ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଶାରୀବେଡା କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

କେଶାରୀବେଡା କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଉମରକୋଟ, ୧୦/୧୦ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କେଶାରୀବେଡା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ – ୨୦୨୬ କୋପେନା ଆଶ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର CRCC ଶ୍ରୀ ଦୁର୍ଗା ପ୍ରସାଦ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତ୍ତିଭୂମି ସାକ୍ଷରତା ଓ ସଂଖ୍ୟା ଜ୍ଞାନ (FLN) ପ୍ରତି ଗୁରୁତ୍ୱାରୋପ କରିଥିଲେ। ଶିକ୍ଷାର୍ଥୀମାନଙ୍କୁ ଆନନ୍ଦଦାୟକ ଶିକ୍ଷଣ ମାଧ୍ୟମରେ କିପରି ପଢ଼ା ପ୍ରତି ଆଗ୍ରହୀ କରାଯିବ ସେ ନେଇ ଶିକ୍ଷକମାନଙ୍କୁ ମାର୍ଗଦର୍ଶନ ଦିଆଯାଇଥିଲା।

କାର୍ଯ୍ୟକ୍ରମରେ କୋପେନା ପ୍ରଧାନ ଶିକ୍ଷକ ଶ୍ରୀ ଶଙ୍କର ଗଣ୍ଡ, ସହକାରୀ ଶିକ୍ଷକ ଶ୍ରୀ ଅନ୍ତର୍ଯ୍ୟାମୀ ସାହୁ, ଶ୍ରୀ ଗୋବର୍ଦ୍ଧନ ଭତ୍ରା, ଶ୍ରୀ ଚତୁର୍ଭୁଜ ଭତ୍ରା, ଶ୍ରୀ ସୁଦାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଅଭିଭାବକ ଏଥିରେ ଯୋଗ ଦେଇଥିଲେ।

ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା

ଗଣେଶ ଛତ୍ରିଆ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବାକାର୍ଯ୍ୟ ଓ ପୂଜ୍ୟପୂଜା 

Sunil Chandra Nayak

ବିଶ୍ଵାତ୍ମା ବିଦ୍ୟା ମନ୍ଦିର ର ବାର୍ଷିକୋତ୍ସବ ଅନୁଷ୍ଠିତ

masiha

ମଙ୍ଗଳବାର ଛତ୍ରପୁର ପନିପରିବା ମାର୍କେଟ ବନ୍ଦ : ପୌରପରିଷଦ ବିରୁଦ୍ଧରେ ଉଠାଦୋକାନୀ ସଂଘର ଡକରା

Sunil Chandra Nayak

Leave a Comment

error: Content is protected !!