ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାମଦା ବ୍ଳକ! ଭଗାବେଡା – ସାନକୁଲେଇବିରା ଆର .ଡି.ରୋଡର ଜାମୁନାଳ ପୋଲ ଉପରେ ପାଣି; ଯାତାୟତ ବାଧାପ୍ରାପ୍ତ

ଯାମଦା ବ୍ଳକ! ଭଗାବେଡା – ସାନକୁଲେଇବିରା ଆର .ଡି.ରୋଡର ଜାମୁନାଳ ପୋଲ ଉପରେ ପାଣି; ଯାତାୟତ ବାଧାପ୍ରାପ୍ତ

 ମୟୂରଭଂଜ – ୨୬/୦୭ —  ଲଘୁଚାପ ଜନିତ ବର୍ଷା ଯୋଗୁଁ ନଦୀ,ନାଳ,ନନଜୋରିରେ ଜଳ ସ୍ତର ବୃଦ୍ଧି ପାଉଛି ।ପାହାଡରୁ ପାଣି ଆସି ଜଳସ୍ତର ବଢ଼ାଉଛି । ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି ।ଅନ୍ୟ କିଛି ସ୍ଥାନ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଚାଳ,ଛପର,ଖପର ଘରେ ରହୁଥିବା ଲୋକଙ୍କ ହାଲ ସଂପୁର୍ଣ ଵେହାଲ ହୋଇଯାଇଛି ।ଲଗାଣ ବର୍ଷା ପ୍ରଭାବରେ ଜାମଦା ବ୍ଲକ ର ପାସନା ପଂଚାୟତର ଭାଗବେଡା ଗ୍ରାମ – ସାନକୁଲେଇବିରା ଗ୍ରାମୀଣ ରାସ୍ତାର ଜାମୁନାଳ ପୋଲ ଉପରେ ପାଣି ବୋହୁଛି ।ରାସ୍ତା ରେ ପିଚୁ ଧୋଇ ଗୋଡ଼ି ଉଠିଗଲାଣି । ପୋଲ ଉପରେ ପାଣି ଯାଉଥିବାରୁ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହେଉଛି ।ଏହି ରାସ୍ତା ଦେଇ ଝାଡ଼ଖଣ୍ଡ ରାଜ୍ଯର ଲାଗିବା ଆଡ଼କୁ ରାସ୍ତା ଏବଂ ଦୁନ୍ଦୁ ଗ୍ରାମ ଦେଇ ବହଳଦାକୁ ରାସ୍ତା ଉପରେ ୭/୮ ଟି ପଞ୍ଚାୟତର ଲୋକେ ଯିବା ଆସିବା କରିଥାନ୍ତି ।କିନ୍ତୁ ପୋଲ ଉପରେ ପାଣି ରହୁଥିବାରୁ ଯାତାୟତ ପ୍ରଭାବିତ ହୋଇଛି । ଲଗାଣ ବର୍ଷାରେ ବହୁ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି। ଖାଲି ସେତିକି ନୁହେଁ ସବୁଠୁ କ୍ଷତି ହୋଇଛି ଚାଷୀର । ଜମିରେ ପାଣି ରହୁଥିବାରୁ ଧାନତଳି ନଷ୍ଟ ହୋଇଯାଉଛି ।ପନିପରିବା ଚାଷ ସଂପୁର୍ଣ ନଷ୍ଟ ହୋଇଗଲାଣି । ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।

ମୟୂରଭଂଜ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଝାଡଗାଁ ବ୍ରାହ୍ମଣ ଶାସନ ଶ୍ରୀ ଧବଳେଶ୍ବର ମନ୍ଦିର ପ୍ରାଙ୍ଗଣରେ ତ୍ରିଦିବସୀୟ ରୁଦ୍ର ମହାଯଜ୍ଞ

masiha

ଖଟିଲେ କିନ୍ତୁ ପାଉଣା ମିଳିଲାନି, ୩୪୦ ସ୍ବେଛାସେବୀଙ୍କ ଲକ୍ଷାଧିକ ଟଙ୍କା ବାଟମାରଣା ଅଭିଯୋଗ

masiha

ସାରଙ୍ଗଧର ଷ୍ଟାଡିୟମ୍ ରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ୨୦୨୨_୨୩ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!