ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାରସ୍ଵତ ଜଗତର ଅଭୂଲା ହୀରା ଥିଲେ ଭାଗୀରଥି

ସାରସ୍ଵତ ଜଗତର ଅଭୂଲା ହୀରା ଥିଲେ ଭାଗୀରଥି

ଭାଗୀରଥି ପାତ୍ରଙ୍କ ୮୭ତମ ଜୟନ୍ତୀ ଓ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ: ସାରସ୍ଵତ ସେବାରେ ଶ୍ରୀରଙ୍ଗ ନାୟକ ଓ ସମାଜ ସେବାରେ ଜଗନ୍ନାଥ ମହାପାତ୍ର ପାଇଲେ ଭାଗୀରଥି ସମ୍ମାନ 

ନବରଙ୍ଗପୁର :(୧୩|୧୧)(ମ.ନି.ସ) ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସ୍ମୃତି ସଂସଦ ଆନୁକୁଲ୍ୟରେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଭାଗୀରଥି ପାତ୍ରଙ୍କ ୮୭ତମ ଜୟନ୍ତୀ ସମାରୋହ ଓ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁରର ଜିଲ୍ଲା ଓ ଦୌରା ବିଚାରପତି ଶ୍ରୀ ସୁବ୍ରତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଗୀରଥିଙ୍କ ଓଡିଆ ସାହିତ୍ୟ ପ୍ରତି ରହିଥିବା ବହୁମୂଲ୍ୟ ଯୋଗଦାନ ସମ୍ବନ୍ଧରେ ଆଲୋକପାତ କରି ଆଗାମୀ ପିଢୀ ସ୍ଵର୍ଗତ ପାତ୍ରଙ୍କ ପଦାଙ୍କ ଅନୁସରଣ କରି ସାହିତ୍ୟ ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖନ୍ତୁ ବୋଲି କହିଥିଲେ । ଅନୁଷ୍ଠାନର ସଭାପତି କବି ନାରାୟଣ ପଣ୍ଡା ଅଧ୍ୟକ୍ଷତା କରିଥିବା ଏହି କାର୍ଯ୍ୟକ୍ରମରେ ବିଷମକଟକର ବିଶିଷ୍ଟ ପ୍ରାବନ୍ଧିକ ଓ ସଂଗ୍ରାହକ ଶ୍ରୀରଙ୍ଗ ନାୟକଙ୍କୁ ସାରସ୍ଵତ ସେବା ପାଇଁ ଓ ବିଶିଷ୍ଟ ସମାଜ ସେବୀ ଜଗନ୍ନାଥ ମହାପାତ୍ରଙ୍କୁ ସମାଜ ସେବା ପାଇଁ ଚଳିତ ବର୍ଷର ଭାଗୀରଥି ସମ୍ମାନ ପ୍ରଦାନ କରଯାଇଥିଲା । ମୁଖ୍ୟ ବକ୍ତା ଭାବେ ବିଜୟ ମିଶ୍ର, ସମ୍ମାନନୀୟ ଅତିଥି ଭାବେ କବି ଜଗଦୀଶ ଚନ୍ଦ୍ର ତ୍ରିପାଠୀ ଓ ବିଜୟ ଚୌଧୁରୀ, ବରେଣ୍ୟ ଅତିଥି ଭାବେ ନାରାୟଣପାଟଣାର ବରିଷ୍ଠ ବ୍ଲକ ଶିକ୍ଷାଧିକାରୀ ସୁପ୍ରିୟା ନାୟକ ଓ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ପାଣିଗ୍ରାହୀ ଯୋଗ ଦେଇ ଭାଗୀରଥି ପାତ୍ରଙ୍କ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ରହିଥିବା ଅତୀତର ସାଧନା ତାଙ୍କୁ ଏହି ଜାତି ଚିରକାଳ ସ୍ମୃତି ରେ ରଖିବ ଓ ସେ’ ଓଡିଆ ସାହିତ୍ୟ ଜଗତର ଏକ ଅଭୂଲା ହୀରା ଥିଲେ ବୋଲି କହିଥିଲେ। ଉପସ୍ଥାପିକା ସୁନନ୍ଦିନୀ ତ୍ରିପାଠୀ ସୁନ୍ଦର ଭାବେ ମଞ୍ଚ ସଂଯୋଜନା କରିଥିଲେ । ଟେଲି ନିର୍ଦ୍ଧେଶକ ମନୋଜ ପଟ୍ଟନାୟକ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆକାଶବାଣୀ କଣ୍ଠଶିଳ୍ପୀ କସ୍ତୁରୀ ରଥ ଭାଗୀରଥିଙ୍କ ରଚନାରୁ ଶ୍ରୀକୃଷ୍ଣ ଭଜନ ଓ ସୁରେଶ ଚନ୍ଦ୍ର ମହାପାତ୍ର ଶ୍ରୀ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ । ଅଧ୍ୟାପକ ଅଖିଳ ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥିମାନେ ସାହିତ୍ୟିକ ପାତ୍ରଙ୍କ ହାତ ଲେଖା ମାସିକ ପତ୍ରିକା “ଶୈଶବ”, ତାଙ୍କ ସାହିତ୍ୟ ସଂଗଠନ ଓ କୃତି ଷାଠିଏ ଦଶକରେ ଓଡିଶାର ସାହିତ୍ୟ କ୍ଷେତ୍ରକୁ ଆଗେଇନେଇଥିଲା ଯାହାକି ଆଜି ପର୍ଯ୍ୟନ୍ତ ଉଜ୍ଜୀବିତ ରହିଛି ବୋଲି କହିଥିଲେ । ଭାଗୀରଥିଙ୍କ ସାହିତ୍ୟ ର ରୋମାଣ୍ଟିକ ଦିଗ, ଭକ୍ତି ଚେତନା, ଆଦିବାସୀ ଜନ ଜୀବନର ଚିତ୍ର, ଲୌକିକ ଲୋକ ସଙ୍ଗୀତ ପରମ୍ପରା ଓ ତାଙ୍କ ସାହିତ୍ୟ ରେ ପତିତ ଭାଷାର ବ୍ୟବହାର ସମ୍ବଧରେ ଆଲୋକପାତ କରିଥିଲେ । ଭାଗୀରଥୀ ପାତ୍ରଙ୍କ ମାନସ ସନ୍ତାନ “ନବଜାଗରଣ ସାହିତ୍ୟ ସଂସଦ”, ତାଙ୍କ ସ୍ଥାପିତ ଜିଲ୍ଲାର ପ୍ରଥମ “ମଧୁସୂଦନ ପାଠାଗାର” ଇତ୍ୟାଦି ସମ୍ବନ୍ଧରେ ଅତିଥିମାନେ ଆଲୋକପାତ କରିଥିଲେ । ସଂସଦ ର ସମ୍ପାଦକ ରାମ ପ୍ରସାଦ ପାତ୍ର, ସଦସ୍ୟ ବୃନ୍ଦାବନ ପାଢ଼ୀ, ନମିତା ପାତ୍ର, ପୂର୍ବତନ ବିଧାୟକ ସଦନ ନାୟକ, ଆଇନଜୀବୀ କିଶୋରୀ ପଟ୍ଟନାୟକ, ମୀନାକ୍ଷୀ ପାଢୀ, ସ୍ୱର୍ଣ୍ଣଲତା ପଟ୍ଟନାୟକ, ନମିତା ପଟ୍ଟନାୟକ, ପଙ୍କଜିନୀ ତ୍ରିପାଠୀ, ତପନ ବିଷୋୟୀ, ସୁବ୍ରତ ବେହେରା, ଶରତ ଦାଶ, ରବି ଶଙ୍କର ସାହୁ, ରବିନ୍ଦ୍ର ପ୍ରସାଦ ପାଢ଼ୀ, ଶ୍ରୀନିବାସ ପାତ୍ର, ପ୍ରଦୀପ ସାହୁ, ହରି ନାରାୟଣ ବେହେରା, ଅନିଲ କୁମାର ଦାଶ, ପଦ୍ମାଳୟା ପାତ୍ର, ଗଣେଶ୍ଵର ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ ପଣ୍ଡା, ନନ୍ଦକିଶୋର ପାଢ଼ୀ, ସନ୍ଧ୍ୟା ରାଣୀ ପାତ୍ର, ଚନ୍ଦନ କୁମାର ପାଢ଼ୀ, ସାନୁଜ କୁମାର ପାତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ର ପୂର୍ବତନ ସଦସ୍ୟ ବଲ୍ଲଭ କୁମାର ରାଉତ, ଆଇନଜୀବୀ ଉମାଶଙ୍କର ତ୍ରିପାଠୀ, ଲକ୍ଷ୍ମୀକାନ୍ତ ମିଶ୍ର, ଦେବୀ ପ୍ରସାଦ ସିଂ, ରାମ ଚନ୍ଦ୍ର ନାୟକ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ସଦାଶିବ ସାହୁ, ମହମ୍ମଦ ତାଜ ଇମ୍ରାନ,ସିରାଜୁଦ୍ଦିନ ଅହମ୍ମଦ, ଧର୍ମରାଜ ପାତ୍ର, ହିମାଂଶୁ ଶେଖର ତ୍ରିପାଠୀ, ପି.