ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୈଦିକ ବ୍ରାହ୍ମଣ ପରିଷଦର ଦ୍ୱିତୀୟ ସାଧାରଣ ବୈଠକ ଅନୁଷ୍ଠିତ

କାମାକ୍ଷାନଗର (ମନିସ )23/7/23 //କାମାକ୍ଷାନଗର ଶ୍ରୀରାମ ମନ୍ଦିର ଠାରେ କାମାକ୍ଷାନଗର ବୈଦିକ ବ୍ରାହ୍ମଣ ପରିଷଦ ତରଫରୁ ପରିଷଦର ସଭାପତି ସଞ୍ଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ସାମ୍ପ୍ରତିକ ପରିସ୍ଥିତି ରେ ବ୍ରାହ୍ମଣ ମାନଙ୍କ ଉପରେ ହେଉଥିବା ବିଭିନ୍ନ ପ୍ରକାର ର ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ହେତୁବାଦୀ ସଂଗଠନ ର ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଉପରେ କଡା ସମାଲୋଚନା କରାଯିବା ସହ ଆଧ୍ୟାତ୍ମିକ ଚିନ୍ତାଧାରା ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକ ରେ କାମାକ୍ଷାନଗର ବୈଦିକ ବ୍ରାହ୍ମଣ ପରିଷଦ ପକ୍ଷରୁ ତରଫରୁ ଶତାଧିକ ବ୍ରାହ୍ମଣ ଯୋଗ ଦେଇଥିଲେ।ବୈଠକରେ ଆଗାମି ଦିନର କାର୍ଯ୍ୟପନ୍ଥା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।ସମସ୍ତ ସଭ୍ୟ ମାନଙ୍କୁ ନେଇ ସଂଘ ସୁଦୃଢ କରିବାକୁ କୁହାଯାଇଥିଲା।ଶେଷରେ ବ୍ରାହ୍ମଣ ସମାଜ ପାଇଁ ନିଜର ଅତୁଳନୀୟ ଅବଦାନ ପାଇଁ ଶ୍ରୀ ବଂଶୀଧର ତ୍ରିପାଠୀ ଓ ଶ୍ରୀ ପ୍ରମୋଦ କୁମାର ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା , ଉକ୍ତ ବୈଠକରେ କାର୍ଯ୍ୟକାରି ସଭାପତି ହିମାଂଶୁ ଶେଖର ମହାପାତ୍ର,ଅକ୍ଷୟ କୁମାର ନନ୍ଦ,ସନ୍ତୋଷ କୁମାର ପତି,ଉପସଭାପତି ଶିଶିରକାନ୍ତ ପଣ୍ଡା,ସଂପାଦକ ଶୃତିପଦ ନନ୍ଦ,ସହ ସଂପାଦକ ଶକ୍ତି ସଂଗ୍ରାମ ହୋତା,କୋଷାଧକ୍ଷ ନୀତିଶ ପାଣିଗ୍ରାହୀ ,ଉପଦେଷ୍ଟା କୃଷ୍ଣଚନ୍ଦ୍ର ମିଶ୍ର ,ଦିବାକର ନନ୍ଦ , ସତିଶ ପ୍ରସାଦ ଆଚାର୍ଯ୍ୟ,ପ୍ରଭାତ କୁମାର ଦାସ,ଆଦିତ୍ୟ ପ୍ରସାଦ କର , ଆଇନ ପରାମର୍ଶ ଦାତା ଅଯୋଧ୍ୟା ଶତପଥି,ପ୍ରଭାସ ରଞ୍ଜନ ମିଶ୍ର,କାର୍ଯ୍ୟ ନିର୍ବାହି ସଭ୍ୟ ପ୍ରକାଶ ପଣ୍ଡା, ଅଜିତ କୁମାର ଦାଶ , ସନତ ମିଶ୍ର,ଆଦିତ୍ୟ ଆଚାର୍ଯ୍ୟ,ଅଶ୍ବିନି ମହାପାତ୍ର , ଶୁଭମୟ ନନ୍ଦଙ୍କ ସମେତ ଶତାଧିକ ବ୍ରାହ୍ମଣ ଦେବତା ଯୋଗଦେଇ ଆଗାମୀ ଦିନରେ ପରିଷଦ ଆଗକୁ କିପରି ଆହୁରି ସମାଜ ପାଇଁ କ୍ରିୟାଶୀଳ ହୋଇପାରିବ ସେଥି ନିମନ୍ତେ ମତାମତ ପୋଷଣ କରିଥିଲେ । ସମ୍ପାଦକ ଶୃତିପଦ ନନ୍ଦ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଳାହାଣ୍ଡି :ବିଷାକ୍ତ ସାପ କାମୁଡାରେ ଯୁବତୀଙ୍କ ମୃତ୍ୟୁ

Sunil Chandra Nayak

ଘର ଘର ତ୍ରିରଙ୍ଗା ଉପଲକ୍ଷେ ଗଣଦୌଡ଼ ଅନୁଷ୍ଠିତ 

Sunil Chandra Nayak

ସମସ୍ୟାରେ ଟାଙ୍ଗନି ସରକାରୀ ପ୍ରାଥମିକ ବିଦ୍ୟାଳୟ  ବର୍ଷା ହେଲେ ଛାତରୁ ଗଲୁଛି ପାଣି, ପିଲାଙ୍କ ପାଠପଢାରେ ହେଉଛି ସମସ୍ୟା 

masiha

Leave a Comment

error: Content is protected !!