ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇ ଥାନା! ନିଆଁ ରେ ପୋଡ଼ି ମହିଳା ମୃତ

ବିଶୋଇ ଥାନା! ନିଆଁ ରେ ପୋଡ଼ି ମହିଳା ମୃତ

 ମୟୂରଭଞ୍ଜ – ୦୧/୧୧ ( ମସିହା)ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ମଣଦା ଗ୍ରାମର ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସନ୍ନିକଟ ରେ ଏକୁଟିଆ ରହୁଥିବା ମହିଳା ଜଣଙ୍କ ନିଆଁ ରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ମଣଦା ଗ୍ରାମର ସୁଵର୍ଣା ବାରିକ(୫୮) ମଙ୍ଗଳବାର ରାତିରେ ଚୁଲି ପାଖରେ ରୋଷେଇ କାମ କରୁଥିବା ସମୟରେ କୌଣସି କାରଣରୁ ଚୁଲିରୁ ନିଆଁ ଆସି ଶାଢ଼ୀରେ ଲାଗି ମୃତ୍ୟୁ ହୋଇଥିବା ପାରିପାର୍ଶ୍ବିକ ଅବସ୍ଥା ସୂଚାଉଛି ।ଆଜି ବୁଧବାର ସକାଳେ ପଡୋଶୀ ଘର ଲୋକ ଆସି କବାଟ ଠକ ଠକ କଲେ ମଧ୍ୟ କବାଟ ଖୋଲି ନଥିଲା ।ପରେ ପୋଲିସକୁ ଏବଂ ସୁଵର୍ଣାର ଆତ୍ମୀୟଙ୍କ ଖବର ଦେବା ପରେ ସେମାନେ ଆସିଥିଲେ ଓ କବାଟ ଖୋଲା ଯାଇଥିଲା । ଚୁଲି ପାଖରେ ସୁଵର୍ଣା ପୋଡ଼ି ହୋଇ ମରିଥିବା ଦେଖିବାକୁ ପାଇଲେ ।ପରେ ପୋଲିସ ମୃତକଙ୍କ ନାମରେ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୨୧/୨୩ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ କବିତା ଦିବସ ପାଳନ  

masiha

ଯାମଦା ବ୍ଳକ! ଭଗାବେଡା – ସାନକୁଲେଇବିରା ଆର .ଡି.ରୋଡର ଜାମୁନାଳ ପୋଲ ଉପରେ ପାଣି; ଯାତାୟତ ବାଧାପ୍ରାପ୍ତ

Sunil Chandra Nayak

ରିଷିଡାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

masiha

Leave a Comment

error: Content is protected !!