ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଶାଲ ଯାତ୍ରା ସହ ଉଦଘାଟିତ ହେଲା କୋକସରା ବ୍ଲକ ସ୍ତରୀୟ ଗୁଡହାଣ୍ଡି ଉତ୍ସଵ

ମଶାଲ ଯାତ୍ରା ସହ ଉଦଘାଟିତ ହେଲା କୋକସରା ବ୍ଲକ ସ୍ତରୀୟ ଗୁଡହାଣ୍ଡି ଉତ୍ସଵ

କଳାହାଣ୍ଡି ର ଐତିହ୍ୟ ପରମ୍ପରା ର ବାର୍ତ୍ତାବହ କଳାହାଣ୍ଡି ଉତ୍ସଵ ଘୁମୁରା କୋକସରା ବ୍ଲକ ସ୍ତରୀୟ ଗୁଡହାଣ୍ଡି ମହୋତ୍ସବ ବୁଧବାର ଦିନ ଆରମ୍ଭ ହୋଇଛି। ମହୋତ୍ସବ ଉଦଯାପନି ଅବ୍ୟାହତ ପୂର୍ବରୁ ଆମପାଣି ବୁଢ଼ାରଜା,ଚିଲିଗୁଡା ମା ସର୍ଵ ମଙ୍ଗଳା ଓ ମା ଠାକୁରାଣୀ ଙ୍କ ମଶାଲ ଆସି ପହଞ୍ଚି ବା ପରେ ମହିମା..ଦେବୀ ଙ୍କ ଲାଠିକୁର୍ସି,.ଲଡୁଗାଁ ଶିତଲା ମାତା ଙ୍କ ପାଲିଙ୍କି ଆସି ଏକତ୍ରିତ ହେବାପରେ ବ୍ଲକ ପ୍ରଶାସନ ଓ ଉପସ୍ଥିତ ଅତିଥି ମାନେ ଦେବାଦେବୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଦେବାଦେବୀ ଙ୍କ ମଶାଲ ଶୋଭାଯାତ୍ରା ଏକ ଭବ୍ୟ ପଟୁଆର ରେ ଘଣ୍ଟୁଆ, ଲୋକ ନୃତ୍ୟ,ସାଂସ୍କୃତିକ କଳାକାର ଙ୍କ ରଙ୍ଗାରଙ୍ଗ ଶୋଭାଯାତ୍ରାରେ କୋକସରା ସହର ପରିକ୍ରମା କରି ଗୁଡହାଣ୍ଡି ଉତ୍ସଵ ମଞ୍ଚ ରେ ପହଞ୍ଚିବା ପରେ ପୁଜକ ନନ୍ଦ କିଶୋର ଧରୁଆ ଓ ଦିଲୁ ସିଂ ଧରୁଆ ପୂଜାର୍ଚ୍ଚନା କରି ମଞ୍ଚ ପୂଜନ କରିଥିଲେ।ଉଦଘାଟନୀ ମହୋତ୍ସବ ରେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ସୁଜିତ କୁମାର, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ବିଡ଼ିଓ ସ୍ନେହାପ୍ରଭା ମାଝୀ,ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ,ତହସିଲଦାର ନବୀନ କିଶୋର ପାଢ଼ୀ,ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ମଞ୍ଚ ଉଦଘାଟନ କରିଥିଲେ।ପରେ ମଞ୍ଚ ରେ ସ୍ଥାନୀୟ କଳାକାର ମାନେ ଗୁଡହାଣ୍ଡି ମଞ୍ଚ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜଷ୍ଟିସ ମହାନ୍ତି ଙ୍କ ରାଉରକେଲା ଗସ୍ତ ଶେଷ

Sunil Chandra Nayak

ଚକ ଅଖ ବନ୍ଦରେ ଜନଜୀବନ ବିପର୍ଯ୍ୟସ୍ତ : ଢେଙ୍କାନାଳ ଜିଲ୍ଲା ସମ୍ପୂର୍ଣ୍ଣ ପ୍ରଭାବିତ

Sunil Chandra Nayak

କୋକସରା ମଣ୍ଡି ୩ ପଞ୍ଚାୟତର ଧାନ ବିକ୍ରି, ସ୍ଥାନ ଅଭାବରୁ ଚାଷିଙ୍କ ମଧ୍ୟରେ ଅସନ୍ତୋଷ

masiha

Leave a Comment

error: Content is protected !!