ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରିପଦା କଳାକାର ତରଫରୁ ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ

ବାରିପଦା କଳାକାର ତରଫରୁ ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ

ମୟୂରଭଂଜ – ୨୭/୦୯/୨୦୨୫ ରିଖ ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାରିପଦା କଳାକାର ପରିବାର ସଙ୍ଘ ତରଫରୁ ୩୮ତମ ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ ହୋଇଯାଇଛି I ଓଡିଶା ନାଟ୍ୟ ସଙ୍ଘର ଉତ୍ତର ଓଡିଶା ଜୋନର ଉପସଭାପତି ରତିକାନ୍ତ ବେହେରାଙ୍କ ସଭାପତିତ୍ୱରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା I ଏଥିରେ ଓ଼ମଂ ନାଟ୍ୟ ସଂସ୍ଥାର ପ୍ରତିଷ୍ଠାତା ତଥା ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଧୀର ବସା ଅତିଥି ଭାବେ ଯୋଗ ଦେଇ ମଞ୍ଚ ନାଟକ ପ୍ରତି ନାଟ୍ୟ ସଙ୍ଘର ଭୂମିକାକୁ ବେଶ ପ୍ରଶଂସା କରିଥିଲେ I ଶ୍ରୀ ବେହେରା ଓଡିଶା ନାଟ୍ୟ ସଙ୍ଘ ଦ୍ୱାରା ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରରେ ସୂଚନା ଦେଇଥିଲେ I ନୁପୁର ନାଟ୍ୟ ସଂସ୍ଥାର ମୁଖ୍ୟ ତଥା ବରିଷ୍ଠ ନିର୍ଦ୍ଦେଶକ ଓ ନାଟ୍ୟକାର ଡ଼ କୁମରମଣି ନାୟକ ନାଟକ ପ୍ରତି ନିଷ୍ଠାବାନ ହେବା ପାଇଁ ଯୁବ କଳାକାରଙ୍କୁ ଆହ୍ୱାନ ଦେଇଥିଲେ I ବାରିପଦା କଳାକାର ପରିବାର ଖୁବ ଶୀଘ୍ର ଓଡିଶା ନାଟ୍ୟ ସଂଘର ସଦସ୍ୟତା ପାଇବାକୁ ଯାଉଛି ବୋଲି ଶ୍ରୀ ବଶା ପ୍ରକାଶ କରିଥିଲେ I ସଂଯୋଜକ ବ୍ରିଜେନ୍ଦ୍ର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ବାରିପଦା କଳାକାର ପରିବାର ଏକ ସାଧାରଣ ପରିଷଦ ବୈଠକ ସନ୍ତୋଷ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି I ଉପସଭାପତି ଅନଦା ଶଙ୍କର ଦାଶ ଓ ପ୍ରକାଶ ଚନ୍ଦ୍ର ଦାଶ ତଥା ପୂର୍ବତନ ସଭାପତି ଧୀର ବଶା ଓ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଚିନ୍ମୟ ଦାସ ପଟ୍ଟନାୟକ ଓ କ୍ଷୀରୋଦ ବିହାରୀ ସିଟ ନିଜର ମତ ଉପସ୍ଥାପନ କରିଥିଲେ I ସମ୍ପାଦକ ଅସିତ କୁମର ଗିରି ବାରିପଦାରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ସଫଳ ଆୟୋଜନ ପାଇଁ ଚିନ୍ମୟ ଦାସ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଥିଲେ I ଆଗାମୀ ବର୍ଷ ବାରିପଦା କଳାକାର ପରିବାର ଦ୍ୱାରା ଏକ ରାଜ୍ୟସ୍ତରୀୟ ନାଟକ ଉତ୍ସବ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ I ନାଟ୍ୟ ସଙ୍ଘ ପାଳନ ଅବସରରେ ନିକଟ ଅତୀତରେ ରାଜ୍ୟ ସ୍ତରରେ ସମ୍ମାନିତ ହୋଇଥିବା ଧୀର ବଶା, ଡ଼ କୁମର ମଣି ନାୟକ ଓ ଚିନ୍ମୟ ଦାସ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ସେହିପରି ଜାତୀୟ ନାଟ୍ୟ ମହୋତ୍ସବରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସ୍ମୃତି ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରତିଭା ମାନଙ୍କ ମଧ୍ୟରୁ ସନ୍ତୋଷ ମହାନ୍ତି, ରତିକାନ୍ତ ବେହେରା, ପ୍ରୟାଶ ଶତପଥି, ସତ୍ୟନାରାୟଣ ଦାସ, ବ୍ରିଜେନ୍ଦ୍ର ରାଉତ, କୁନ୍ଦନଲାଲ ଭଞ୍ଜ ଓ ମହେଶ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ପଟ୍ଟନାୟକ, ଜଗଦିଶ ଚନ୍ଦ୍ର ଦାସ, ସମରେନ୍ଦ୍ର ବଶା ଉପସ୍ଥିତ ରହି ନିଜର ମତ ବ୍ୟକ୍ତ କରିଥିଲେ I ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ସଦସ୍ୟ ସୋମନାଥ ସିଂହ ସଂଚାଳନ କରିଥିବା ବେଳେ ସହ ସମ୍ପାଦକ ଜ୍ଞାନରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ I

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ‌ମସିହା ନିଉଜ

Related posts

ସମର୍ପିତ ଶାନ୍ତିଦୂତ ପୁସ୍ତକ ଲୋକାର୍ପିତ ….

Sunil Chandra Nayak

ଓଡିଶା ରେ ଖରିଫ ଧାନ କିଣା ସମସ୍ୟା କୁ ନେଇ ରାଜ୍ୟସଭା ରେ ଗର୍ଜିଲେ ସାଂସଦ ନିରଞ୍ଜନ ବିଶି

Sunil Chandra Nayak

କଳାହାଣ୍ଡି ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର 

Sunil Chandra Nayak

Leave a Comment

error: Content is protected !!