ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ 

ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ 

ଜିଲ୍ଲାର ଜିଲ୍ଲାସ୍ଥରରେ, ବ୍ଲକ, ଜିଲ୍ଲାସ୍ୱାସ୍ଥ୍ୟ କେନ୍ଦ୍ର ଓ଼ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ୨୪/୭ ନିୟନ୍ତ୍ରଣ କକ୍ଷ୍ୟ ଖୋଲାଯିବାକୁ ଜିଲ୍ଲାପାଳ ନିର୍ଦେଶ 

ରାୟଗଡ ୧୨/୦୩- ରାୟଗଡ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହରେ ସତର୍କ ରହିବା ଓ ଅଂଶୁଘାତ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଗ୍ରୀଷ୍ମ ପ୍ରବାହ ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି ପ୍ରସ୍ତୁତି ହେବା ଆବଶ୍ୟକ ସେ ବିଷୟରେ ଜିଲ୍ଲାର ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଚଳିତ ବର୍ଷର ପ୍ରଥମାର୍ଦ୍ଧରୁ ହିଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ଆଗକୁ ଏହା ଆହୁରି ତୀବ୍ର ରୂପ ନେବାର ଆଶଙ୍କl ରହିଛି । ତେଣୁ ବିଭିନ୍ନ ସମୟରେ ଅଂଶୁଘାତ ହୋଇ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ସ୍ୱାସ୍ଥ୍ୟ ବିଭାଗକୁ ଉପଯୁକ୍ତ ପରିମାଣ ଓଆର୍‍ଏସ୍‍ ପ୍ୟାକେଟ ଓ ଔଷଧ ମହଜୁଦ ରଖିବା ସହିତ ସଜାଗ ରହିବାକୁ କୁହାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଏକ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ କରାଯିବା ସହ ଅଂଶୁଘାତ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଆଶୁ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ କୁହାଯାଇଥିଲା । ସେହିପରି ବିଭିନ୍ନ ଗ୍ରାମାଞ୍ଚଳ, ପୌର ପରିଷଦ, ବ୍ଲକ, ଏନ୍‍ଏସି ପକ୍ଷରୁ ଜଳଛତ୍ର ଖୋଲାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ସମସ୍ତ ଗ୍ରାମରେ ଜଳକ୍ଳିଷ୍ଟ ସ୍ଥାନ ଗୁଡିକରେ ପାନୀୟ ଜଳ ବ୍ୟବସ୍ଥା କରାଯିବl, ଅଚଳ ନଳକୂପ, ସୌର ଚାଳିତ ନଳକୂପ ଗୁଡିକ କାର୍ଯ୍ୟକ୍ଷମ କରିବା ନିମନ୍ତେ ଜିଲା ଗ୍ରାମୀୟ ଜଳଯୋଗାଣ ସଂସ୍ଥା ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯାଇଛି । ଖରାପ ନଳକୂଅ ତୁରନ୍ତ ମରାମତି କରିବାକୁ କୁହାଯାଇଛି । ସେହିପରି ମଧ୍ୟାହ୍ନ ସମୟରେ ବାହାରେ ବୁଲିବା ବେଳେ ପାଣି ବୋତଲ, ଛତା, ଟୋପି ତଥା ଓଦା କପଡା ଇତ୍ୟାଦି ମୁଣ୍ଡରେ ପକାଇ ଯାତାୟାତ କରିବା ଏବଂ ଏନେଇ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରାଇବାକୁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ପାଇଁ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ସ୍ବେଛାସେବୀ ଅନୁଷ୍ଠାନ, ପଂଚାୟତ ଜନପ୍ରତିନିଧି ମାନଙ୍କୁ ନେଇ ଜନସଚେତନତା କରିବା ପାଇଁ କୁହାଯାଇଛି l ଗ୍ରୀଷ୍ମ ଦିନରେ ବିଶେଷ କରି ପାନୀୟଜଳ ସମସ୍ୟା ଯେପରି ନ ଉପୁଜେ, ବିଦ୍ୟୁତ ବିଭ୍ରାଟ ନ ହେବ, ପଶୁମାନଙ୍କ ଯତ୍ନ ନେବା, ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ୍‍ ଲାଇନ୍‍ ଅନୁଯାୟୀ ସକାଳ ସମୟରେ ଖୋଲିବା, ଜୀବନ ରକ୍ଷକ ଔଷଧ ମହୁଜୁଦ ରଖିବା ଶ୍ରମିକମାନଙ୍କ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ସମୟ ସାରଣୀ ପରିବର୍ତ୍ତନ କରିବା, ଜଙ୍ଗଲ ସୁରକ୍ଷା ଇତ୍ୟାଦି ଦୃଷ୍ଟି ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ଯାତ୍ରୀବାହୀ ବସ ଯାତାୟତ କରିବା ସମୟ ଓ ଶ୍ରମିକ ମାନଙ୍କ ସମୟରେ ପରିବର୍ତ୍ତନ କରିବାକୁ କୁହାଯାଇଛି l ବନ୍ୟଜନ୍ତୁଙ୍କ ନିମନ୍ତେ ପିଇବା ପାଣି ବ୍ୟବସ୍ଥା କରିବାକୁ ବନ ବିଭାଗ ଅଧିକାରୀଙ୍କୁ ଜିଲ୍ଲାପାଳ ଶ୍ରୀ ମହାଜନ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ଅଂଶୁଘାତରେ କାହାର ମୃତ୍ୟୁ ହୁଏ ତେବେ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ତହସିଲଦାର/ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ଜିଲ୍ଲାସ୍ଥରରେ, ବ୍ଲକ, ଜିଲ୍ଲାସ୍ୱାସ୍ଥ୍ୟ କେନ୍ଦ୍ର ଓ଼ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ୨୪/୭ ନିୟନ୍ତ୍ରଣ କକ୍ଷ୍ୟ ଖୋଲାଯିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି lଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ବିର୍ବାହୀ ଜିଲ୍ଲାପରିଷଦ, ରାୟଗଡ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ଗୁଣପୁର ସୁଶ୍ରୀ କରନ୍ଦୀପ କୌର,ଉପଜିଲ୍ଲାପାଳ ରାୟଗଡ, କଲ୍ୟାଣୀ ସଂଘମିତ୍ରା ଦେଵୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଭିଏଲ ଏନ ରାଜୁ,,ଜିଲ୍ଲା ଶିକ୍ଷା ଅଧିକାରୀ,ପୂର୍ଣ୍ଣ ଚନ୍ଦ୍ର ବରିହା,ଜିଲ୍ଲା ମଙ୍ଗଳ ଅଧିକାରୀ,ଭାରତ ଭୂଷଣ ବିଶ୍ୱାଳ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ପୌର ଅଧିକାରୀ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ହାଡିବନ୍ଧୁ ଭୋଇ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ,ମନୋଜ ପ୍ରଧାନ,ଅଗ୍ନିଶମ ଅଧିକାରୀ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ବନଜା ଦାଶ, ଜିଲ୍ଲା ସୂଚନା ଓ଼ ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ପର୍ଯ୍ୟଟନ ଅଧିକାରୀ ଭଗବାନ ଖରା ଓ଼ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶୁଣିଲାଣି କ୍ଷୁଦ୍ର ଜଳସେଚନ ବିଭାଗ, ନିଜସ୍ଵ ଉଦ୍ୟମରେ ଭଙ୍ଗା କେନାଲକୁ ମରାମତି କରି ଜଳସେଚନ କରୁଛନ୍ତି ଚାଷି

Sunil Chandra Nayak

କମେବିଟ ଜଙ୍ଗଲର ନିଆଁକୁ ଆୟତ୍ତ କଲେ ବନ କର୍ମଚାରୀ

Sunil Chandra Nayak

ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ତଥା ସମ୍ବର୍ଦ୍ଧନା ମହୋତ୍ସବ ୨୦୨୩ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort