ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତ ଜଣେ ମୃତ୍ୟୁ  

ବଜ୍ରପାତ ଜଣେ ମୃତ୍ୟୁ  

  ବନ୍ଧୁଗାଁ ତା ୨୦/୪/୨୪  କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା କାବ୍ରିବାଡି ପଞ୍ଚାୟତର ଡିମିଟିଗୁଡା ଗ୍ରାମର ଜଣେ ବ୍ୟକ୍ତି ବିଜୁଳୀ ପୋଡ଼ି ମୃତ୍ୟୁ ହୋଇଯାଇଛି। ଗତକାଲି ଅପରାହ୍ନ ୪ ଘଣ୍ଟା ସମୟରେ  ଅଦିନିଆ ବର୍ଷା ହୋଇଥିଲା । ଏହି ସମୟରେ ଡିମିଟିଗୁଡା ଗ୍ରାମର କିଷ୍ଟମା କାଡ୍ରାକା ୬୦ ବର୍ଷ ନିଜ ଘର ପଛରେ ଥିବା ପଣସ ଗଛ ତଳେ ଠିଆ ହୋଇ ଥିଲେ।  ଝିପିରି ଝିପିରି ବର୍ଷା ଘଡ ଘଡି ହୋଇ ହଠାତ ବିଜୁଳୀ ପଡିବାରୁ  ଘଟଣା ସ୍ଥଳରେ ବ୍ୟକ୍ତି ଜଣଙ୍କ ମୃତ୍ୟୁ ହୋଇଯାଇଛି । ଉକ୍ତ ଘଟଣାରେ ଗାଁ ଲୋକ ପହଁଞ୍ଚି ଦେଖିବା ପରେ ଗ୍ରାମବାସୀଙ୍କ ସହ ମୃତ ବ୍ୟକ୍ତିର ବଡ଼ ପୁଅ ନୁକା କାଡ୍ରାକା ବନ୍ଧୁଗାଁ ପୋଲିସ ଥାନାରେ ଲିଖିତ ଭାବରେ ଏକ ଅଭିଯୋଗ ଦେଇଥିଲେ I ଉକ୍ତ ବିଷୟକୁ ନେଇ କେଶକୁ (ଇୟୁଡ଼ି)କେଶ କରି ବନ୍ଧୁଗାଁ ଥାନା ଷ୍ଟାଫଙ୍କ ସହ ଉକ୍ତ ଘଟଣା ସ୍ତଳକୁ ପହଁଞ୍ଚି ମୃତ ଶରୀରକୁ ଜବତ କରି ବନ୍ଧୁଗାଁ ସ୍ୱାସ୍ଥ୍ୟ ବିଭାଗରେ ଶବ ବ୍ୟବଛେଦ ପାଇଁ ଅଣା ଯାଇ ଶବ ବ୍ୟବଛେଦ ପରେ ମୃତକ ପରିବାରର ସଦସ୍ୟଙ୍କୁ ହସ୍ତାନ୍ତର କରାଗଲା I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ପିବିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁର୍ନୀତି ନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ 

masiha

ସମାଜସେବୀଙ୍କ ଜନନୀ ସମ୍ପର୍କ ଅଭିଯାନ

masiha

ଦ୍ଵିତୀୟ କୈଳାସ କପିଳାସରେ ପ୍ରଶାସନ ବେହାଲ

Sunil Chandra Nayak

Leave a Comment

error: Content is protected !!