“ୟୁଜିଆଇଇ ଟେକନୋଭା ୨୦୨୭ – ନବସୃଜନ ମାଧ୍ୟମରେ ଭବିଷ୍ୟତର ଇଞ୍ଜିନିୟରିଂ” ୭ ଫେବୃଆରୀ ୨୦୨୭ରେ ଆୟୋଜିତ ହେବ ୟୁଜିଆଇଇ ଆଲୁମନି ମିଟ୍
ରାଉରକେଲା: ୟୁଜିଆଇଇ ଆଲୁମନି ଆସୋସିଏସନ୍, ରାଉରକେଲା ପକ୍ଷରୁ ବହୁ ପ୍ରତୀକ୍ଷିତ ୟୁଜିଆଇଇ ଟେକନୋଭା ୨୦୨୭ ଆସନ୍ତା ୭ ଫେବୃଆରୀ ୨୦୨୭ରେ ୟୁଜିଆଇଇ କ୍ୟାମ୍ପସ ଠାରେ ଦିନବ୍ୟାପୀ ଆୟୋଜିତ ହେବ। ଏହି ମହୋତ୍ସବ ପୂର୍ବତନ ଛାତ୍ରଛାତ୍ରୀଙ୍କ ଏକତା, ବୈଷୟିକ ନବସୃଜନ, ଶିକ୍ଷାଗତ ଉତ୍କର୍ଷ, ସାଂସ୍କୃତିକ ବିବିଧତା ଓ ଅନୁଷ୍ଠାନର ଗୌରବମୟ ପରମ୍ପରାର ଏକ ଭବ୍ୟ ଉତ୍ସବ ହେବ। ଏଥିରେ “ଛାତ୍ରଛାତ୍ରୀଙ୍କ ବୈଷୟିକ ପ୍ରକଳ୍ପ ପ୍ରଦର୍ଶନୀ – ଇନୋଭେଟ ୟୁଜିଆଇଇ – ଆଜିର ନବସୃଜନ, ଆସନ୍ତାକାଲିର ଇଞ୍ଜିନିୟରିଂ “- ଏହି ବର୍ଷର ଆଲୁମନି ମିଟ ଏକ ପ୍ରମୁଖ ଆକର୍ଷଣ ହେବ ।ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ବୈଷୟିକ ପ୍ରକଳ୍ପ, ଇଞ୍ଜିନିୟରିଂ ମଡେଲ୍ ଓ ଅଭିନବ ସମାଧାନର ପ୍ରଦର୍ଶନୀ,
”ଆଲୁମନିଙ୍କ ସନ୍ତାନସନ୍ତତିଙ୍କ ସଫଳତା ପାଇଁ ଆଲୁମନି ୟଙ୍ଗ ଲିଗାସୀ – ୟଙ୍ଗ ୟେଚିଭର ୨୦୨୭”, ୟୁଜିଆଇଇ ର ପୂର୍ବତନ ଛାତ୍ରଛାତ୍ରୀଙ୍କ ପୁଅ ଓ ଝିଅମାନଙ୍କ ମଧ୍ୟରୁ ଯେଉଁମାନେ ଶିକ୍ଷା, କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି, ସେମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ବିଶିଷ୍ଟ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ପ୍ରାଇଡ଼ ଅଫ ୟୁଜିଆଇଇ – ଉତ୍କର୍ଷର ସମ୍ମାନ, ପିଢ଼ି ପାଇଁ ପ୍ରେରଣା “ନିଜ ନିଜ ବୃତ୍ତିଗତ କ୍ଷେତ୍ର ଓ ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ରଖିଥିବା ୟୁଜିଆଇଇ ର ବିଶିଷ୍ଟ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। “ରାଉରକେଲା ଉଦ୍ୟୋଗ ରତ୍ନ ସମ୍ମାନ “- ଶିଳ୍ପ, ବାଣିଜ୍ୟ, ନିଯୁକ୍ତି ସୃଷ୍ଟି ଓ ସ୍ଥାନୀୟ ଅର୍ଥନୈତିକ ବିକାଶରେ ଉଲ୍ଲେଖନୀୟ ଅବଦାନ ରଖିଥିବା ରାଉରକେଲାର ଉଦ୍ୟୋଗୀମାନଙ୍କୁ “ରାଉରକେଲା ଉଦ୍ୟୋଗ ରତ୍ନ ସମ୍ମାନ” ରେ ସମ୍ମାନିତ କରାଯିବ। “ଆଲୁମନି ସାଥି – ସମ୍ପର୍କ ଓ ସହଭାଗିତାର ଉତ୍ସବ”- ପୂର୍ବତନ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନଯାତ୍ରାରେ ସେମାନଙ୍କ ଜୀବନସାଥୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନ ଜଣାଇ ଏକ ସ୍ୱତନ୍ତ୍ର ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ସହ
