ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବଦଳୀୟ ସ୍ମୃତିଚାରଣ ସଭାରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ବରିଷ୍ଠ ନେତା 

ସର୍ବଦଳୀୟ ସ୍ମୃତିଚାରଣ ସଭାରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ବରିଷ୍ଠ ନେତା 

କଟକ : କଟକ ସଦର ବରିଷ୍ଠ କଂଗ୍ରେସ ନେତା ସ୍ବର୍ଗତ ଚନ୍ଦ୍ରମଣି ସ୍ୱାଇଁଙ୍କ ଏକାଦଶାହରେ ସର୍ବଦଳୀୟ ‘ସ୍ମୃତିରେ ଚନ୍ଦ୍ରମଣି’ ଶ୍ରଦ୍ଧାଞ୍ଜଳି ସଭା ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ନିକଟସ୍ଥ କମାପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତିଚାରଣ ସଭାରେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର,ଇଂ.ଅରକ୍ଷିତ ଭୋଇ,ପୁଷ୍ପରାଜ ପ୍ରଧାନ,ମାନସ ରଞ୍ଜନ ପ୍ରଧାନ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ରତ୍ନାକର ବେହେରା,ଉଗ୍ରସେନ ଭୂୟାଁ, ନିରଞ୍ଜନ ଲେଙ୍କା,ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସାଧୁ ଜେନା,ନାରୀନେତ୍ରୀ ପ୍ରତିଭା ଶତପଥୀ,ନିର୍ମଳ ଦାସ,ଯୋଗେନ୍ଦ୍ର ନାଥ ଭୋଇ,ସଦର ବ୍ଲକ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ,ବିଜେଡ଼ି ନେତା ପ୍ରଫୁଲ୍ଲ ସିଂହ,ରଜନୀକାନ୍ତ ସାହୁ, ସମର ବେହେରା,ପରମହଂସ ସରପଞ୍ଚ ଅଶୋକ ପାତ୍ର,ଆୟତପୁର ସରପଞ୍ଚ ରାକେଶ ବେହେରା, କାଳିନ୍ଦୀ ଚରଣ ସ୍ୱାଇଁ,ରଞ୍ଜିତ ପାତ୍ର, ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା,ଶୁଭାଶିଷ ଜେନାଙ୍କ ସମେତ ବହୁ ରାଜନେତା ଯୋଗଦେଇଥିଲେ। ପ୍ରାରମ୍ଭରୁ ସାମ୍ବାଦିକ ତାପସ ରାଉତରାୟ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍ବର୍ଗତ ସ୍ୱାଇଁଙ୍କ ପୁତୁରା ପ୍ରଶାନ୍ତ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଥୁଆମୂଳ ରାମପୁର ବିଡିଓଙ୍କ ଦୁର୍ଗମ ତିଜମାଳି ଗସ୍ତ

Sunil Chandra Nayak

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ପରିଚାଳନା କମିଟି ବୈଠକ 

ଆଇନଜୀବୀ ରାଜେନ୍ଦ୍ର ପଟ୍ଟଯୋଶୀ ଙ୍କ ପରଲୋକ ଧର୍ମଗଡ଼ ଓକିଲ ସଂଘର ଶ୍ରଦ୍ଧାଞ୍ଜଳୀ ସଭା

Sunil Chandra Nayak

Leave a Comment

error: Content is protected !!