ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରଠାରେ ଧନ୍ୱନ୍ତରୀ ଜୟନ୍ତୀ

ରାଇରଙ୍ଗପୁରଠାରେ ଧନ୍ୱନ୍ତରୀ ଜୟନ୍ତୀ

ରାଇରଙ୍ଗପୁର: କାଶୀନାଥ ବୈଦ୍ୟ ସଂଘ ପକ୍ଷରୁ ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତୀ ସ୍ଥାନୀୟ କୁଡୁମୀ ଭବନଠାରେ ପାଳିତ ହୋଇଯାଇଛି। ଧନ୍ୱନ୍ତରୀଙ୍କ ପ୍ରାର୍ଥନା ପରେ ସଂଘର ସଭାପତି ସଞ୍ଜୟ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ରୂପେ ସଂଘର ଉପଦେଷ୍ଟା ଲଳିତ ମହାନ୍ତ ଯୋଗଦେଇ କହିଥିଲେ ଯେ, ଭଗବାନ ଧନ୍ୱନ୍ତରୀ ଦେବତାଙ୍କ ବୈଦ୍ୟ ଅଟନ୍ତି। ତାଙ୍କ ପୂଜା, ଆରାଧନା ଦ୍ଵାରା ଆରୋଗ୍ୟ, ଶୁଭ ପ୍ରାପ୍ତିହୁଏ ଏବଂ ସମାଜରେ ଚିକିତ୍ସା ବିଜ୍ଞାନର ପ୍ରସାର ପାଇଁ ସେ ଅବତାର ନେଇଥିଲେ। ସମ୍ମାନିତ ଅତିଥିରୂପେ ପ୍ରଶାନ୍ତ ନିଳୟ ମହାକୁଡ଼ ଓ ବୈଦ୍ୟ ମଦନ ଦାସ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରଥି ନାଏକ, ବିଭୀଷଣ ମହାନ୍ତ, ସାକିଲା ଚରଣ ହାଁସଦା, ମନୋରଞ୍ଜନ ମହାନ୍ତ, ତରଣୀ ବେହେରା, ମୁକ୍ତାର ହୁସେନ୍, ଚନ୍ଦନ ପାତ୍ର, ବୀରବଲ ନାଏକ, ବିନୟ କୁମାର ମହାନ୍ତ, ଫାଗୁରାମ ମାଝୀ, ଲଳିତ ମୋହନ ମହାନ୍ତ ଓ ପାଉଁରୁ ବେହେରା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବୈଦ୍ୟ ତାପସ କୁମାର ମହାନ୍ତ ଧନ୍ୟବାଦ ଦେଇଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଧୁମାଭଟା ଗ୍ରା.ପ ହଟକଟ ଗ୍ରାମରେ ମଟରଚଣା ବଣ୍ଟନ 

masiha

ଜିଲ୍ଲା ସ୍ତରୀୟ ନିର୍ବାଚନ ପରିଚାଳନା ବୈଠକ ଅନୁଷ୍ଠିତ

masiha

ରାଇରଙ୍ଗପୁରରେ ଵାମନଘାଟୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ମହାସମାରୋହରେ ବିଶ୍ବ ପଖାଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!