ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଟପଡା ରେ ଶାଶୁ ବୋହୂ ସମିଳନୀ

ଭାଟପଡା ରେ ଶାଶୁ ବୋହୂ ସମିଳନୀ

ବାଲେଶ୍ଵର,୧୧/୯/୨୩ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଖାନପୁର ପଂଚାୟତ ଭାଟପଡା ଅଙ୍ଗନବାଡି କେନ୍ଦ୍ର ପରିସରରେ ମାଖାନପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ର ତରଫରୁ ଶାଶୁ ଓ ବୋହୂ ସମିଳନୀ ଆୟୋଜିତ ହୋଇଥିଲା । ଏହି ସମିଳନୀରେ ଅଙ୍ଗନବାଡି କେନ୍ଦ୍ର ପରିସରରେ ଥିବା ଗର୍ଭବତୀ, ପ୍ରସୂତି ମହିଳା ଓ ସେମାନଙ୍କ ଶାଶୁ ମାନଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ସରକାରଙ୍କ ଏକ ଅଭିନୟ ପ୍ରାୟସ । ଶାଶୁ ଓ ବୋହୂ ମାନଙ୍କ ମଧ୍ୟରେ ମନ ମାଳିନ୍ୟ ଦୂର କରିବା ଓ ଉତ୍ତମ ସମ୍ପର୍କ ରକ୍ଷା କରିବା ପାଇଁ ଶାଶୁ ବୋହୂଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ପ୍ରତିଯୋଗିତା ହୋଇଥିଲା ଓ ସେମାନଙ୍କ ମଧ୍ୟରେ ପ୍ରଥମ, ଦ୍ଵିତୀୟ, ତୃତୀୟ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଶାଶୁ ବୋହୂ ସମିଳନୀରେ ପୂର୍ବତନ ବ୍ଲକ ଚେୟାରମ୍ୟାନ ଜୟନ୍ତି ରଥ, ମାଖାନପୁର ପଂଚାୟତର ମହିଳା ସ୍ୱାସ୍ଥ୍ୟକର୍ମୀ ସତ୍ୟଭାମା ବାରିକ, ସିଏଚଓ ସୁଶ୍ରୀ ସଙ୍ଗୀତା ଜେନା, ଅଙ୍ଗନବାଡି କର୍ମୀ ସୁକାନ୍ତି ଦାସ, ଆଶା ବବିତା ରାଣୀ ଶିଅଳ ପ୍ରମୁଖ ଉପସ୍ଥିତ ଥିଲେ । ସରକାରଙ୍କ ଏ ଭଳି ପ୍ରୟାସ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଅଟେ ବୋଲି ଗ୍ରାମବାସୀ ମତ ବ୍ୟକ୍ତ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସୁନାମଧନ୍ୟ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ସ୍ବରୂପ ଚନ୍ଦ୍ର ନନ୍ଦ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ

Sunil Chandra Nayak

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ ” ମିନିମାରାଥନ ଯୋଗଦେଲେ ଯୁବକ ଯୁବତୀ”

masiha

ବାଲ୍ୟ ବିବାହ ନିରାକରଣ ନିମନ୍ତେ “ଶିଶୁ ପାଇଁ ଦିନଟିଏ ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!