ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପତଞ୍ଜଳି ଯୋଗ ପ୍ରଶିକ୍ଷଣ ସମିତି ତରଫରୁ ସ୍ଥାନୀୟ “ବରିଷ୍ଠ ନାଗରିକ କାର୍ଯ୍ୟାଳୟ” ପ୍ରାଙ୍ଗଣରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକର୍ତ୍ତା ବୈଠକ ଆୟୋଜିତ 

ପତଞ୍ଜଳି ଯୋଗ ପ୍ରଶିକ୍ଷଣ ସମିତି ତରଫରୁ ସ୍ଥାନୀୟ “ବରିଷ୍ଠ ନାଗରିକ କାର୍ଯ୍ୟାଳୟ” ପ୍ରାଙ୍ଗଣରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକର୍ତ୍ତା ବୈଠକ ଆୟୋଜିତ 

ନବରଙ୍ଗପୁର:( ତା:୨୪ ଜୁଲାଇ ୨୦୨୫ )ନବରଙ୍ଗପୁର ପତଞ୍ଜଳି ଯୋଗ ପ୍ରଶିକ୍ଷଣ ସମିତି ତରଫରୁ ସ୍ଥାନୀୟ “ବରିଷ୍ଠ ନାଗରିକ କାର୍ଯ୍ୟାଳୟ” ପ୍ରାଙ୍ଗଣରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକର୍ତ୍ତା ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ନୂତନ ଯୋଗ ସମିତିକୁ ଦୃଢ ଓ ଦୈନଦିନ କାର୍ଯ୍ୟକ୍ରମ କରିବା ସହ ବିଭିନ୍ନ ଯୋଗ ଦ୍ୱାରା ସ୍ୱାସ୍ଥ୍ୟ ବିକାଶ, ଯୋଗ ଦ୍ୱାରା ରୋଗ ଚିକିତ୍ସା ପଦ୍ଧତି ଓ ବିଷମୁକ୍ତ ମୂର୍ତ୍ତିକା ସଂରକ୍ଷଣ ବିଷୟରେ ଆଲୋଚନା କରା ଯାଇଥିଲା।ମୁଖ୍ୟ ଅତିଥି:ଶ୍ରୀ ଇଲା ହରିପ୍ରସାଦ (ପତଞ୍ଜଳି ଛତିଶଗଡ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ) ଦ୍ୱାରା ବୈଠକ ଆୟୋଜନ କରାଯାଇଥିଲା।ଶ୍ରୀ କୈଳାସ ଦାଶ (ଜିଲ୍ଲା କାର୍ଯ୍ୟବାହ, ପ୍ରଭାତ ଶାଖା) ଶ୍ରୀ ନରେଶ ନାୟକ (କିଷାନ ସେବା ସମିତି ସହ ପ୍ରଭାରୀ ସହ ସଭାପତି: ଶ୍ରୀ କୁମୁଦ ନାୟକ ସଭାପତି( ମହିଳା) ପ୍ରଭାଶିନୀ ମହାନ୍ତି ସହ ସଭାପତି (ମହିଳା): ବୀ. ଲୀଳା ରାଧାସାଇ ଭାରତ ସ୍ୱାଭିମାନ ନ୍ୟାସ ପ୍ରଭାରି: ଶ୍ରୀ ସିମାଦ୍ରୀ ପଟ୍ଟନାୟକ ଜିଲ୍ଲା ଯୁବ ଭାରତ ପ୍ରତିନିଧି: ବୀ. ତରୁଣ କୁମାର ରାଓ ଶ୍ରୀ କୈଳାସ ପାଣିଗ୍ରାହୀ ” ଜିଲ୍ଲା ପ୍ରଭାରୀ ନବରଙ୍ଗପୁର ସୋସିଆଲ ମିଡ଼ିଆ ଦାୟିତ୍ୱ: ଶ୍ରୀ ବେଣୁ ଗୋପାଳ ରାଓ କାର୍ଯ୍ୟକାରିଣୀ ସଦସ୍ୟ – ଭି. ପ୍ରସାଦ ରାଓ,ଜାହ୍ନବୀ ପଣ୍ଡା,ଝରଣା ପଟ୍ଟନାୟକ, ବୀ ରାମ ମୂର୍ତ୍ତି, ଗୁପ୍ତେଶ୍ୱର ପଣ୍ଡା,ଅଶୋକ କୁମାର ନନ୍ଦ,ଶ୍ରୀ ପ୍ରଶାନ୍ତ କୁମାର ପାଢ଼ୀ, ଶ୍ରୀ ଗୁପ୍ତେଶ୍ୱର ପଣ୍ଡା,, ନିରଞ୍ଜନ ବେହେରା, ,ଶ୍ରୀ ଶଶୀଧର ପାଢ଼ୀ, ଶ୍ରୀ ସିମାଞ୍ଚଳ ଦାଶ, ସରୋଜ ମାହାଙ୍କୁଡ, ବିଶ୍ୱମୋହନ ତ୍ରିପାଠୀ, ସୌମ୍ୟରଂଜନ ମିଶ୍ର,ତ୍ରିପତି ପଟ୍ଟନାୟକ,ସିମାଞ୍ଚଳ ମାଝୀ, ପରେଶ ରଞ୍ଜନ ସାହୁ, ନିରଞ୍ଜନ ବେହେରା, ହରି ଶଙ୍କର ସାବତ, ବିଜୟ କୁମାର ପଟ୍ଟନାୟକ ସହ ବହୁ ଯୋଗପ୍ରମୀ ଉପସ୍ଥିତ ଥିଲେ।ଉଦ୍ଦେଶ୍ୟ:

