ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକର ପ୍ରାୟ ଗାଁରେ ବର୍ଷା ଯୋଗୁ ଧାନଫସଲ  ନଷ୍ଟ ଚିନ୍ତାରେ ଚାଷୀ 

ବନ୍ଧୁଗାଁ ବ୍ଲକର ପ୍ରାୟ ଗାଁରେ ବର୍ଷା ଯୋଗୁ ଧାନଫସଲ  ନଷ୍ଟ ଚିନ୍ତାରେ ଚାଷୀ 

ବନ୍ଧୁଗାଁ ତା,୨୭/୧୨/୨୪,କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର କାପଲଡ଼ା,କାନା ଗାଁ, ନିଲାବାଡ଼ି, କୁମ୍ଭଗାଣ୍ଡା, କୁମ୍ଭାରି ପୁଟ, ଜାଗୁଗୁଡା, ଏହି ପଞ୍ଚାୟତର କିଛି କିଛି ଗ୍ରାମ ମାନଙ୍କରେ ଧାନ ଅମଳ ହୋଇଥିବା ବେଳେ କିଛି ଗାଁର ଚାଷ  ଧାନ ବିଳରେ କଟା ହୋଇ ଗଦା ପଡି ରହିଥିବା ଓ ବିଳରେ ବିନା କଟାରେ ବିଲରେ ବର୍ଷା ପାଣିରେ ବୁଡି ଗଜା ହବାର ଉପରେ ରହିଥିବାର ଚାଷୀ ଦେଖି ଚିନ୍ତାରେ ଚାଷୀ I ପ୍ରବଳ ବର୍ଷା ଯୋଗୁ ପାଚିଲା ଧାନ ଜମିରେ ପାଣି ଜମି ଧାନ ବହୁତ କ୍ଷୟକ୍ଷତି ହୋଇଛି । ବହୁତ କରଜ କରି ଲୋକେ ଧାନ ଚାଷ କରିଥିଲେ କିନ୍ତୁ ଧାନ ଅମଳ ସମୟ ବେଳକୁ ଦବଇ ଦାଉ ସାଜୀଛି ଚାଷ କହିଲେ ଏଠାରେ କେବଳ ଧାନ ଚାଷ ଏପରି ପରିସ୍ଥିତି ରେ  କିପରି ଋଣ ସୁଝିବେ ଏବଂ ନିଜର ପରିବାର ପ୍ରତିପୋଷଣ କରିବେ ଏହି ଚିନ୍ତା ରେ ଚାଷୀ  ରହିଛନ୍ତି I ବାଣେଶ ରାଓ କାଡ୍ରାକା, ସୁବାରାଓ କାଡ୍ରାକା, ସରତ ପିଡ଼ିକା, ଗୋବିନ୍ଦା ମେଲେକା, ଟମି ପିଡ଼ିକା, ପୋତିଗା ପିଡ଼ିକା, ଏହି ଚାଷୀମାନେ ଚାଷ ଜମିରେ ବର୍ଷା ପାଣିରେ କ୍ଷତି ହୋଇଥିବା ଜମି ଗୁଡିକ ଦେଖାଇ ଦୁଃଖ କରିଥିବାର ଦେଖିବାକୁ ମିଳିଛି I 

  ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର

Related posts

ଦଶମ ଶ୍ରେଣୀ ବ୍ଲକ ସ୍ତରୀୟ ଟପର ଙ୍କୁ ସମ୍ବର୍ଦ୍ଧନା 

ବାଇକକୁ ପଛ ଆଡୁ ଧକ୍କା ଦେଲା ବାଇକ

Sunil Chandra Nayak

ଜଗନ୍ନାଥ ସେବା ସମିତି ପକ୍ଷରୁ କଳାହାଣ୍ଡି ସାଂସଦଙ୍କ ଦ୍ୱାରା ଗରିବ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!