ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୌରୀ ଶଙ୍କର ପଟ୍ଟନାୟକ ଙ୍କୁ ଗୋଲ୍ଡେନ୍ ଏଇମ୍ କନଫରେନ୍ସ ଏବଂ ଏୱାର୍ଡ ଫର୍ ଏକ୍ସଲେନ୍ସ ଏଣ୍ଡ ଲିଡରଶିପ – 2025” ପ୍ରଦାନ

ଗୌରୀ ଶଙ୍କର ପଟ୍ଟନାୟକ ଙ୍କୁ ଗୋଲ୍ଡେନ୍ ଏଇମ୍ କନଫରେନ୍ସ ଏବଂ ଏୱାର୍ଡ ଫର୍ ଏକ୍ସଲେନ୍ସ ଏଣ୍ଡ ଲିଡରଶିପ – 2025” ପ୍ରଦାନ

ଜେକେ ପେପର୍ ମିଲ୍ସ ର ମହାପ୍ରବନ୍ଧକ, (କ୍ୱାଲିଟି ଆସୁରଂସ ଟେକ୍ନିକାଲ୍ ସର୍ଭିସ ) ଗୌରୀ ଶଙ୍କର ପଟ୍ଟନାୟକ ଙ୍କୁ ଗୋଲ୍ଡେନ୍ ଏଇମ୍ କନଫରେନ୍ସ ଏବଂ ଏୱାର୍ଡ ଫର୍ ଏକ୍ସଲେନ୍ସ ଏଣ୍ଡ ଲିଡରଶିପ – 2025” ପ୍ରଦାନ। 

ଗୋଲ୍ଡେନ୍ ଏଇମ୍ ଅଓର୍ଡସ୍ ବିଶ୍ୱସ୍ତରୀୟ ମାନଦଣ୍ଡ ସହ ଉତ୍କୃଷ୍ଟତା ଏବଂ ନେତୃତ୍ୱର ପ୍ରତୀକ ଭାବେ ପରିଚିତ। ଡିଜିଓନ୍+ ଦ୍ୱାରା ପ୍ରତିଷ୍ଠିତ ଏହି ସମ୍ମାନ, ବିଭିନ୍ନ କ୍ଷେତ୍ରରେ ଅସାଧାରଣ ଅବଦାନ ଓ ନବାଭିଷ୍କାର ଆଣିଥିବା ବ୍ୟବସାୟ ଓ ପେଶାଗତ ନେତାମାନଙ୍କୁ ସମ୍ମାନିତ କରିବା ପାଇଁ ଉଦ୍ଦିଶ୍ୟିତ।

ଦଶ ବର୍ଷରୁ ଅଧିକ ଗବେଷଣା ଅନୁଭବ ଥିବା ଏକ ନିଷ୍ଠାବାନ ଗବେଷଣା ଓ ପରିଚାଳନା ଦଳ ଦ୍ୱାରା ସଂପାଦିତ ଗଭୀର ଅଧ୍ୟୟନ ଓ ବିଚାର ପ୍ରକ୍ରିୟା ପରେ, ଗୋଲ୍ଡେନ୍ ଏଇମ୍ କାଉନ୍ସିଲ୍ ଏବଂ ଜୁରି ମଣ୍ଡଳ ଏହି ବର୍ଷର ସମ୍ମାନିତ ବ୍ୟକ୍ତି ଭାବେ ଶ୍ରୀ ଜି. ଏସ. ପଟ୍ନାୟକଙ୍କୁ ଚୟନ କରିଛନ୍ତି। ଏହି ପୁରସ୍କାର ଗାତ ତା 08.11.2025 ରେ ମୁମ୍ବାଇ ସ୍ଥିତ ପାରଲେ ଇଣ୍ଟରନ୍ୟାସନାଲ ହୋଟେଲ୍ ରେ ଏହି ଅନୁଷ୍ଠାନ ର ମୁଖ୍ୟ ଅଧିକାରୀ ସାନିୟା ଖାନାମ ଶ୍ରୀ ପଟ୍ଟନାୟକ ଙ୍କୁ ପ୍ରଦାନ କରି ଥିଲେ। 

ତାଙ୍କୁ “ସବୁଠାରୁ ପ୍ରଭାବଶାଳୀ ଗୁଣ ନିଶ୍ଚିତି ନେତୃତ୍ୱ ପୁରସ୍କାର 2025” (Most Influential Quality Assurance Leader Award 2025) ଦେଇ ସମ୍ମାନିତ କରାଯାଉଛି।ଏହି ସମ୍ମାନ ତାଙ୍କର —ନବୀନ ଓ ଉଦାହରଣୀୟ ପ୍ରକ୍ରିୟା, ସୃଜନଶୀଳ ଆଭିମୁଖ୍ୟ, ଅନ୍ୟମାନଙ୍କୁ ପ୍ରେରିତ ଓ ପ୍ରୋତ୍ସାହିତ କରିବାର କ୍ଷମତା, କୌଶଳପୂର୍ଣ୍ଣ ନବାଭିଷ୍କାର, ଏବଂନିଷ୍ଠା ଓ ନୈତିକତା,ପ୍ରତି ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇ ଦିଆଯାଉଛି।

ଏହି ପୁରସ୍କାର ଶ୍ରୀ ପଟ୍ନାୟକଙ୍କ ବୃତ୍ତିଗତ ସଫଳତା, ନେତୃତ୍ୱ ଓ ଦୃଢ ନିଷ୍ଠାର ପ୍ରତିକ ଭାବେ ସଦା ସ୍ମରଣୀୟ ହେବ ବୋଲି ଜେକେ ପେପର୍ ମିଲ ମୁଖ୍ୟ ଶ୍ରୀ ବିନୟ ଦ୍ଵିବେଦୀ କହିଛନ୍ତି ଏବଂ ପଟ୍ଟନାୟକ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁରଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

କାର୍ଯ୍ୟ‍ାଦେଶ ଯନ୍ତ୍ରୀଙ୍କ ନାଁରେ, ଯନ୍ତ୍ରୀ ଅନୁପସ୍ଥିତ ସରକାରୀ ନିୟମର ଖୋଲା ଉଲଂଘନ ଛୁଟିଦିନରେ ୨ଟି ସ୍ଥାନରେ ହେଲା ଢଳେଇ କାର୍ଯ୍ୟ

Sunil Chandra Nayak

ମଇ ଦିବସ/ ଆନ୍ତର୍ଜାତୀୟ ଶ୍ରମିକ ଦିବସ-୨୦୨୩ ପାଳିତ

Leave a Comment

error: Content is protected !!