ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୫ରେ ଉଲ୍ଲେଖନୀୟ ଏ ୱାନ୍ ଗ୍ରେଡ଼ ହାସଲ କରିଥିବା ୩୯ ଜଣ ଛାତ୍ରୀ,ଛାତ୍ର ଢେଙ୍କାନାଳ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସମାରୋହରେ ସମ୍ୱର୍ଦ୍ଧିତ 

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୫ରେ ଉଲ୍ଲେଖନୀୟ ଏ ୱାନ୍ ଗ୍ରେଡ଼ ହାସଲ କରିଥିବା ୩୯ ଜଣ ଛାତ୍ରୀ,ଛାତ୍ର ଢେଙ୍କାନାଳ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସମାରୋହରେ ସମ୍ୱର୍ଦ୍ଧିତ 

ଢେଙ୍କାନାଳ : ତା.୦୭.୦୫.୨୦୨୫ ରିକ୍ : ଢେଙ୍କାନାଳ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରାତଃ ୦୯ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତିଙ୍କ ସଭାପତିତ୍ବରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତିଙ୍କ ସଭାପତିତ୍ବରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ସମୂହର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୫ରେ ଉଲ୍ଲେଖନୀୟ ଏ ୱାନ୍ ଗ୍ରେଡ଼ ହାସଲ କରିଥିବା ୩୯ ଜଣ ଛାତ୍ରୀ,ଛାତ୍ରମାନଙ୍କୁ ଓଡ଼ିଶା ସରକାରଙ୍କ ଜିଲ୍ଲା ପ୍ରଶାସନ ଶିକ୍ଷା ବିଭାଗ ପକ୍ଷରୁ ଢେଙ୍କାନାଳ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସମାରୋହରେ ସମ୍ୱର୍ଦ୍ଧିତ କରାଯାଇଛି। ଏହି ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଚିଦ୍ୟାର୍ଥୀମାନେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରି ନିରବଚ୍ଛିନ୍ନ କଠିନ ପରିଶ୍ରମ ମାଧ୍ୟମରେ ନିଶ୍ଚିତ ସଫଳତା ହାସଲ କରିପାରିବେ ବୋଲି ଦୃଢ଼ ମତପୋଷଣ କରିଥିଲେ। ଆମ ଜିଲ୍ଲାରେ ଏ ୱାନ୍ ଅସ୍ପାୟାର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ବ୍ଲକ୍ ରେ ବଚ୍ଛା ବଚ୍ଛା ସମ୍ଭାବ୍ୟ ଏ ୱାନ୍ ଛାତ୍ରୀ,ଛାତ୍ର ମାନଙ୍କୁ ନେଇ ଏକ ପଞ୍ଚ ଦିବସୀୟ ଆବାସିକ ଶିକ୍ଷା ଶିବିର କରାଯାଇ ପ୍ରତ୍ୟେକ ବିଷୟର ବଚ୍ଛା,ବଚ୍ଛା ଶିକ୍ଷୟିତ୍ରୀ,ଶିକ୍ଷକମାନଙ୍କ ଦ୍ଵାରା ଉପଯୁକ୍ତ ମାର୍ଗଦର୍ଶନ ଶିକ୍ଷାଦାନ ବ୍ୟବସ୍ଥା କରାଯାଇ ଥିଲା ତାହାର ଫଳ ସ୍ୱରୂପ ଚଳିତ ବର୍ଷ ଅଧିକ ସଂଖ୍ୟକ ବିଦ୍ୟାର୍ଥୀ ଏ ୱାନ୍ ଓ ଏ ଟୁ ଗ୍ରେଡ଼ ହାସଲ କରି ପାରିଛନ୍ତି ଓ ଚଳିତ ବର୍ଷ ଏହାକୁ ସାତ ଦିନ ପାଇଁ କରାଯିବାର ସମସ୍ତ ସୁ ବନ୍ଦୋବସ୍ତ ହେବ ବୋଲି ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ସମ୍ମାନିତ ଅତିଥି ଭାବାରେ ମନୋରଞ୍ଜନ ଦଳେଇ,ବ୍ରହ୍ମୋତ୍ରୀ ବିଶ୍ଵାଳ ଓ ସୋମ୍ୟାଶ୍ରୀ ପଣ୍ଡା ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତ୍ରୟ ଓ ଢେଙ୍କାନାଳ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ଯୋଗଦାନ କରିଥିଲେ।