1. ସ୍କୁଲ, ୱାର୍ଡ ଓ ପଞ୍ଚାୟତ ସ୍ତରରେ ଯୋଗ ଶିକ୍ଷା ପ୍ରସାର।

2. ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟ ଓ ଖାଦ୍ୟ ଜ୍ଞାନ ସହିତ ଯୋଗ ଶିକ୍ଷା।

3. ବରିଷ୍ଠ ନାଗରିକଙ୍କ ପାଇଁ ବିଶେଷ ପ୍ରଶିକ୍ଷଣ।

4. ଆତ୍ମନିର୍ଭରତା ଓ କୌଶଳ ବିକାଶ ନେଇ କାର୍ଯ୍ୟ।

5. ନିଶାମୁକ୍ତି, ବିଷମୁକ୍ତ ଚାଷ ଓ ନାରୀ ସଶକ୍ତିକରଣ।

6. ପ୍ରକୃତି ଉପରେ ନିର୍ଭର କରି ଆୟୁର୍ବେଦ ଚିକିତ୍ସା ପ୍ରସାର।

7. ଯୋଗ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ।ସଭାର ଶେଷ ଓଁ କାର ଧ୍ୱନି ଓ ଗୁରୁ ବନ୍ଦନା ସହ ହେଲା। ଏହି ଉଦ୍ୟମ ମାଧ୍ୟମରେ ଯୋଗ ବିଜ୍ଞାନ ଓ ପ୍ରାଚୀନ ଚିକିତ୍ସା ପଦ୍ଧତି ଏକ ନୂତନ ଗତିଶୀଳତା ନେବ ବୋଲି ଅନେକ ଅତିଥି ଆଶା ବ୍ୟକ୍ତ କରିଛନ୍ତି। 

. ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୁରାଳ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ

Sunil Chandra Nayak

ଆମ ଭାଷା ସାହିତ୍ଯ ଆମ ପିଲାଙ୍କ ରକ୍ଷା କବଚ

masiha

ସାମ୍ବାଦିକଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ରହିଛି

Sunil Chandra Nayak

Leave a Comment

error: Content is protected !!