ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବେଡ଼ାଗାଁ ଗ୍ରାମପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

ଲାଞ୍ଜିଗଡ଼,୧୩/୦୩(ମନିସ)-ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଲାଞ୍ଜିଗଡ଼ ବ୍ଲକ ବେଡ଼ାଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ସମେତ ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଆପତ୍ତି ଓ ଅଭିଯୋଗର ଶୁଣାଣି କରିଥିଲେ । ଜନସାଧାରଣ ବିଶେଷ କରି ପାନୀୟଜଳ, ଆବାସଗୃହ, ଭତ୍ତା ଆଦି ସଂପର୍କରେ ଦାବି ଉପସ୍ଥାପନ କରିଥିଲେ । ବେଡାଗାଁ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଅନାଦୀ ଜାନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଗାଁ ରେ ମଦ ବନ୍ଦ ପାଇଁ ଗାଁ ମହିଳା ଙ୍କ ନିଷ୍ପତ୍ତି

Sunil Chandra Nayak

ମା ଠାକୁରାଣୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ 

masiha

National Odissi dancer Sriyashree Pati was honored with the Ekamra Pratibha Ratna award.

masiha

Leave a Comment

error: Content is protected !!