ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଅଧ୍ୟାପକଙ୍କ ସଫଳତା 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଅଧ୍ୟାପକଙ୍କ ସଫଳତା 

ବିଶ୍ବସ୍ତରୀୟ ଗବେଷଣାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରିଛି। ୨୦୨୫ ମସିହାରେ ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟ ଏବଂ ଏଲ୍‌ସେଭିୟରର ଶୀର୍ଷ ୨% ସାଇଣ୍ଟିଷ୍ଟ ରାଙ୍କିଙ୍ଗରେ ବିଶ୍ବବିଦ୍ୟାଳୟର ଦୁଇଜଣ ସୁଯୋଗ୍ୟ ଅଧ୍ୟାପକ ସ୍ଥାନ ପାଇପାରିଛନ୍ତି। ଏହି ବିଶ୍ବସ୍ତରୀୟ ଯୋଗ୍ୟତା ସମ୍ପନ୍ନ ତାଲିକାକୁ ସ୍କୋପସ୍ ସାଇଟେଶନ ଡାଟାକୁ ଭିତ୍ତିକରି ଉଭୟ ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟ ଓ ଏଲ୍‌ସେଭିୟର ମିଳିତଭାବେ ପ୍ରସ୍ତୁତ କରିଥାନ୍ତି। ଏଥିରେ ୨୨ଟି ବୈଜ୍ଞାନିକ ବିଷୟ ଏବଂ ୧୭୪ଟି ଉପଶାଖାରେ ବୈଜ୍ଞାନିକମାନଙ୍କର ସନ୍ଦର୍ଭ, ଏଚ୍-ଇଣ୍ଡେକ୍ସ, ଏବଂ ସଂଯୁକ୍ତ ସାଇଟେଶନଗୁଡିକୁ ଆଧାର କରି ଏକ ସ୍କୋର ପ୍ରସ୍ତୁତ କରାଯାଇ ତା’ର ମୂଲ୍ୟାଙ୍କନ କରାଯାଇଥାଏ। ଏଥିରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନର ସହକାରୀ ପ୍ରଫେସର ଡକ୍ଟର ଜନ୍ମେଞ୍ଜୟ ନାୟକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଓ ଇମେଜ ପ୍ରସେସିଙ୍ଗ ନିମନ୍ତେ ଲଗାତାର ତୃତୀୟ ଥର ଏବଂ ଜୈବପ୍ରଯୁକ୍ତି ବିଜ୍ଞାନ ବିଭାଗର ପ୍ରଫେସର ସୁକାନ୍ତ କୁମାର ନାୟକ ଫିସେରୀ ଗବେଷଣା ନିମନ୍ତେ ଚତୁର୍ଥ ଥର ସଫଳତାର ସହ ଟପ୍ ୨% ସାଇଣ୍ଟିଷ୍ଟ ରାଙ୍କିଙ୍ଗ ବଜାୟ ରଖିପାରିଛନ୍ତି‌ । 

ଏହି ସଫଳତା ପାଇଁ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଶୁଭେଚ୍ଛା ଜଣାଇ କହିଛନ୍ତି -“ଏହି ଅଧ୍ୟାପକଙ୍କ ବିଶ୍ବସ୍ତରୀୟ ଗବେଷଣା ଓ ସଫଳତା ଆମ ବିଶ୍ବବିଦ୍ୟାଳୟକୁ ଗୌରବାନ୍ବିତ କରିଛି । ରାଜ୍ୟ ତଥା ଦେଶପାଇଁ ଏହା ଏକ ସମ୍ମାନର ବିଷୟ। ଅଧ୍ୟାପକଙ୍କ ସଫଳତା ଆମ ଛାତ୍ରଛାତ୍ରୀଙ୍କୁ ଗବେଷଣା ନିମନ୍ତେ ଅଧିକ ଅନୁପ୍ରେରିତ କରିବ ବୋଲି ମତବ୍ୟକ୍ତ କରିଛନ୍ତି। ସେହିପରି ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ ଏବଂ ବିଶ୍ବବିଦ୍ୟାଳୟର କୁଳସଚିବ ସୁଶ୍ରୀ ସୁମିତା ସିଂ ଅଧ୍ୟାପକଦ୍ବୟଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟ ଏବଂ ଏଲ୍‌ସେଭିୟର ଟପ୍ ୨% ସାଇଣ୍ଟିଷ୍ଟ ରାଙ୍କିଙ୍ଗକୁ ଗବେଷଣାର ଶ୍ରେଷ୍ଠତାର ମାନକରୂପେ ଗ୍ରହଣ କରିଥାଏ। ଏଥିରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦୁଇ ଅଧ୍ୟାପକ ପୁନର୍ବାର ସ୍ଥାନ ବଜାୟ ରଖିବା ସେମାନଙ୍କ ବିଶ୍ବସ୍ତରୀୟ ଗବେଷଣାକୁ ପ୍ରମାଣିତ କରିଛି। ଉକ୍ତ ସଫଳତା ପାଇଁ ଡକ୍ଟର ଜନ୍ମେଞ୍ଜୟ ନାୟକ ଓ ପ୍ରଫେସର ସୁକାନ୍ତ କୁମାର ନାୟକଙ୍କୁ ଶିକ୍ଷକ, ଛାତ୍ର ଓ ଶିକ୍ଷାବିତ୍ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ଅକ୍ଷୟ କୁମାର ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଅପରେସନ ସିନ୍ଦୂର ର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ନବନିର୍ମାଣ କୃଷକ ସଂଗଠନ ର ଲୋକ ସମ୍ପର୍କ ଅଭିଯାନ

Sunil Chandra Nayak

କାମୃଗୁରୁ’ଙ୍କ ସ୍ମୃତୀ ଦିବସ ଅବସର ରେ ମାନସିକ ସ୍ବାସ୍ଥ୍ୟ ଶିକ୍ଷା ନେଇ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!