ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଆରଟିଓ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ବାଇକ୍ ପିକଅପ୍ ଭେନ୍ ମୁହାଁମୁହିଁ; ଦୁଇ ମୃତ ; ବାଇକ୍ ଜଳିଗଲା

ରାଇରଙ୍ଗପୁର ଆରଟିଓ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ବାଇକ୍ ପିକଅପ୍ ଭେନ୍ ମୁହାଁମୁହିଁ; ଦୁଇ ମୃତ ; ବାଇକ୍ ଜଳିଗଲା

 ମୟୂରଭଞ୍ଜ – ୨୭/୧୨ ( ମସିହା)ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଵିଜୟଓ୍ବାଡା- ରାଞ୍ଚି ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର ଅତିରିକ୍ତ ପରିବହନ କାର୍ଯ୍ୟାଳୟ/ ବିର୍ସା ମୁଣ୍ଡା ପାର୍କ ଛକରେ ଆଜି ସଂନ୍ଧ୍ୟା ୬ ଟା ପାଖାପାଖି ସମୟରେ ଏକ ଭୟଙ୍କର ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାଇଛି । ରାଇରଙ୍ଗପୁରରୁ ତିରିଂ ଆଡକୁ ଯାଉଥିବା ଏକ ବାଇକ୍ ସାମ୍ନା ପଟୁ ଆସୁଥିବା ପିକଅପ୍ ଭେନ ସହ ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳରେ ବାଇକ୍ ଟି ଜଳି ଯାଇଥିବାବେଳେ ପିକଅପ୍ ଭେନଟି କ୍ଷତିଗ୍ରସ୍ତ ହୋଇଯାଇଛି । ଘଟଣାସ୍ଥଳରେ ବାଇକ୍ ଚାଳକ ଏବଂ ଆରୋହୀ ରାସ୍ତାରେ ଛିଟିକି ପଡ଼ି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ । ସେମାନଙ୍କୁ ତୁରନ୍ତ ରାଇରଙ୍ଗପୁର ହସ୍ପିଟାଲ କୁ ଅଣା ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।ମୃତକ ଦୁଇଜଣ ହେଲେ ତିରିଂ ଥାନା ଅନ୍ତର୍ଗତ ଜିରେଇ ଗ୍ରାମର ଵୁଢାନ ମୁର୍ମୁ ଏବଂ ବିଶ୍ୱନାଥ ସୋରେନ । ରାଇରଙ୍ଗପୁର ଟାଉନ ଥାନାଧିକାରୀ ସୁଚନ୍ଦ୍ର ମହାଳିକ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କସ୍ତୁରୀ ସାଂସ୍କୃତିକ ମହୋତ୍ସବରେ ସମ୍ମାନିତ ହେବେ ନାଟ୍ୟ ପ୍ରତିଭା

masiha

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋଇଡା ର ୧୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୂଲ୍ୟରେ ବାୟୁସେନା ଅଧିକାରୀଙ୍କ ଦ୍ୱାରା କ୍ୟାରିଅର କାଉଁସିଲିଂ

masiha

Leave a Comment

error: Content is protected !!