ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋରିଗାଁରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ

ବୋରିଗାଁରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ 

ଡାବୁଗାଁ, ୨୧/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ବୋରିଗାଁ ପଞ୍ଚାୟତ ଅଧୀନ ଡ଼ଙ୍ଗରିଗୁଡା ଗ୍ରାମରେ ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ ଙ୍କ ସଭାପତିତ୍ଵରେ କର୍ମୀ ସମ୍ମିଳନୀ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବିଧାନସଭା ଆସନ ବିଧାୟକ ପାର୍ଥୀ ଲିପିକା ମାଝି ଯୋଗ ଦେଇ ଉଦବୋଧନ ଦେଇ କର୍ମୀ ମାନଙ୍କୁ ବିଧାୟକ ଭାବେ ତାଙ୍କୁ ଓ ସାଂସଦ ପାର୍ଥୀ ତାଙ୍କ ବାପା ଭୁଜବଳ ମାଝିଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ | ଏହି ସଭାରେ ବୋରିଗାଁ ପଞ୍ଚାୟତର ୭୦ ଜଣ ବିଭିନ୍ନ ଦଳ ଛାଡି କଂଗ୍ରେସ ଦଳରେ ସାମିଲ ହୋଇଥିଲେ | ଏହି ସମ୍ମିଳନୀରେ ବ୍ଲକ କଂଗ୍ରେସ ଉପସଭାପତି କୃଶ ପନକା, ଜୋନ-୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ବୋରିଗାଁ ସରପଞ୍ଚ ସୁକୃ ଭତରା, ପଞ୍ଚାୟତ ସଭାପତି ରଇନୁ ପୂଜାରୀ ଓ ବହୁ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଡବ୍ଲ୍ୟୁ ଓ ଡି ସି ଅଧ୍ୟକ୍ଷ ଓ ସି ଓ ଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

Sunil Chandra Nayak

୪୨ ମୌଜାରେ ଆମ ଡିଜିଟାଲ କେନ୍ଦ୍ର ସେବା ଉଦଘାଟିତ   

Sunil Chandra Nayak

6th Kalingawan, a global festival of performing arts, was organized.

masiha

Leave a Comment

error: Content is protected !!