ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋରିଗାଁରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ

ବୋରିଗାଁରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ 

ଡାବୁଗାଁ, ୨୧/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ବୋରିଗାଁ ପଞ୍ଚାୟତ ଅଧୀନ ଡ଼ଙ୍ଗରିଗୁଡା ଗ୍ରାମରେ ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ ଙ୍କ ସଭାପତିତ୍ଵରେ କର୍ମୀ ସମ୍ମିଳନୀ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବିଧାନସଭା ଆସନ ବିଧାୟକ ପାର୍ଥୀ ଲିପିକା ମାଝି ଯୋଗ ଦେଇ ଉଦବୋଧନ ଦେଇ କର୍ମୀ ମାନଙ୍କୁ ବିଧାୟକ ଭାବେ ତାଙ୍କୁ ଓ ସାଂସଦ ପାର୍ଥୀ ତାଙ୍କ ବାପା ଭୁଜବଳ ମାଝିଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ | ଏହି ସଭାରେ ବୋରିଗାଁ ପଞ୍ଚାୟତର ୭୦ ଜଣ ବିଭିନ୍ନ ଦଳ ଛାଡି କଂଗ୍ରେସ ଦଳରେ ସାମିଲ ହୋଇଥିଲେ | ଏହି ସମ୍ମିଳନୀରେ ବ୍ଲକ କଂଗ୍ରେସ ଉପସଭାପତି କୃଶ ପନକା, ଜୋନ-୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ବୋରିଗାଁ ସରପଞ୍ଚ ସୁକୃ ଭତରା, ପଞ୍ଚାୟତ ସଭାପତି ରଇନୁ ପୂଜାରୀ ଓ ବହୁ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କବି ବ୍ରଜନାଥ ବଡ଼ଜେନା ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ

Sunil Chandra Nayak

ବାଣପୁର ରେ ଅକ୍ଷୟ ତୃତୀୟାରେ ବ୍ଲକ ସ୍ତରୀୟ କୃଷକ ଦିବସ, ଅଖି ମୁଠି ଅନୁକୂଳ କଲେ କୃଷି ଆତ୍ମାର ଅଧ୍ୟକ୍ଷ 

Sunil Chandra Nayak

ବିଦ୍ୟାଳୟ ଶ୍ରେଣୀ ଗୃହ ଛାତରୁ ଝରୁଛି ବର୍ଷା ପାଣି ,ଶ୍ରେଣୀ ବାହାରେ ପଢୁଛନ୍ତି ଛାତ୍ରଛାତ୍ରୀ

Sunil Chandra Nayak

Leave a Comment

error: Content is protected !!