ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୁଆଗାଁ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମ ଉଦ୍‌ଯାପିତ

ନୁଆଗାଁ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମ ଉଦ୍‌ଯାପିତ

ରାଉରକେଲା:୨୦୨୪-୨୦୨୫ ମସିହାରେ ସୁନ୍ଦରଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ସ୍ଥାପିତ ହୋଇ କାର୍ଯ୍ୟାରମ୍ଭ କରିଥିବା ନୁଆଗାଁ ଡିଗ୍ରୀ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଠଟି କାର୍ଯ୍ୟଦିବସ ବ୍ୟାପି ଚାଲିଥିବା ଛାତ୍ରୀ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜିତ କୁମାର ବାର୍ଲାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଦ୍‌ଯାପନୀ ଦିବସରରେ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଭାଗ୍ୟଶ୍ରୀ ମହାନ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ଦିଆଯାଇଥିବା ପ୍ରଶିକ୍ଷଣ ଓ ଏହାର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେବା ସହ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। ପ୍ରଶିକ୍ଷିତ ପାଇଥିବା ଛାତ୍ରୀମାନେ ଆତ୍ମରକ୍ଷା କୌଶଳର ଗୁରୁତ୍ବ ଉପଲବ୍ଧି କରି ଏହାର ସଦ୍‌ଉପଯୋଗ କରିବା ପାଇଁ ଅଧ୍ୟକ୍ଷ ଡ. ବାର୍ଲା ପରାମର୍ଶ ଦେଇଥିଲେ୤ ମହାବିଦ୍ୟାଳୟର ଅଧ୍ୟାପିକା ବିୟୁଟି ଗଡତ୍ୟା , ରଞ୍ଜିତା ଭୋଇ ଏବଂ ଅଧ୍ୟାପକ ଅଂଶୁମାନ ଷଡ଼ଙ୍ଗୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ପ୍ରଶିକ୍ଷିକା ତେଜସ୍ବିନୀ ଷଡ଼ଙ୍ଗୀ ଏହି ଅବସରରେ ଉପସ୍ଥିତ ଥିଲେ। ଉଦ୍‌ଯାପନୀ ଉପଲକ୍ଷେ ପ୍ରଶିକ୍ଷଣ ପାଇଥିବା ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜାତୀୟ କୃଷି ବଜାର କୁ ନେଇ ପ୍ରଶିକ୍ଷଣ ଶିବିର

masiha

ଧରାକୋଟ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ 

masiha

କଳାହାଣ୍ଡି କୃଷି ବିଜ୍ଞାନ କେନ୍ଦ୍ରର ୨୫ତମ ବୈଜ୍ଞାନିକ ଉପଦେଷ୍ଟା ସମିତି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!