ମୁଖ୍ୟଅତିଥିଙ୍କ ସମେତ ସମସ୍ତ ମଞ୍ଚାସୀନ ଅତିଥିବୃନ୍ଦ ଉଲ୍ଲେଖନୀୟ ଏ ୱାନ୍ ଗ୍ରେଡ଼ ହାସଲ କରିଥିବା ଜିଲ୍ଳାର ସମସ୍ତ ୩୯ ଜଣ ବିଦ୍ୟାର୍ଥୀମାନଙ୍କୁ ପର୍ଯ୍ୟାୟ କ୍ରମେ ପୁଷ୍ପଗୁଛ,ମେମେଣ୍ଟୋ ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ। ଏ ସମସ୍ତ ବିଦ୍ୟାର୍ଥୀ,ସେମାନଙ୍କ ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ ବୃନ୍ଦ ଓ ସେମାନଙ୍କ ମାତା,ପିତା ବୃନ୍ଦ ନିଜ ନିଜର ଅନୁଭୂତି ପ୍ରକାଶ କରିଥଲେ ଓ ସେସବୁକୁ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ରେକର୍ଡ଼ କରାଯାଇଥିଲା।ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ସ୍ବାଗତ ଭାଷଣ ପ୍ରଦାନ କରି ସ୍ଵୀୟ ବକ୍ତବ୍ୟରେ ସମ୍ୱର୍ଦ୍ଧନା ସମାରୋହର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ କଠିନ ପରିଶ୍ରମର କୌଣସି ବିକଳ୍ପ ନହିଁ ତେଣୁ, ସମସ୍ତ ବିଦ୍ୟାର୍ଥୀ କଠିନ ପରିଶ୍ରମ ଜାରି ରଖିଲେ ସଫଳତା ନିଶ୍ଚୟ ହାସଲ କରିପାରିବେ ବୋଲି ସୁପରାମର୍ଶ ପ୍ରଦାନ କରିଥିଲେ।ଚଳିତ ବର୍ଷ ଅଧିକ ସଂଖ୍ୟକ ବିଦ୍ୟାର୍ଥୀ ଏ ୱାନ୍ ଅସ୍ପାୟାର କାର୍ଯ୍ୟକ୍ରମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରି ନିଜର ଅକ୍ଲାନ୍ତ ପରିଶ୍ରମ,ସେମାନଙ୍କର ମାତାପିତା,ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକମାନଙ୍କ ସମ୍ମିଳିତ ପ୍ରଚେଷ୍ଟା ବଳରେ ନିଜ ଜନ୍ମସ୍ଥାନ,ପରିବାର,ବିଦ୍ୟାଳୟ ଓ ସର୍ବୋପରି ଢେଙ୍କାନାଳ ଜିଲ୍ଲାର ଶିକ୍ଷାକ୍ଷେତ୍ରରେ ଗୌରବ ବୃଦ୍ଧି କରିବାକୁ ଦୃଢ଼ ଆହ୍ବାନ ଦେଇଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ଢେଙ୍କାନାଳ ଜିଲ୍ଳା ବିଜ୍ଞାନ ପର୍ଯ୍ୟବେକ୍ଷକ ଲକ୍ଷ୍ମୀଧର ମହାନ୍ତ ଅତିଥି ପରିଚୟ ପ୍ରଦାନ, କାର୍ଯ୍ୟକ୍ରମର ସଫଳ ସୁସଂଯୋଜନା ଓ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଜିଲ୍ଲା ଶିକ୍ଷାଧିକାରୀ,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବୃନ୍ଦଙ୍କ ନେତୃତ୍ୱରେ,ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦ,ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ,ସମସ୍ତ କର୍ମଚାରୀ ବୃନ୍ଦ,ଅବସରପ୍ରାପ୍ତ ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ଜିଲାର ବିଭିନ୍ନ ବିଦ୍ୟାଳୟର ସମସ୍ତ ମାର୍ଗଦର୍ଶକ ନୋଡାଲ ପ୍ରଧାନ ଶିକ୍ଷୟିତ୍ରୀ,ପ୍ରଧାନ ଶିକ୍ଷକ ବୃନ୍ଦ,ସମସ୍ତ ମାର୍ଗଦର୍ଶକ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ବୃନ୍ଦ,ଉପସ୍ଥିତ ରହି ସହାୟତା ପ୍ରଦାନ କରି କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । 

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ଖଣି ସହରରେ ରୁଦ୍ଧିମନ୍ତ ହେଉଛି କଳା,ସଂସ୍କୃତି , ତ୍ରିବେଣୀ କଳାକେନ୍ଦ୍ରର ୪୦ ବର୍ଷ ପୂର୍ତ୍ତି ଓ କୁମାର ଉତ୍ସବ 

Sunil Chandra Nayak

ବଡଓଲମା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅଭିଭାବକ/ଅଭିଭାବିକା ଓ ଶିକ୍ଷକ,ଶିକ୍ଷୟତ୍ରୀ ସମ୍ମିଳନୀ

Sunil Chandra Nayak

ଭଟାଙ୍ଗ ପଦର ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା

masiha

Leave a Comment

error: Content is protected !!