞ୍ଚ ଟିକିରାଣୀ ସେଠୀ, ସମିତିସଭ୍ଯ ଶତ୍ରୁଘ୍ନ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ପୁଷ୍ପଲତା ନାୟକ । ବାର୍ଷିକ ବିବରଣୀ ପାଠ କରିଥିଲେ ଶିକ୍ଷୟିତ୍ରୀ ଜ୍ଯୋତ୍ସ୍ନାମୟୀ ମଲ୍ଲିକ, ବେଦପାଠ କରିଥିଲେ ଦୋଳଗୋବିନ୍ଦ ତ୍ରିପାଠୀ, ସ୍ବାଗତ ସଙ୍ଗୀତ ଓ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ ଛାତ୍ରୀମାନେ । ବିଦ୍ୟାଳୟ ଆମକୁ କି ଶିକ୍ଷା ଦିଏ ? ଶିକ୍ଷାର ପ୍ରଗତି ସମାଜର ପ୍ରଗତି, ଚରିତ୍ର ଗଠନର ମୂଳ ପୀଠ ହେଉଛି ବିଦ୍ୟାଳୟ, ଚରିତ୍ର ଗଠନ ଓ ବିନମ୍ରତା ଶିକ୍ଷା ଦେଇଥାଏ ବିଦ୍ୟାଳୟ ବୋଲି ଅତିଥି ମାନଙ୍କ ବକ୍ତବ୍ୟ ପିଲାମାନଙ୍କ ଉଦ୍ଦେଶ୍ୟରେ ଖୁବ୍ ସୁନ୍ଦର, ଶିକ୍ଷଣୀୟ ଓ ଉପଦେଶାତ୍ମକ ଥିଲା । ବିଦ୍ୟାଳୟର ଅଧିକ ଉନ୍ନତି ନିମନ୍ତେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପ୍ରତି ଉତ୍ତରରେ ଆବଶ୍ୟକ ଥିବା ଯାବତୀୟ ସମସ୍ୟା ଗୁଡିକୁ ପୂରଣ କରିବା ଦିଗରେ ଯଥାସାଧ୍ଯ ଆପ୍ରାଣ ଚେଷ୍ଟା କରିବେ ବୋଲି ମୁଖ୍ୟ ଅତିଥି ତଥା ବିଧାୟକ ଘୋଷଣା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି କେତେ ଜଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପିଲାଙ୍କ ନୃତ୍ୟଗୀତରେ ମୁଗ୍ଧ ହୋଇ ବିଧାୟକ ୧ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଦେଖିବାକୁ ଅଭିଭାବକ, ଅଭିଭାବିକା ଓ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ । ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ, ପରିଚାଳନା କମିଟି ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମ.ରାମପୁର ରେ ୩୪ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ

Sunil Chandra Nayak

ନିର୍ବାଚନ କାର୍ଯ୍ୟରେ ଯୋଗ ନଦେଲେ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ 

masiha

ଜଳେଶ୍ୱରର ପୂର୍ବତନ ବିଧାୟକ ସ୍ବର୍ଗତ ଜୟନାରାୟଣ ମହାନ୍ତିଙ୍କ ବିୟୋଗରେ ଶୋକସଭା

masiha

Leave a Comment

error: Content is protected !!