ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା ଉପରେ ମୁହାଁ ମୁହିଁ ଧକ୍କା ଟାଟା ଏସ ସି ଚାଳକ ଗୁରୁତର 

ରାସ୍ତା ଉପରେ ମୁହାଁ ମୁହିଁ ଧକ୍କା ଟାଟା ଏସ ସି ଚାଳକ ଗୁରୁତର 

ଢେଙ୍କାନାଳ – ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ମୁଖ୍ୟ ରାସ୍ତା ଉପରେ ଏଥିରେ ଏ ସି ଚାଳକ ଗୁରୁତର ଭାବରେ ଆହତ ହୋଇଥିବାର ଜଣାଯାଏ l ଘଟଣାରୁ ଜଣାଯାଏ ଢେଙ୍କାନାଳ ଟାଉନ ଅନ୍ତର୍ଗତ ମହ୍ଲା ସାହି, ଲଷ୍ମୀବଜ଼ାର ଅନ୍ତର୍ଗତ ଦିଗାମ୍ବର ସାହୁ 62ବର୍ଷ ଏକ ଟାଟା ଏ ସି ଯାହାର ନଂ OR 06K 0436 ଯୋଗେ ଢେଙ୍କାନାଳ ଯାଉଥିଲେ ସେହି ସମୟରେ ଷଡ଼ଙ୍ଗୀ ଆଡୁ ଆସୁଥିବା ଏକ ଟିପର ଯାହାର ନଂ OR 16D0502ଧନିଆନାଳୀ ପାଖରେ ଥିବା କିଙ୍ଗ ଢ଼ାବା ନିକଟରେ ଉକ୍ତ ଦୁଇଟି ଗାଡି ମୁହାଁ ମୁହିଁ ଧକ୍କା ହୋଇଥିଲେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉକ୍ତ ଟାଟା ଏ ସି ଗାଡିର ସମ୍ମୁଖ ଭାଗ ଟି କୁଚୁ କୁଛା ହୋଇଯାଇଛି ଓ ଉକ୍ତ ଗାଡିର ଚାଳକ ରତ୍ନାକର କୁ ଗୁରୁତର ଭାବରେ ଆହ ଅବସ୍ଥାରେ ସ୍ଥାନୀୟ ଜନସାଧାରଣ ଗାଡ଼ିରୁ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ଖବର ପାଇ ଗଁଦିଆ ପୋଲିସ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ଗ୍ରସ୍ତ ଦୁଇଟି ଜାକ ଗାଡିକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଏଗ୍ରୋ ଉତ୍ପାଦକ କମ୍ପାନୀ ଲିମିଟେଡ଼ ର କାର୍ଯ୍ୟକର୍ତ୍ତା ଙ୍କ ବୈଠକ

Sunil Chandra Nayak

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

masiha

ମଣିପୁରରେ ମହିଳାଙ୍କ ପ୍ରତି ବଳାତ୍କାର ମାମଲାରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ

Sunil Chandra Nayak

Leave a Comment

error: Content is protected !!