ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଯଶୋଦା ଅନାଥ ଆଶ୍ରମ ରେ ବିଜେଡି ର ବରିଷ୍ଠ ନେତୃବୃନ୍ଦ

ଧର୍ମଗଡ ଯଶୋଦା ଅନାଥ ଆଶ୍ରମ ରେ ବିଜେଡି ର ବରିଷ୍ଠ ନେତୃବୃନ୍ଦ

ଆଜି ବିଜେଡି ର ସାଙ୍ଘଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଦଳର ଅନ୍ୟ ବରିଷ୍ଠ ନେତୃବୃନ୍ଦ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି ପର୍ଯ୍ୟବେକ୍ଷକ ଧର୍ମଶାଳା ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ ଓ ବିଜେଡି ର ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଧର୍ମଗଡ଼ ଗମ୍ଭାରୀଗୁଡା ସ୍ଥିତ ଅନାଥାଶ୍ରମ ପରିଦର୍ଶନ କରି ଅନ୍ତେବାସୀ ଙ୍କ ସହ କିଛି ସମୟ କଟାଇଥିଲେ।  

ଧର୍ମଗଡର ପୂର୍ବତନ ଉପଜିଲ୍ଲାପାଳ ଭି କେ ପାଣ୍ଡିୟାନ ୨୦୦୨ ମସିହାରେ ରେ ଧର୍ମଗଡ ଭଳି ଦୁର୍ଗମ ଅଞ୍ଚଳର ଥିବା ଏହି ଅନାଥାଶ୍ରମ ଏବଂ ଏଠାରେ ରହୁଥିବା ପିଲାଙ୍କ ସଂପୂର୍ଣ୍ଣ ଦାୟିତ୍ଵ ସେହି ସମୟରେ ନେଇଥିଲେ। ତେଣୁ ଏତେ ବର୍ଷ ହେଲା ଶ୍ରୀ ପାଣ୍ଡିଆନଙ୍କୁ ସେମାନେ ଭୁଲି ଯାଇ ନାହାନ୍ତି। 

ଅନାଥ ଆଶ୍ରମ ରେ ଥିବା ୧୫୦ ଜଣ ଅନ୍ତେବାସୀ ଙ୍କ ସହିତ ମିଶି ଭାବର ଆଦାନପ୍ରଦାନ କରିବା ଏକ ସ୍ଵତନ୍ତ୍ର ଅନୁଭବ ବୋଳି ପ୍ରଣବ ପ୍ରକାଶ ଦାସ ପ୍ରକାଶ କରିଥିଲେ।ପିଲାଙ୍କ ମଧ୍ୟରେ ସେତେବେଳର ଉପଜିଲ୍ଲାପାଳ ଶ୍ରୀ ଭିକେ ପାଣ୍ଡିଆନଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନ ବେଶ ଜଣା ପଡୁଥିଲା ବୋଳି ସେ ଅନୁଭବ କରିଥିଲେ।

ନିକଟରେ ୫ଟି ସଚିବ ଥିବା ବେଳେ ଧର୍ମଗଡ ଗ୍ରସ୍ତ ସମୟରେ ଶ୍ରୀ ପାଣ୍ଡିୟାନ ଯଶୋଦା ଅନାଥ ଆଶ୍ରମ କୁ ଯାଇ ଅନ୍ତେଃବାସୀ ମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ। ଆଶ୍ରମ ପାଇଁ ଏକ ପକ୍କାଘର, ଲାଇବ୍ରେରୀ, ପାର୍କ ନିର୍ମାଣ ପାଇଁ  ଅନ୍ତେବାସୀ ମାନେ ୫ଟି ସଚିବ ଙ୍କ ପାଖରେ ଅଳି କରିଥିଲେ। ପିଲା ମାନଙ୍କ ର ଅଳି ଖୁବ ଶିଘ୍ର ସାକାର ହେବ।

ଧର୍ମଗଡ ଠାରେ ପ୍ରଥମ ସମ୍ପ୍ରସାରିତ କଳାହାଣ୍ଡି ଉତ୍ସବ ଆୟୋଜନ ଠାରୁ ଆରମ୍ଭ କରି ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ପର୍ଯ୍ୟନ୍ତ ଶ୍ରୀ ପାଣ୍ଡିଆନ ଆଗଭର ହୋଇ କାମ କରିଛନ୍ତି ଆଉ ଯଶୋଦା ଅନାଥ ଆଶ୍ରମ ପାଇଁ ତାଙ୍କର ଆଶୀର୍ବାଦ ଆଗରୁ ଥିଲା ଓ ସବୁବେଳେ ରହିବ ବୋଲି ଆଶ୍ରମ ର ପରିଚାଳକ ଶ୍ୟାମସୁନ୍ଦର ଜାଲ ଓ କସ୍ତୁରୀ ଜାଲ ଆଶା ପ୍ରକାଶ କରିଛନ୍ତି।  

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନର୍ଲା ଇନଡୋର ଷ୍ଟାଡିୟମ ଉଦଘାଟନ ସହ ନର୍ଲାରୁ ଭୁବନେଶ୍ୱର ଯାଏଁ ବସସେବାର ଶୁଭାରମ୍ଭ

masiha

ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା ନିର୍ମାଣ ସରିନି ଉଠି ଯାଉଛି ଗୋଡ଼ି ଓ ରାସ୍ତା ଉପର ପାଣି ଡ୍ରେନେଜ ପାଇଁ ନାହିଁ ବ୍ୟବସ୍ଥା: ଅନୁସରଣ ହେଉନି ବୈଷୟିକ ମାପଦଣ୍ଡ

Sunil Chandra Nayak

ପାରମ୍ପରିକ ଦଣ୍ଡଯାତ୍ରାରେ ଜଙ୍ଗଲ ସୁରକ୍ଷା ସଚେତନତା  

masiha

Leave a Comment

error: Content is protected !!