ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତଭାବନା ଲାକ୍ଷେଘର ସମାଜ ରାଉରକେଲା ର ନୁଆଁଖାଇ ଭେଟଘାଟ.

ସତଭାବନା ଲାକ୍ଷେଘର ସମାଜ ରାଉରକେଲା ର ନୁଆଁଖାଇ ଭେଟଘାଟ.

ରାଉରକେଲା : ସହରର ଅନ୍ୟତମ ସାମାଜିକ ସଂଗଠନ ସତଭାବନା ଲାକ୍ଷେଘର ସମାଜ ରାଉରକେଲା ପକ୍ଷରୁ  ନୁଆଁଖାଇ ଭେଟଘାଟ ଉତ୍ସବ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ରଘୁନାଥପାଲି ର ବିଧାୟକ ତଥା ସୁନ୍ଦରଗଡ଼ ଜ଼ିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତି ମୁଖ୍ୟଅତିଥି , ଜ଼ିଲ୍ଲା ଲକ୍ଷେଘର ସମାଜ ସୁନ୍ଦରଗଡ଼ ର ସଭାପତି ପ୍ରଫୁଲ୍ଲ କୁମାର ସୁନ୍ୟାନି ଓ ଆରଏସପିର ସିଜିଏମ କୌଶିକ ସୁନ୍ୟାନି ସମ୍ମାନିତ ଅତିଥି ଏବଂ ଲେଫ୍ରିପଡା ବ୍ଲକ ସହ ଶ୍ରମଅଧିକାରୀ ସୁଶ୍ରୀ ବର୍ଷାରାଣୀ ଗରଡିଆ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ ଉପସ୍ଥିତ ଥିଲେ।

ମୁଖ୍ୟଅତିଥି ଶ୍ରୀ ତନ୍ତି ନିଜ ଅଭିଭାଷଣ ରେ ନୁଆଁଖାଇ ର ମହତ୍ୱ, ସାମାଜିକ ପରମ୍ପରା , ଚଳଣି  ରେ  ଆମେ କେମିତି ବାନ୍ଧି ରହି ସମାଜ କୁ ଆଗେଇ ନେବା ସେ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ପ୍ରଫୁଲ୍ଲ ସୁନ୍ୟାନି ସମାଜରେ ଏକତାରେ ସମାଜର ଉନ୍ନତି ହେବ, ତାସହିତ ଯୁବ ପିଢ଼ି ଆଜି କାଲି ଶିକ୍ଷା, କଳା, କ୍ରୀଡା କ୍ଷେତ୍ରରେ ଆମ ସମାଜ ଆଗେଇ ଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି କୌଶିକ ସୁନ୍ୟାନି ଚାକିରୀ ଆମ ସମାଜ ପଛେଇ ଥିବାର କାରଣ ତଥା ତାର ସମାଧାନ ପାଇଁ ଶିକ୍ଷା ଓ ସୁସ୍ଥ ସବଳ ରହିବା ଏକାନ୍ତ ଆବଶ୍ୟକ ବୋଲି ମତ ରଖିଥିଲେ । ମୁଖ୍ୟବକ୍ତା ସୁଶ୍ରୀ ଗରଡିଆ ସମାଜ ରେ ନାରୀ ସଶକ୍ତି କରଣ, ସମାଜର କୁ ସଂସ୍କାର,ନାରୀ ଶିକ୍ଷା ସହିତ ସାବିତ୍ରୀ ବାଇ ପୂଲେ ଙ୍କ ଉଦାହରଣ ଦେଇ କେମିତି ଶିକ୍ଷା ଆମ ପାଇଁ ଅତି ଜରୁର ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ସମାଜ ର କଳାକାର ମାନେ ନିଜର କଳା ପ୍ରଦର୍ଶନ କରିଥିଲେ। ତାସହିତ ସମ୍ବଲପୁର ର ମେଲୋଡି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ମହିମାଭକ୍ତି ବେସନ ଓ ଲାବଣ୍ୟପ୍ରଭା ସୁନ୍ୟାନୀ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ପ୍ରଦୀପ ସୁରଝାଲିଆ ସମସ୍ତଙ୍କୁ ସ୍ୱାଗତ ଜଣାଇଥବା ବେଳେ ସାଧାରଣ ସମ୍ପାଦକ ଅଶ୍ବିନୀ କୁମାର ଶାସନୀ ବାର୍ଷିକ ବିବରଣୀ ପାଠ କରିଥିଲେ।

ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ସୁନ୍ଦରଗଡ ଲକ୍ଷେଘର ସମାଜର ଇତିହାସ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ସେହିପରି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ସମାଜର ବ୍ୟକ୍ତି ବିଶେଷଙ୍କ ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ବନମାଳୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଟଙ୍କଧର ବାଘ,କୋଷାଧକ୍ଷ ରାମଚନ୍ଦ୍ର ବୁଖରା, ଡ ହୃଷିକେଶ ନାଏକ,ରୋହିତ କୁମାର ମହାନନ୍ଦିଆ, ଟିକେଶ୍ୱର ତଣ୍ଡିଆ, ସୁଶୀଲ କଣ୍ଟା, ଲିଙ୍ଗରାଜ ଜୟପୁରିଆ, ଅଶୋକ ବୁଡ଼ା, ରାଜେଶ୍ବରୀ ବୁଖରା,, ସୁନିତା ବୁଡ଼ା, ପ୍ରୀତିରାନୀ ଗରଡିଆ, ଅଲେଖ ମହାନନ୍ଦିଆ, ରାଜକିଶୋର ଧରୁଆ, ସନାତନ ସୁନ୍ୟାନି, ଉଷା ଜୟପୁରିଆ, ବନିତା ତଣ୍ଡିଆ, ଯାଦବ ତାଜନ, ସହିତ ସଂଗଠନ ର ସମସ୍ତ ସଭ୍ୟ ସଭ୍ୟା ମାନେ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାସ୍ତା ଉପରେ ମୁହାଁ ମୁହିଁ ଧକ୍କା ଟାଟା ଏସ ସି ଚାଳକ ଗୁରୁତର 

ରାୟଗଡା ଜିଲ୍ଲା ଜାତୀୟ “ଜଳ ସଞ୍ଚୟ ଜନ ଭାଗିଦାରୀ – ୧.୦ (JSJB 1.0)” ପୁରସ୍କାରରେ ଗୌରବାନ୍ୱିତ

Sunil Chandra Nayak

ରାଇରଙ୍ଗପୁର ତହସିଲ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବେଲ ସର୍ବତ ବଣ୍ଟନ 

masiha

Leave a Comment

error: Content is protected !!