ନିରୁଣ୍ଡି ଠାରେ ପାଟ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଝରିଗାଁ – – ୨୫ / ୧୦ / ୨୬ – : ୭୦ ବର୍ଷ ପରେ ପାରମ୍ପାରିକ ଆଦିବାସୀ ସମ୍ପ୍ରଦାୟର ପାଟ ବାଲିଯାତ୍ରା ଆୟୋଜନ କରିବାକୁ ଆଜି ସାତ ଖଣ୍ଡ ଗ୍ରାମର ପ୍ରମୁଖ ନେତ୍ରୁ ବୃନ୍ଦ ଙ୍କୁ ନେଇ ବାଲିଯାତ୍ରା ପ୍ରସ୍ତୁତି ବୈଠକ ରବିବାର ନବରଙ୍ଗପୁର ଜିଲ୍ଲା କାନାକୋଟ ପଞ୍ଚାୟତ ନିରୁଣ୍ଡି ଗ୍ରାମ ଦେବୀ ମାଁ ଠାକୁରାଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଧର୍ମୁ ଭତରା ଙ୍କ ତତ୍ତ୍ୱ|ବଧାନରେ ସାତ ଖଣ୍ଡ ଗ୍ରାମର ପ୍ରମୁଖ ବୁଦ୍ଧିଜୀବୀ ଓ ସ୍ଥାନୀୟ ଭଦ୍ର ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ବୈଠକରେ ବାଲିଯାତ୍ରା ପାଳନ ଲାଗି ସମସ୍ତଙ୍କ ପରାମର୍ଶ ଓ ନିର୍ଦ୍ଦେଶନାରେ ସଭା ଆୟୋଜନ ହୋଇଥିଲା। ୭୦ ବର୍ଷ ପରେ ପାଟ ବାଲିଯାତ୍ରା ହେଉଥିବାରୁ ଯାତ୍ରା କିପରି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ଏବଂ ଏଥି ପାଇଁ ଆବଶ୍ୟକ ଅର୍ଥ ରାଶି ଏବଂ ପୂଜା ଅର୍ଚ୍ଚନା ପାଇଁ ପ୍ରସ୍ତୁତି କୁ ନେଇ ବୈଠକ ରେ ଆଲୋଚନା ହୋଇଥିଲା। ଶତାଧିକ ଶ୍ରଦ୍ଧାଳୁଙ୍କ ଆଗମନ ସେମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ସମେତ ବାଲିଯାତ୍ରା ଉପଲକ୍ଷେ ଯୁବା ଯୁବତୀ ବାଲି ନୃତ୍ୟ ଓ ପୂଜାରେ ସାମିଲ ହେବା ପାଇଁ ନିତିକାନ୍ତି ପୂଜା ବିଧି କୁ ନେଇ ଆଲୋଚନା ହୋଇଥିଲା। ପୋଲିସ ପ୍ରଶାସନର ସହାୟତା ଓ ଶୃଙ୍ଖଳିତ ଯାତ୍ରା କିପରି ହୋଇପାରିବ ସେ ନେଇ ବୈଠକ ରେ ଆଲୋଚନା ହୋଇଥିଲା। ଶସ୍ୟ ଅମଳ ପରେ ଯାତ୍ରା ଆୟୋଜନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା। ବୁଦ୍ଧିଜୀବୀ ଭଦ୍ର ବ୍ୟକ୍ତି ସମେତ ଗ୍ରାମର ଶତାଧିକ ଲୋକ ବୈଠକରେ ଅଂଶ ଗ୍ରହଣ କରିଥିଲେ। ଦୁରୁଆ ଗୁଡାର କମଲୁ ଭତରା,ଜଗଦୀଶ ଭତରା, ପକନା ଗୁଡ଼ାର ଦେବୀ ସିଂ ଭତରା,ମସୁ ଭତରା, କୃଷ୍ଣ ଜାନି , ଦୁବିଆ ଗ୍ରାମର ଜଗବନ୍ଧୁ ଭତ୍ରା,କୁମା ଗୌଡ଼, ଚନ୍ଦ୍ରୁ ଭତରା, ବୁଚିଆ ଗୁଡ଼ରା ଲକିନାଥ ଭତରା, ବନ ସିଂ ଗୌଡ଼,ଦୁର୍ବଳ ଗୌଡ଼, ଲୁକା ଗୁଡ଼ାର ରୁକଧର ଭତରା, ଦସମୁ ଲହରା,ବରା ଯୋଡ଼ି ଗ୍ରାମର ଦୟନୁ ଭତରା, ଲାକିନାଥ ସାନ୍ତା, ଗୋବିନ୍ଦ ସାନ୍ତା, ନିରୁଣ୍ଡୀ ଗ୍ରାମର କେଶବ ପୂଜାରୀ, ଲାଲତି ଚାଳନା,ନିଲମ କୁମାର ଗଣ୍ଡା,ଅରୁଣ କୁମାର ଭତରା, ଧରମୁ ଭତରା କୈଳାସ ମାଝୀ କୁକା ଗୁଡ଼ାର ରୁକଧର ଭତରା, ଦସମୁ ଲହରା ପ୍ରମୁଖ ବୈଠକରେ ନିଜ ନିଜ ମତ ପ୍ରକାଶ କରିବା ସହ ପରାମର୍ଶ ପ୍ରଦାନ କରିଥିଲେ। ଦୀର୍ଘ ସାତ ଦଶନ୍ଧି ପରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ବହୁ ଉତ୍ସୁକତାର ସହ ଗ୍ରାମବାସୀ ବାଲିଯାତ୍ରା କୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା।
ଗଣେଶ ଛତ୍ରିଆ ଙ୍କ ରିପୋର୍ଟ ମସିହା ନିୟୁଜ