ୟୁଜିଆଇଇ ଡ୍ୟାନ୍ସ ଫୁଜନ- ୨୦୨୭ ବିଭାଗ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ତାଳରେ ଏକତା ୟୁଜିଆଇଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଖୋଜିବା ଓ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନୁଷ୍ଠାନର ବିଭିନ୍ନ ବିଭାଗ ମଧ୍ୟରେ ଏକ ଗ୍ରୁପ୍ ଡ୍ୟାନ୍ସ ପ୍ରତିଯୋଗିତା ଆୟୋଜନ କରାଯିବ। ସେହିପରି “ମେଧାବୀ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା”- ୟୁଜିଆଇଇ ର ବିଭିନ୍ନ ପରୀକ୍ଷାରେ ଶୀର୍ଷ ସ୍ଥାନ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଉତ୍କୃଷ୍ଟ ଶିକ୍ଷାଗତ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ କରାଯିବ। ୟୁଜିଆଇଇ ର ବିକାଶମୂଳକ ପଦକ୍ଷେପ ସହ ମୁଖ୍ୟମନ୍ତ୍ରୀ ଓ ଦକ୍ଷତା ବିକାଶ ଏବଂ ଏହି ସମ୍ପର୍କରେ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ସହ ସାକ୍ଷାତ, ୩୦ ସେପ୍ଟେମ୍ବର ୨୦୨୬ରେ ୟୁଜିଆଇଇ ଆଲୁମନି ଆସୋସିଏସନର ପୃଷ୍ଠପୋଷକ ଇଂ ବିଶ୍ୱେଶ୍ୱର ଟୁଡୁଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ସାକ୍ଷାତ କରି ୟୁଜିଆଇଇ ର ବିକାଶ ସମ୍ପର୍କିତ ବିଭିନ୍ନ ଆବଶ୍ୟକତା ଓ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ଏହା ସହ ଶିକ୍ଷାନୁଷ୍ଠାନ ମଧ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ କ୍ରୀଡ଼ା ଓ ଯୁବସେବା ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସାକ୍ଷାତ କରି ସହଯୋଗ ଲୋଡ଼ିଥିଲେ ।ଏଥିପାଇଁ ଆସୋସିଏସନ ତରଫରୁ ପୃଷ୍ଠପୋଷକ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ ଜୁଏଲ ଓରାମ ଏବଂ ପୃଷ୍ଠପୋଷକ ମାନ୍ୟବର ବିଧାୟକ ଇଂ ସାରଦା ପ୍ରସାଦ ନାୟକଙ୍କୁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ପାଇଁ ଜଣେ ପରାମର୍ଶଦାତା ନିଯୁକ୍ତ କରିବା ନିମନ୍ତେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଶିକ୍ଷାଗତ ଭ୍ରମଣ ଓ ଷ୍ଟଡି ଟୁର୍ ପାଇଁ ୪୦ ଆସନ ବିଶିଷ୍ଟ ବସ୍ ଚଳାଇବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା ବୋଲି ସାମ୍ବାଦିକଙ୍କୁ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଆଲୁମନି ଆସୋସିଏସନର ସଭାପତି ଇଂ ବୈଲୋଚନ ସାମଲ, ଉପସଭାପତି ଇଂ ଲଳିତେନ୍ଦୁ ମିଶ୍, ସମ୍ପାଦକ ଶୁଭେନ୍ଦୁ ପଣ୍ଡା,କୋଷାଧ୍ୟକ୍ଷ ଇଂ ପ୍ରଭାତ ରଞ୍ଜନ ତ୍ରିପାଠୀ, କାର୍ଯ୍ୟକାରୀ ସଦସ୍ୟ,ଇଂ ରଂଜିତ ଦାଶ,ଜିତେନ୍ଦ୍ର ଶତପଥି, ଶଶିକାନ୍ତ ବେହେରା,ଅମର ସାହୁ, ସିମ୍ପୁ ଶ୍ରୀତମ ବେହେରା,ସଦସ୍ୟ ବିଶ୍ୱରାଜ ସାହୁ,ତନ୍ମୟ ସାହୁ, ଦେବଦତ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