ରବିକାନ୍ତ ରଘୁରାମ, ବାଣୀ ଆଚାର୍ଯ୍ୟ, ରେଣୁକା ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ, ସଦସ୍ୟା ଜେମାମଣି ବିଷୋୟୀ, ମୁନ୍ନା ତ୍ରିପାଠୀ, ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର, ହିମାଂଶୁ ପଟ୍ଟନାୟକ, ପ୍ରବାସିନୀ ମହାନ୍ତି, ତ୍ରିପତି ବାଲାଜୀ ସାହୁ, ମନୋରମା ମାଝି, ସୁରେଶ ମିଶ୍ର, ଦେବାଶିଷ ପଟ୍ଟନାୟକ, ରାମ କୃଷ୍ଣ ପାତ୍ର, ଧାରାଶ୍ରୀୟା ଜେନା, ଗୋପୀନାଥ ହଡ଼ପ, ସୀମାଞ୍ଚଳ ହଡ଼ପ, ସୁଶାନ୍ତ ପଣ୍ଡା, ହେମଲତା ମାଝୀ, ତ୍ରିବିକ୍ରମ ନନ୍ଦ, କୃଷ୍ଣ ପ୍ରସାଦ ରଥ, ସଦାଶିବ ପ୍ରହରାଜ, ସୁରେଶ ନାଇଡୁ, କାମ୍ପ ସେଠୀ, ପ୍ରଭଞ୍ଜନ ତ୍ରିପାଠୀ, ହୃଷୀକେଶ ଦାଶ, ସତ୍ୟବାଦୀ ଷଡଙ୍ଗୀ, ସର୍ବେଶ୍ଵର ପାତ୍ର, ସତ୍ୟନାରାୟଣ ନାୟକ, ପଙ୍କଜିନୀ ଦୋରା, ସର୍ବେଶ୍ଵର ତ୍ରିପାଠୀ, ଦୂର୍ଗା ପ୍ରସାଦ ପ୍ରଧାନୀ, ରାଧାରଣୀ ଦାଶ, ଶ୍ରୀଧର ଶତପଥୀ, ଦ୍ଵିତୀ କୃଷ୍ଣ ପଣ୍ଡା, ଏ. ଶ୍ରୀନିବାସ ରାଓ, ଏମ. ଶ୍ରୀନିବାସ ରାଓ, ଏମ. ଶିବା ପ୍ରସାଦ, ପି.ଭି. ସତ୍ୟନାରାୟଣ, ନଳିନୀ ରଞ୍ଜନ ପଟ୍ଟନାୟକ, ଓଂକାର ପଟ୍ଟନାୟକ, ପ୍ରଦୀପ ନନ୍ଦ, ଶୁଭମ ଚୌଧୁରୀ, ରତିକାନ୍ତ ଡୁବେ, ଦୂର୍ଗା ପାଢୀ, ଜିଲ୍ଲା କିନ୍ନର ସଂଘ ର ସଦସ୍ୟା କାଜଲ, ଚୁମୁକି, କବିତା, ତନୁଜା, ରାଧା, ବର୍ଷା, ଅନିତା, ବିନ୍ଦି, ଶିବାନୀ, ପ୍ରଶାନ୍ତ, ଅଜୟ, ଜିଲ୍ଲା “ନାରୀ ଶକ୍ତି” ର ସଦସ୍ୟା ବବିତା ସାହୁ, ଅମ୍ବିକା ରଥ, ସାମା ଅହମ୍ମଦ, ସାକିଲା ବେଗମ, ନାସରିନ ବାନୋ, ଝରଣା ପଟ୍ଟନାୟକ, କୃଷ୍ଣ ପ୍ରସାଦ ରଥ ପ୍ରମୁଖ ଯୋଗଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମହିଳା ଶିକ୍ଷା ଓ ସଚେତନତା ଆଜିର ମୁଖ୍ୟ ଆବଶ୍ୟକତା ବସନ୍ତପଡାରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହ

masiha

ରୋଟାରୀ କ୍ଳବ୍ ଅଫ୍ ରାଇରଙ୍ଗପୁର ରୟାଲ ଆନୁକୁଲ୍ୟରେ ଗୋଲେଇ ଛକରେ ଶାନ୍ତି ସ୍ତୁପ ଏବଂ ଭରଣ୍ଡିଆ ୟୂପି ସ୍କୁଲର ଵିଶୁଦ୍ଧ ଜଳ ବ୍ୟବସ୍ଥା ସ୍ଥାପନା ଓ ସମ୍ବର୍ଦ୍ଧନା ଉତ୍ସବ 

masiha

ସର୍କଲ ଓ ଏସକେ ଏକାଡେମୀ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

Leave a Comment

error: Content is protected !!