ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଵାମନଘାଟୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ମହାସମାରୋହରେ ବିଶ୍ବ ପଖାଳ ଦିବସ ପାଳିତ

 ମୟୂରଭଞ୍ଜ- ୨୦/୩/୨୩ (ମସିହା) ଓଡ଼ିଆଙ୍କ ଦିଅଁ କାଳିଆ ସାଆନ୍ତ ଓ ଓଡ଼ିଆଙ୍କ ପ୍ରିୟ ହେଉଛି ‘ପଖାଳ’ ।ବିଶ୍ବବିଦିତ ଜଗନ୍ନାଥ ସଂସ୍କୃତିରେ ଶ୍ରୀ ଜଗନ୍ନାଥଙ୍କ ଛପନ ଭୋଗରେ ପଖାଳ ହେଉଛି ଏକ ଅଂଶ । ଜଗନ୍ନାଥପ୍ରେମୀଙ୍କ ପାଇଁ ‘ଟଙ୍କ ତୋରାଣି’ ଅମୃତ ସଦୃଶ ।ଚଷା ପୁଅକୁ ସଙ୍ଗେ ସଙ୍ଗେ ଶକ୍ତି ଯୋଗାଉଥିବା ଶକ୍ତି ବର୍ଦ୍ଧକ ପ୍ରିୟ ଖାଦ୍ୟ ହେଉଛି ପଖାଳ ।ଅଂଶୁଘାତର ଅବ୍ୟର୍ଥ ଔଷଧ ହେଉଛି ପଖାଳ । ଓଡିଆଙ୍କ ପଖାଳ ସଂସ୍କୃତି ସାରା ବିଶ୍ବରେ ଅନନ୍ୟ । ପଖାଳର ଵହୂମୁଖୀ ଉପାଦେୟତା ଅଛି ।ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଶରୀରକୁ ଥଣ୍ଡା ରଖେ । ଶରୀରରେ ପୁଷ୍ଟିକର ସନ୍ତୁଳନ ଏବଂ ହଜମ ପ୍ରକ୍ରିୟାକୁ ମଜଭୁତ କରିବାରେ ସାହାଯ୍ୟ କରେ ।ସୁନିଦ୍ରାର ବ୍ରହ୍ମାସ୍ତ୍ର ଓ ମେଦଵହୁଳତାର ଘାତକ ଅଟେ । ଓଡ଼ିଶାରେ ୨୦୧୧ ମସିହା ଠାରୁ ପଖାଳ ପ୍ରେମୀଙ୍କ ମଧ୍ୟରେ ପଖାଳ ଦିବସ ପାଳନ ହୋଇ ଆସୁଛି ।ଏହି ବିଶ୍ବ ପଖାଳ ଦିବସ ଅବସରରେ ବାମନଘାଟୀ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ଅଧ୍ୟକ୍ଷ ସାମ୍ବାଦିକ ସୌରଭ ପଟ୍ଟନାୟକ ଏବଂ ତାଙ୍କ ସହଯୋଗୀଙ୍କ ପ୍ରତ୍ଯକ୍ଷତ୍ତ୍ଵାବଧାନରେ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ମହାସମାରୋହରେ ଆୟୋଜିତ ହୋଇଛି । ଏଥିପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଶିଷ୍ଟ ଶିକ୍ଷାବିତ ରଂଜନ ନନ୍ଦ ମଂଚ ପରିଚାଳନା କରିଥିଲେ । ସ୍ଥାନୀୟ ଅଂଚଳର ଵିଶିଷ୍ଟ ସଂଗୀତ କଳାକାର ମାନେ ସୁମଧୁର ଓଡ଼ିଆ ଗୀତ ଗାଇ ପଖାଳ ପ୍ରେମୀଙ୍କ ହୃଦୟକୁ କିଣି ନେଇଥିଲେ ।ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା, ପୂର୍ବତନ ସାଂସଦ ଶ୍ରୀ ଲକ୍ଷ୍ମଣ ଟୁଡୁ,ବିଜେଡି ମୟୂରଭଞ୍ଜ ସଦର ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ସମାଜସେବୀ ଈଶାନ ମିଶ୍ର, ସମାଜସେବୀ ମନୁ ଚୌଧୁରୀ, ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି, ଗଣମାଧ୍ୟମ ପ୍ରତିନିଧି,ଆଇନଜିବୀ , ବିଶିଷ୍ଟ ଶିକ୍ଷାବିତ ଶ୍ରୀ ହିମାଂଶୁ ଶେଖର ପଟନାୟକ, ପରିକ୍ରମା ଅଧ୍ୟକ୍ଷ ମନୋଜ ଦାସ ,କବି ,ଲେଖକ , ସଂସ୍କୃତି ପ୍ରେମୀ ଯୋଗ ଦେଇ ପଖାଳ ଦିବସ ଉପରେ ମତାମତ ଦେଇଥିଲେ । ସାଂପ୍ରତିକ ପରିସ୍ଥିତିରେ ସଂସ୍କୃତି ଆଜି ବିପନ୍ନ । ସମସ୍ତେ ପାଶ୍ଚାତ୍ୟ ମାୟାରେ ବାୟା ।’ପଖାଳ ଦିବସ’ ପାଳନ କେବଳ ପ୍ରଚାର ଓ ପ୍ରସାର ଧର୍ମି ନ ହୋଇ ସଂସ୍କୃତିର ସମନ୍ବୟ ଓ ସମୃଦ୍ଧିର ନେତା ହେଉ ବୋଲି କିଛି ବ୍ୟକ୍ତି ଭାବେ ବିହ୍ବଳ ହୋଇ କହିଥିଲେ ।ସୌରଭ ପଟନାୟକ ଙ୍କ ଉଦ୍ୟମ ପଖାଳ ଦିବସରେ ସମସ୍ତଙ୍କୁ ଏକାଠି କରାଇ ଏକ ଭାଇଚାରା ଏବଂ ଵଂଧୁମିଳନ ଉଦ୍ୟମକୁ ଆସିଥିବା ପଖାଳ ପ୍ରେମୀ ମାନେ ଭୁରି ଭୁରି ପ୍ରଶଂସା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଭେଜିଗୁଡା ଗ୍ରାମ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ୨୦୨୩ ଅନୁଷ୍ଠିତ

Sunil Chandra Nayak

ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

ନବରଙ୍ଗପୁର ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ୨୦୨୬ ପାଳିତ 

Sunil Chandra Nayak

Leave a Comment

error: Content is protected !!