ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳାରେ ସାଇବର ସୁରକ୍ଷା ସଚେତନତା ରଥ ଓ ସଚେତନତା ଶିବିର 

ବିଜାତଳାରେ ସାଇବର ସୁରକ୍ଷା ସଚେତନତା ରଥ ଓ ସଚେତନତା ଶିବିର 

       ମୟୂରଭଞ୍ଜ- ୫/୧୦ ( ମସିହା )ସାଂପ୍ରତିକ ପରିସ୍ଥିତିରେ ଅନଲାଇନ ଠକେଇ ସମାଜରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।ଡିଜିଟାଲ ଯେତେ ସହଜରେ ଆଗେଇ ଚାଲିଛି ସାଇବର ଠକ୍ ତା’କୁ ତାଳ ଦେଇ ସେତିକି ଚ୍ୟାଲେଞ୍ଜ କରୁଛି । ଡିଜିଟାଲ ଡାଳେ ଡାଳେ ଗଲାବେଳେ ଅନ ଲାଇନ ଠକ୍ ପତରେ ପତରେ ମାଡ଼ି ଚାଲିଛି । ବର୍ତମାନ ଡିଜିଟାଲ ଯୁଗରେ ସାଇବର ଠକେଇ ସମାଜ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି। ଜନତାର କଷ୍ଟ ଉପାର୍ଜିତ ସଂପତ୍ତି ଓ ଅର୍ଥ ଉପରେ ଲୋଲୁପ ଦୃଷ୍ଟି ରଖିଛନ୍ତି ସାଇବର ଠକ୍ । ତେଣୁ ଟିକେ ଅସାବଧାନ ହେଲେ ସବୁକିଛି ଲୁଟ ହୋଇଯିବ ଅନଲାଇନ ମାଧ୍ୟମରେ । ଆମ ମାନଙ୍କ ମଧ୍ୟରେ ଥିବା ଅତ୍ୟଧିକ ଲୋଭ, ମାଗଣା ପାଇବା,ଡରିବା ଯୋଗୁଁ ଆମେ ସାଇବର ଠକେଇ ର ଶିକାର ହେଉଛୁ। ତେଣୁ ଫୋନ୍ କରି ଆମକୁ ଲୋଭ ମାଗଣା ଓ ଭୟ ଦେଖାଇ ଆଧାର ନମ୍ବର, ପାସବୁକ ନମ୍ବର, ATM ନମ୍ବର ମାଗିଲେ ଆମେ ଏଥିପ୍ରତି ସଚେତନ ରହିବା ଆବଶ୍ୟକ। ସବୁଠାରୁ ମୂଲ୍ୟବାନ କଥା ହେଲା ଓଟିପି ନମ୍ବର କାହାରିକୁ ଦେବ ନାହିଁ ।ଦେବା ପୂର୍ବରୁ ୭ ଥର ଚିନ୍ତା କରିବ ।ବର୍ତମାନ ମାରାତ୍ମକ କରୋନା ଠାରୁ ଭୟଙ୍କର ସର୍ବନାଶକାରୀ ସାଇବର ଠକେଇକୁ ଲକ୍ଷ୍ୟକରି ଓଡ଼ିଶା ପୋଲିସ ଜନତାଙ୍କ ଧନ ଓ ଜନ ସୁରକ୍ଷାକୁ ଗୁରୁତ୍ଵ ଦେଇ ଅକ୍ଟୋବର ମାସରେ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଗତ ୨ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ କୋଣେ ଅନୁକୋଣେ ସାଇବର ସୁରକ୍ଷା ସଚେତନତା ରଥ ଭ୍ରମଣ କରି ସାଧାରଣ ଜନତାଙ୍କୁ ସଚେତନ କରାଇବ ।ମୟୂରଭଞ୍ଜ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ସାଇବର ସଚେତନ ରଥ ପରିକ୍ରମା କରିବାକୁ ଥିବା ସହିତ ସଚେତନତା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛି ମୟୂରଭଞ୍ଜ ପୋଲିସ। ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳର ଥାନାର ବିଭିନ୍ନ ଅଂଚଳରେ ଏହି ରଥ ପରିକ୍ରମା କରିବା ସହିତ ଵିଜାତଳା ବ୍ଳକ ପରିସରରେ ଏକ ସଭାର ଆୟୋଜନ ହୋଇଥିଲା। ଏଲିଡି ମାଧ୍ୟମରେ ମଧ୍ୟ ସଚେତନ କରାଯାଇଥିଲା ।ଏଥିରେ ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ ସଭାପତିତ୍ଵ କରିଥିବା ବେଳେ, ମୁଖ୍ୟ ଅତିଥି ସାରକଣା ବିଧାୟକ ବୁଢ଼ାନ ମୁର୍ମୁ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ମହାରଣା,DSP -ଦଲାମଣି ଭୋଇ ,ଵିଜାତଳା ଵ୍ଳକ ବିଡ଼ିଓ ଯୋଗରଂଜନ ନାୟକ, ତହସିଲଦାର ଜଗବନ୍ଧୁ ମଲ୍ଲିକ ଯୋଗ ଦେଇ ଲୋକଙ୍କୁ ସାଇବର ସଚେତନତା ସୃଷ୍ଟି ପାଇଁ ବାର୍ତ୍ତା ଦେଇଥିଲେ। ଅନଲାଇନରେ ଠକେଇର ଶିକାର ହେଲେ ସଙ୍ଗେ ୧୯୩୦ ନମ୍ବରକୁ ଡାଏଲ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ମୟୂରଭଞ୍ଜ ପୋଲିସର ଏଭଳି ସାଇବର ସଂକ୍ରାନ୍ତିୟ ଜନ ସଚେତନତାକୁ ସାଧାରଣରେ ପ୍ରଶଂସା କରାଯାଇଛି ।କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳ ଥାନାଧିକାରୀ ଶ୍ରୀ ନୀରଦ ମଲ୍ଲିକ,ସବ ଇନ୍ସପେକ୍ଟର ମଧୁସୂଦନ ଦତ୍ତ ଏବଂ ଅନ୍ୟ ପୋଲିସ କର୍ମଚାରୀ, ପୋଲିସ ସମିତି ସଦସ୍ୟ ପ୍ରମୁଖ ପରିଚାଳନା ସଫଳ କରିବାରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ତରବୋଡ଼ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

Sunil Chandra Nayak

ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ ଗଜସାଥୀ ଦକ୍ଷତା ବୃଦ୍ଧି ତାଲିମ ଶିବିର

masiha

ପକ୍ଷାଘାତ ରୋଗରେ ଆକ୍ରାନ୍ତ ଧୂରୁବ ଜେନା ଙ୍କୁ ସହାୟତା କରିଲେ ସ୍ବେଛା ସେବୀ ସଂଘଟନ ଆଦ୍ୟାଶା ଫାଉଣ୍ଡେସନ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort