ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଶିବିର ଅନୁଷ୍ଠିତ

ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଶିବିର ଅନୁଷ୍ଠିତ

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସିନାପାଲିର ଆନୁକୂଲ୍ୟରେ ଘାଟମାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗେଣ୍ଡୁଲପାଣି, ପଣ୍ଡ୍ରିପାଣି, ଘାଟମାଳ ଓ ଧାଙ୍ଗରିଟାଳ ଗ୍ରାମରେ “ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ” ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରରେ ଗ୍ରାମବାସୀଙ୍କ ସହିତ ଗର୍ଭବତୀ ମହିଳା, ପ୍ରସୂତି ମା’ ଏବଂ ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ମ୍ୟାଲେରିଆ ପରୀକ୍ଷା ପାଇଁ ରକ୍ତ ନମୁନା ସଂଗ୍ରହ କରାଯିବା ସହ ରକ୍ତଚାପ ଓ ରକ୍ତ ଶର୍କରା ପରୀକ୍ଷା କରାଯାଇଥିଲା। ଆବଶ୍ୟକତା ଅନୁଯାୟୀ ରୋଗୀମାନଙ୍କୁ ନିଶୁଳ୍କ ଔଷଧ ବଣ୍ଟନ କରାଯିବା ସହ ମ୍ୟାଲେରିଆ ପ୍ରତିରୋଧ, ପରିବେଶ ସ୍ୱଚ୍ଛତା, ମଶାରୀ ବ୍ୟବହାର ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ପରାମର୍ଶ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀମାନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଡାକ୍ତର ନର୍ଗିସ ଯାହାନ, ପିଏଚଇଓ ଅଙ୍ଗଦ ରାମ ମାଝୀ, ବିପିଏମ ରତ୍ନମଣି ଭୁଏ, ଭିବିଡିଟିଏସ୍ ଦିବ୍ୟ ରଞ୍ଜନ ନାଏକ, ସିଏଚଓ ବିନାୟକ ମେହେର, ଫାର୍ମାସିଷ୍ଟ ଚୌବନ ନାଏକ, ସ୍ୱାସ୍ଥ୍ୟ କର୍ମୀ ହିନା ମେହେର, ରଶ୍ମିତା ମାଝୀ, ସନ୍ଧ୍ୟାରାଣୀ ସାହୁ, କନକ ମଞ୍ଜରୀ ମେହେର, ମୋହନଲାଲ ମାଝୀ, ଧନେଶ୍ୱର ମେହେର, ହେମନ୍ତ ମେହେରଙ୍କ ସମେତ ସ୍ଥାନୀୟ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ଗ୍ରାମବାସୀମାନେ ସକ୍ରିୟ ସହଯୋଗ କରିଥିଲେ।ଏହି ଶିବିର ମାଧ୍ୟମରେ ଦୁର୍ଗମ ଅଞ୍ଚଳର ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସହ ମ୍ୟାଲେରିଆ ନିରାକରଣ ଦିଗରେ ସଚେତନତା ସୃଷ୍ଟି କରାଯାଇଥିଲା।

Related posts

ଧର୍ମଗଡ ଯଶୋଦା ଅନାଥ ଆଶ୍ରମ ରେ ବିଜେଡି ର ବରିଷ୍ଠ ନେତୃବୃନ୍ଦ

masiha

6th Annual function of Amethyst Abacus Brain Master 

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ

masiha

Leave a Comment

error: Content is protected !!