ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ଜାତୀୟ ଭୋଟର ଦିବସ ପାଳିତ 

ଡାବୁଗାଁରେ ଜାତୀୟ ଭୋଟର ଦିବସ ପାଳିତ 

ଡାବୁଗାଁ, ୨୫/୧ – (ମ.ନି.ସ.) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଜାତୀୟ ଭୋଟର ଦିବସ ଗୁରୁବାର ପାଳିତ ହୋଇ ଯାଇଛି । ଏଥିରେ ପ୍ରଥମେ ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନେ ଏକ ଶୋଭାଯାତ୍ରାରେ ବାହାରି ୧୮ ବର୍ଷ ହେବ ଯେବେ ଭୋଟ ଦେବ ସେବେ, ଜାନୁଆରୀ ୨୫ ଜାତୀୟ ମତଦାନ ଦିବସ ଭାରତକୁ କରିବା ମହାନ ସଭିଏଁ ଦେବା ଭୋଟଦାନ ଭଳି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ | ପରେ ବିଦ୍ୟାଳୟ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ନିହାଲ ଭୋଟର ଦିବସ କାହିଁକି ପାଳନ କରାଯାଉଛି ସମସ୍ତ ଛାତ୍ରୀଛାତ୍ର ମାନଙ୍କୁ ବୁଝାଇ ସଚେତନ କରାଇବା ସହ ଶପଥ ପାଠ କରାଇଥିଲେ । ମତଦାନ ଦେବାନେଇ କାହାରି ଠାରୁ କୌଣସି ଉତ୍କୋଚ ନ ନେଇ ସଠିକ ବ୍ୟକ୍ତିକୁ ଚୟନ କରାଇବା ହେଉଛି ସଠିକ ବିଶ୍ଵ ଭୋଟର ଦିବସ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ । ଗଣତନ୍ତ୍ର ସୁଦୃଢ କରିବା ଲାଗି ଆମର ଭୂମିକା ବିଷୟରେ ବୁଥ ସ୍ତରୀୟ ଅଧିକାରୀ ପଙ୍କଜ କୁମାର ମହାନ୍ତି ନିଜ ର ବକ୍ତବ୍ୟ କହିଥିଲେ | ପରେ ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ମାନସୀ ମହାନ୍ତି, ଶିକ୍ଷକ ଛାତ୍ରୀଛାତ୍ର ଓ ଭୋଟର ମାନେ ଉପସ୍ଥିତ ଥିଲେ | ଏହାସହ ଡାବୁଗାଁ ବ୍ଲକ ର ୫୫ ଟି ବୁଥରେ ଜାତୀୟ ଭୋଟର ଦିବସ ପାଳନ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶାନ୍ତି ଶକ୍ତି ଭଵନରେ ପ୍ରଜାପିତା ବ୍ରହ୍ମା ବାବାଙ୍କ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ

masiha

ଚିଲିଚିଲା ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ 

masiha

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ସହାୟକ ଉପକରଣ ଆକଳନ ଶିବିର

Sunil Chandra Nayak

Leave a Comment

error: Content is protected !!